Nojoto: Largest Storytelling Platform

*ଦୁଃଖିମନ* ସୁଖ ଖୋଜୁ ଖୋଜୁ ଯାତନା ଲଭିଲି, ଦୁଃଖ ସାଥେ ଯିବ

*ଦୁଃଖିମନ*
ସୁଖ ଖୋଜୁ ଖୋଜୁ ଯାତନା ଲଭିଲି,
ଦୁଃଖ ସାଥେ ଯିବି ଚାଲି।
ଘରଚଟିଆ ର ଭେଟ ନ ପାଇଲି,
ପାରା ପକ୍ଷୀ ଗୀତ ବୋଲି।
ଭାବୁକ ମନ ରେ ପ୍ରତ୍ୟେକ ଯନ୍ତ୍ରଣା,
ପ୍ରତିକ୍ଷଣେ ଆତ-ଯାତ।
କ୍ଷଣକ ପାଇଁ କି ଆତ୍ମୀୟ କରୁଣା,
ଅଶ୍ରୁ ଝରେ ଅବିରତ।
ନିଦ୍ରାବତୀଙ୍କର ସ୍ବପ୍ନ ପ୍ରଲୋଭନ,
କେବେହେଁ ନୁହଁଇ ଉଣା।
ସତ୍ୟତା ବୋଧ ର ନାହିଁ ପ୍ରୟୋଜନ,
ମିଛେ ଝାଡ଼େ ପ୍ରାଣ ଡେଣା।
ଏ ଧରା ପୃଷ୍ଠ ରେ ମନ ଦୃତଗାମୀ,
ତା'ଠୁ ନାହିଁ କେ ବଢ଼ି।
ଯେଣେ ଟାଣିନିଏ ତେଣେ ପଥଗାମୀ,
ଆତ୍ମା ସାଥେ ସଦା ଲଢ଼ି। #sorrowfulheart #ଦୁଃଖିମନ #insearchofpeace #life #struggle #emotions #thoughts #odiawritings
*ଦୁଃଖିମନ*
ସୁଖ ଖୋଜୁ ଖୋଜୁ ଯାତନା ଲଭିଲି,
ଦୁଃଖ ସାଥେ ଯିବି ଚାଲି।
ଘରଚଟିଆ ର ଭେଟ ନ ପାଇଲି,
ପାରା ପକ୍ଷୀ ଗୀତ ବୋଲି।
ଭାବୁକ ମନ ରେ ପ୍ରତ୍ୟେକ ଯନ୍ତ୍ରଣା,
ପ୍ରତିକ୍ଷଣେ ଆତ-ଯାତ।
କ୍ଷଣକ ପାଇଁ କି ଆତ୍ମୀୟ କରୁଣା,
ଅଶ୍ରୁ ଝରେ ଅବିରତ।
ନିଦ୍ରାବତୀଙ୍କର ସ୍ବପ୍ନ ପ୍ରଲୋଭନ,
କେବେହେଁ ନୁହଁଇ ଉଣା।
ସତ୍ୟତା ବୋଧ ର ନାହିଁ ପ୍ରୟୋଜନ,
ମିଛେ ଝାଡ଼େ ପ୍ରାଣ ଡେଣା।
ଏ ଧରା ପୃଷ୍ଠ ରେ ମନ ଦୃତଗାମୀ,
ତା'ଠୁ ନାହିଁ କେ ବଢ଼ି।
ଯେଣେ ଟାଣିନିଏ ତେଣେ ପଥଗାମୀ,
ଆତ୍ମା ସାଥେ ସଦା ଲଢ଼ି। #sorrowfulheart #ଦୁଃଖିମନ #insearchofpeace #life #struggle #emotions #thoughts #odiawritings