ଗୋଲାପ ମୁଁ ତୁମକୁ ବହୁତ ଭଲପାଏ ବହୁତ ! ବହୁତ ! ପଚାରିବନି କେତେ ? ଉଁ..... କେତେ ? ଜହ୍ନ ନୀଳକଇଁକୁ, ଭ୍ରମର କୁସୁମକୁ ଯେତେ ଭଲପାଏ ତାଠୁ ଢ଼େର ଅଧିକ ! ସତରେ ? ହଁ ! ନିରାଟ ସତ ପ୍ରିୟେ ! ଆଛା ! ମୋ ପାଇଁ ଗୋଟେ ସୁନ୍ଦର କୁସୁମ ଆଣିପାରିବ ? ଅବଶ୍ୟ ପ୍ରିୟେ ! କିନ୍ତୁ ସେହି କୁସୁମ ଆଣିବ ଯାହାର ପ୍ରତ୍ୟେକ ପାଖୁଡ଼ାରେ ଅପୂର୍ବ ସୌନ୍ଦର୍ଯ୍ୟ ଲୁଚିରହିଥିବ। --ଏ କଣ ମାଗିଦେଲ ପ୍ରିୟେ ! ହାରିଗଲି ପ୍ରିୟେ ! କେମିତି ଆଣିବି ସେମିତି ଏକ କୁସୁମ। ତୁମ ସୌନ୍ଦର୍ଯ୍ୟଭରା କୋମଳ ମୁହଁ ଆଗରେ ଫିକା ଫିକା ଦିଶିବ ବ୍ରହ୍ମାଣ୍ଡର ପ୍ରତ୍ୟେକ କୁସୁମର ଏକଏକ ପାଖୁଡ଼ା । ଆଉ କିଛି ମାଗିପାର ପ୍ରିୟେ ! ନାଇଁ କୁସୁମ ଦରକାର। ଠିକ ଅଛି ପ୍ରିୟେ ! ଆସୁଛି ସେମିତି ଏକ କୁସୁମକୁ ନେଇ ! ନିଅ ପ୍ରିୟେ ! ଓଃ ....... ଏ କଣ କଲ ପ୍ରିୟ ! ରୁଧିର ନଦୀ ବହୁଛି ପ୍ରିୟ ତୁମର ବକ୍ଷରୁ ! -ନିଅ ପ୍ରିୟେ ଏ କୁସୁମକୁ ଅବଶ୍ୟ ଭଲ ଲାଗିବ ମୋର ହୃଦୟର ସ୍ପନ୍ଦନରେ କୁସୁମ ଉଜ୍ଜୀବିତ ଦିଶୁଥିବ ଚିରଦିନ ଗ୍ରହଣ କର। ପ୍ରିୟ ଏ କଣ କଲ ! ପ୍ରିୟ ©ChittaranjanSahoo #OneSeason #ଗୋଲାପ #nojotoodia #odia #kavita ©ଚିତ୍ତରଞ୍ଜନ ସାହୁ