Nojoto: Largest Storytelling Platform

।।। ମୋ ଅଗଣାର ଜହ୍ନ ।।। ମନେପଡେ ସେଇ ରାତି, ଜ୍ୟୋତ୍ସ୍ନ


।।। ମୋ ଅଗଣାର ଜହ୍ନ ।।।

ମନେପଡେ ସେଇ ରାତି,
ଜ୍ୟୋତ୍ସ୍ନା ରେ ଭିଜି ଆସିଥିଲ ତୁମେ,
ଚୁପଚାପ, କେତେ ଗଳି କନ୍ଦି ଡେଇଁ ।
ତୁମ ବାସ୍ନା ରେ ମହକି ଉଠିଥିଲା 
ମୋର ଛୋଟ ବାଇଆ ବସା ।
ତୁମ ଆସିବାରେ ଚାରିଆଡେ ଖେଳିଯାଇଥିଲା ଆଲୋକ,
ମୋର ସବୁ ଅନ୍ଧାର ରାତି କୁ ଉଜ୍ଜଳ କରି।
ଲାଗୁଥିଲା, 
ନିଜେ ଜହ୍ନ ଓହ୍ଲାଇ ଆସିଛି ମୋ ଅଗଣା କୁ।
ସହସ୍ର କୋଟି ତାରା ଙ୍କୁ ପର କରି,
ସତେ ଯେମିତି ମୋ ଭିତରେ,
ଗଢି ହୋଇଯାଇଛି ଆକାଶ ଟିଏ।
  #ଜ୍ୟୋତ୍ସ୍ନା #BoostThyself #yqbaba #YQdidi #yourquote #YQBhaina #YQOdia #MunOdia  #jyotsna

।।। ମୋ ଅଗଣାର ଜହ୍ନ ।।।

ମନେପଡେ ସେଇ ରାତି,
ଜ୍ୟୋତ୍ସ୍ନା ରେ ଭିଜି ଆସିଥିଲ ତୁମେ,
ଚୁପଚାପ, କେତେ ଗଳି କନ୍ଦି ଡେଇଁ ।
ତୁମ ବାସ୍ନା ରେ ମହକି ଉଠିଥିଲା 
ମୋର ଛୋଟ ବାଇଆ ବସା ।
ତୁମ ଆସିବାରେ ଚାରିଆଡେ ଖେଳିଯାଇଥିଲା ଆଲୋକ,
ମୋର ସବୁ ଅନ୍ଧାର ରାତି କୁ ଉଜ୍ଜଳ କରି।
ଲାଗୁଥିଲା, 
ନିଜେ ଜହ୍ନ ଓହ୍ଲାଇ ଆସିଛି ମୋ ଅଗଣା କୁ।
ସହସ୍ର କୋଟି ତାରା ଙ୍କୁ ପର କରି,
ସତେ ଯେମିତି ମୋ ଭିତରେ,
ଗଢି ହୋଇଯାଇଛି ଆକାଶ ଟିଏ।
  #ଜ୍ୟୋତ୍ସ୍ନା #BoostThyself #yqbaba #YQdidi #yourquote #YQBhaina #YQOdia #MunOdia  #jyotsna