।।। ଧର୍ମର କାଠଗଡା ।।। ଆଉ ସମୟ ନଥିଲା ତାଙ୍କର, ବୁଝାଇବାକୁ ଏ କଠୋର ସମାଜକୁ ଆଉ ଧୈର୍ଯ୍ୟ ନଥିଲା ଟାହିଟାପରା ଶୁଣିବାକୁ । ଯେଉଁ ପ୍ରେମ କୁ ମାନି ନେଇଥିଲେ ଈଶ୍ବର ଓ ଆଲ୍ହା ଙ୍କ ଉପହାର, ସେଇ ପ୍ରେମ ପାଇଁ ଆଜି ଏ ଦୁନିଆ କରିଲା ଉପହାସ । ତାଙ୍କ ପ୍ରେମ ଆଜି ତାଙ୍କର ନଥିଲା, ପାଲଟିଥିଲା ଚର୍ଚ୍ଚା ର ବିଷୟ । ଧର୍ମର କାଠଗଡାରେ ଦୁହେଁ ହୋଇଥିଲେ ବନ୍ଦୀ, ନିଜର ଏକ ଛୋଟ ଦୁନିଆ ଗଢିବାର ସ୍ୱପ୍ନ ହୋଇ ଥିଲା ନଜରବନ୍ଦି । ସବୁଦିନ, ସବୁ ମୂହୁର୍ତ୍ତ ରେ ପଡିଥିଲା ମରିବାକୁ ତିଳ ତିଳ ହୋଇ, ଆଉ ଆତ୍ମା ତାଙ୍କର କାନ୍ଦୁଥିଲା କଇଁ କଇଁ ହୋଇ । ନାଁ ! ଆଉ ନୁହେଁ, ବାଛି ନେଇଥିଲେ ଦୁହେଁ, ମୋକ୍ଷ ର ବାଟ, ନିଜର ଜୀବନ ହାରି , ହରାଇବାକୁ ଏ ଦୁନିଆ କୁ। ଶେଷ ଥର ପାଇଁ ଦୁହିଁଙ୍କର ଆଖି ମିଶିଲା, ହୃଦୟ ର ଗଭୀର କୋଣରୁ ବାହାରି ଆସିଲା କେଇପଦ କଥା ଲୁହ ଦୁଇ ଟୋପା ହୋଇ । ଏ ଜନ୍ମେ ନ ନ ହେଲା ନାହିଁ, ଦୁଇ ଦେହ ଏକ ମନ ଆମ ଜନ୍ମ ଜନ୍ମାନ୍ତର ପାଇଁ । ହାରି ଦେଲେ ଜୀବନ ମୃତ୍ୟୁ ର ଆର ପାରିରେ ପୁଣି ମିଶିବା ପାଇଁ । ନଥିବ ସେଠାରେ ଏ ନିଷ୍ଠୁର ସମାଜ, ନାଁ କେହି ଥିବେ ହିନ୍ଦୁ, ନାଁ ଥିବେ କେହି ମୁସଲମାନ, କେବଳ ଥିବ ମଣିଷତ୍ୱ , ଆଉ ମଣିଷ ର ମଣିଷ କୁ ଭଲ ପାଇବା, ସେଇଠି ଗଢିତୋଳିବେ ଦୁହେଁ ନିଜ ସ୍ୱପ୍ନ ର ଉଆସ ।। #ଜନ୍ମ #ଧର୍ମ #YQdidi #yqbaba #yourquote #BoostThyself #odia #YQBhaina #YQOdia #MunOdia #janma ।।। ଧର୍ମର କାଠଗଡା ।।। ଆଉ ସମୟ ନଥିଲା ତାଙ୍କର, ବୁଝାଇବାକୁ ଏ କଠୋର ସମାଜକୁ ଆଉ ଧୈର୍ଯ୍ୟ ନଥିଲା ଟାହିଟାପରା ଶୁଣିବାକୁ ।