...ମଣିଷ... ନୀଳ ଆକାଶ ତଳର ନୀଳ ସାଗର ବୁକୁରେ ତରୀ ଟିଏ ପରି ଭାସି ଚାଲିଛି ଏ ମଣିଷ ଜୀବନ ଯମୁନା ରେ ଖୋଜି ବୁଲୁଛି ଜୀବନର ଅସ୍ଥିତ୍ଵ | ପ୍ରଶ୍ନବାଚୀ ହୋଇ ଯାଇଛି ତା'ର ମନ, ଖୋଜୁଛି ଜବାବ୍ ଅନେକ ଅସରନ୍ତି ପ୍ରଶ୍ନର | ଅନ୍ତରାତ୍ମା ତାର କାନ୍ଦି କହୁଛି ସତେକି ଏ ଦୁନିଆ ରେ ରହି ଯାଇଛି ଖାଲି ଛନ୍ଦ, କପଟ, ଛଳନା ଈତ୍ୟାଦି | ଏ ସମାଜ ପାଲଟିଛି ଆଜି ମାୟା ନଗରୀ, ଆଉ ମଣିଷ , ମାୟାପୁରୀ ର ମେଣ୍ଢା ସାଜିଛି | ଜଣେ ଏଠି ସଜାଉଛି ଆଉ ଜଣଙ୍କୁ ଉତ୍ତରଦାୟୀ, ଚାରିଆଡେ ଜଳୁଛି ପ୍ରଳୟ ର ବହ୍ନି, ଘୋଟି ଆସୁଛି ଘୋର୍ ଅନ୍ଧକାର | ସତେ କ'ଣ ଏ ଅନ୍ଧାର ପାଇଁ ଆଲୋକ ନାହିଁ ? ହେ କର୍ତା, ହେ ସ୍ରଷ୍ଟା, ତୁମେ ହିଁ ସୃଷ୍ଟି କରିଛ ରୂପ ଏ ଦୁନିଆ ର, ତୁମେ ହିଁ ଏବେ ଦେଖାଅ ଆଲୋକର ପଥ , ବାନ୍ଧିଦିଅ ସଭିଙ୍କୁ ତୁମରି ଡୋର ରେ, ଏତିକି ହିଁ ମାଗୁଣି, ଅନୁଭବ କରାଅ ତୁମ ସ୍ପର୍ଶ, ଆତୁର ଏ ମଣିଷ କୁ || #BoostThyself #yqbaba #YQdidi #yourquote #YQBhaina #YQOdia #MunOdia #YoPoWriMo #Poem #poetry #tpmd #ମଣିଷ ମଣିଷ... ନୀଳ ଆକାଶ ତଳର ନୀଳ ସାଗର ବୁକୁରେ ତରୀ ଟିଏ ପରି