ଭ୍ରଷ୍ଟ ସଂସାର *************** ମିଛ ମାୟା ର ଏ ସଂସାର ଏଠି କେହି ନୁହେଁ କାହାର ରକ୍ତର ସମ୍ପର୍କ ଦିନେ ହୋଇଯାଏ ପର ଅଚିହ୍ନା ରୂପ ବି ହୁଏ ଅତି ଆପଣାର ଜାଣି ଶୁଣି କରେ ଯେବେ ଭୂଲ ବ୍ୟବହାର ଧର୍ମ ନାଶ ହୁଏ ଏଇ ମଣିଷ ସମ୍ପର୍କର ପ୍ରେମ ପ୍ରଜ୍ଞା ମୋହ ମାୟା ସବୁ ଜୀବନର ହୃଦୟ ବି ଫୁଲ ପରି ହୁଏ ଭ୍ରମରର ପ୍ରକୃତି ବି ପାଏ ନାହିଁ ଆଲୋକ ସୂର୍ଯ୍ୟର ସବୁ ଆଶା ସ୍ୱପ୍ନ ନିଶା ଦିଏ ଅନ୍ଧକାର ମଦ ମାଂସ ହତ୍ୟା ଭ୍ରମ ବୃତ୍ତି ସମାଜର ମଣିଷ ଜନମ ପାଇଁ ଭ୍ରଷ୍ଟ ଏ ସଂସାର #odiawritings #life #world #people #era #truth #yqodia #yourquotebhaina