କାହିଁକି ଯେ ଭୁଲି ହୁଏ ନାହିଁ ସେଇ ଶୀତ ରାତି ବନ୍ ଫାୟାର ର ନିଆଁ ର ତାତି ଆଉ ଅନ୍ତରଙ୍ଗ ମୁହୂର୍ତ୍ତ କିଛି ହାତଗଣତି । କାହିଁକି ଯେ ଭୁଲି ହୁଏ ନାହିଁ ତୁମ ଓଠରୁ ଝରୁଥିବା ମଧୁସିକ୍ତ କଥା ଶ୍ରାବଣ ର ବର୍ଷା ଆଉ ସେଇ ବର୍ଷାରେ ଅଧା ଓଦା ଆମେ ଦୁଇ ଜଣ ଓ ଗୋଟିଏ ଛତା । କାହିଁକି ଯେ ଭୁଲି ହୁଏ ନାହିଁ ଧୁ ଧୁ ଖରା ବେଳେ ଗାଆଁ ମୁଣ୍ଡ ବରଗଛର ଛାଇ କାଳେ ମନ ତଳ ପ୍ରେମର ଭାଷା ଆଖି କହିଦେବ ସେଥିପାଇଁ ଯେବେ ଆମେ ବସୁଥିଲେ ସନ୍ ଗ୍ଳାସେସ୍ ନାଇ । ହେଲେ ଭୁଲି ହୋଇ ଯାଏ ସହଜରେ ମୋ ନିଜକୁ ତୁମକୁ ପାଖରେ ପାଇ ଆଉ ଭୁଲି ହୋଇଯାଏ ସବୁ କଷ୍ଟ ଓ ଯନ୍ତ୍ରଣା ଥରୁଟିଏ ତୁମେ ଦେଲେ ଛୁଇଁ । ପ୍ରିୟ ବନ୍ଧୁଗଣ , ଉପରୋକ୍ତ ପଦ ସହିତ collab କରନ୍ତୁ ।। #ଭୁଲିହୁଏନାହିଁ #collab #yqbhaina #yqodiapoetry #munodia #yourquoteodia #odiapoetry ସର୍ବୋତ୍ତମ କୃତି ଟି YQଭାଇନା ରେ ପ୍ରଦର୍ଶିତ ହେବ। #YourQuoteAndMine