Nojoto: Largest Storytelling Platform

ଏଇ ଡିସେମ୍ବର ପାଇଁ ନା କିଛି କାହାଣୀ ଲେଖିବି, ନା କିଛି କବ

ଏଇ ଡିସେମ୍ବର ପାଇଁ ନା କିଛି କାହାଣୀ ଲେଖିବି, ନା କିଛି କବିତା ଲେଖିବି। ଆଜି ଯାହା ଲେଖିବି ହୃଦୟର କଥା ଲେଖିବି।

  ଅନୁଶୀର୍ଷକ କୁ ଆସିବାକୁ ଅନୁରୋଧ 🙏 ଡିସେମ୍ବର🎄

ଅନେକ ଆଶା ଆଉ ଖୁସି ନେଇ ଡିସେମ୍ବରର ଆଗମନ ହୁଏ।  ସମଗ୍ର ମଣିଷଜାତି ଆଉ ଗୋଟିଏ ନୂତନ ବର୍ଷର ଆଗମନକୁ ଉତ୍ସାହର ସହ ଅପେକ୍ଷା କରିଥାନ୍ତି।
ଶୀତର ଆଗମନ ହୁଏ। ମନ ଆଉ କ୍ଷେତ ଉଭୟେ ହସି ଉଠନ୍ତି। ବୁଢ଼ା ବୁଢ଼ୀ ଆଉ ଛୋଟ ଛୋଟ ପିଲାମାନେ ସକାଳୁ ନିଆଁ ପୁଅନ୍ତି। ଧାନକଟା ଛୁଟିରେ ଦୂର ଦୁରାନ୍ତରେ ରହୁଥିବା ନିଜ ଲୋକମାନେ ଏକାଠି ହୁଅନ୍ତି।
ଏବେ କିନ୍ତୁ ୨୫ ଡିସେମ୍ବରକୁ ଅପେକ୍ଷା କରାଯାଏ, ବଡ଼ଦିନ କୁ ପାଳିବା ପାଇଁ। ପାଳନ କରାଯାଉ ଦୁଃଖ ନାହିଁ, ନା ଆମେ ପାଶ୍ଚାତ୍ୟ ସଭ୍ୟତାକୁ ଘୃଣା କରୁଛୁ, ନା ତାର ବିରୋଧ..... କିନ୍ତୁ ଆମ ସଭ୍ୟତାକୁ ବି ଭଲପାଇବା କଥା ଯାହା ଆମେ ଭୁଲିଯାଉଛୁ ଆସ୍ତେ ଆସ୍ତେ।
ମୋ ସ୍ୱର ଏଠି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅପମାନ କରୁନି କିନ୍ତୁ ମନେପକେଇ ଦେଉଛି ଏଇ ଭାରତରେ ସେଇ ୨୫ରେ ଜଣେ ମହାନାୟକ ଜନ୍ମ ନେଇଥିଲେ ସ୍ବର୍ଗତ "ଅଟଳ ବିହାରୀ ବଜପେୟୀ" କେତେଜଣ ତାଙ୍କୁ ମନେପକେଇବେ ତାହା ଦେଖିବାର କଥା??
ଏ କଥା ମୋ ମନକୁ କାହିଁ ଆସିଲା ଯଦି କାହା ମନରେ ପ୍ରଶ୍ନ ଉଠେ.... ସେମାନଙ୍କପାଇଁ ମୋର କେବଳ ଗୋଟିଏ ପ୍ରଶ୍ନ ଆମ ଭାରତ କୃଷି ପ୍ରଧାନ ଦେଶ,,, ଆଉ ଏହି ଦେଶରେ "ଜୟ ଯବାନ ଜୟ କିଷାନ" ର ନାରା ଦିଆଯାଏ। ବର୍ଷ ତମାମ କୃଷକ ତାର ଝାଳ ବୁହାଇ ଆମକୁ ଖାଦ୍ୟ ଦେଇଥାଏ। ସେମାନଙ୍କୁ ସଂମାନ ଦେବାପାଇଁ ଏହି ଡିସେମ୍ବରର ୨୩ତାରିଖକୁ #କୃଷକଦିବସ ରୂପେ ଘୋଷଣା କରାଯାଇଛି। ଓଡ଼ିଆ ହିସାବରେ ମୁଁ ଏତିକି ଜାଣିଛି ଭାରତରେ ଓଡ଼ିଶା ପ୍ରମୁଖ କୃଷି ପ୍ରଧାନ ରାଜ୍ୟ ଆଟେ। କିନ୍ତୁ ଆମେ ଧାନ ଗଛକୁ ଭୁଲି ଖ୍ରୀଷ୍ଟମାସ ଟ୍ରି ରେ ଆଲୁଅ ଜାଳି ପାଳନ କରୁଛେ।
ଏହା କେତେଦୂର ସ୍ୱାଗତ ଯୋଗ୍ୟ?