Nojoto: Largest Storytelling Platform

◆କଳୁଷ-ମଣିଷ◆ ହୃଦୟଙ୍ଗମ ହେଲା ହଠାତ୍ ଏକ ଦୃଶ୍ୟ! ରାସ୍ତାକଡ

◆କଳୁଷ-ମଣିଷ◆
ହୃଦୟଙ୍ଗମ ହେଲା ହଠାତ୍ ଏକ ଦୃଶ୍ୟ!
ରାସ୍ତାକଡ଼ ଛାୟାବିହୀନ, ନ ଥିବାରୁ ବୃକ୍ଷ।
ଏ ମଣିଷର ସ୍ୱାର୍ଥ ପାଇଁ ଧରା ମାନହୀନ,
ପ୍ରତିକ୍ଷଣେ ଅନୁଭୂତ ପ୍ରକୃତିର କମ୍ପନ।
ବାସ ଆଶେ କରେ ନାଶ ସତ୍ୟ-ପୂଣ୍ୟ-ଧର୍ମ।
ଯଶ ଲୋଡ଼େ କୁପ୍ରବୃତ୍ତି, କରେ ଦୁଷ୍ଟ କର୍ମ।
ଧନ ଆଶେ କୃର ବେଶେ କରେ ପ୍ରତାରଣା।
ପର-କ୍ଷତି ଅନିଷ୍ଟ ଭକ୍ତି, ନ କରେ କରୁଣା।
ରାକ୍ଷସ ର ରୂପ ନେଇ ଆସିଅଛି ସେହି,
ତା'ଠାରୁ ସଂସାରରେ ହୀନ ନୁହେଁ କେହି।
ଯିଏ ଚିନ୍ତେ ପ୍ରକୃତିର କ୍ଷୟ ପ୍ରତିକ୍ଷଣେ,
ସିଏ ଏକା ସମାଜର କଳୁଷିତ ଜଣେ। #କଳୁଷ_ମଣିଷ #ମାନବିକତା #ସ୍ୱାର୍ଥପରମଣିଷ #mankind #humanity #nature #life #odiawritings
◆କଳୁଷ-ମଣିଷ◆
ହୃଦୟଙ୍ଗମ ହେଲା ହଠାତ୍ ଏକ ଦୃଶ୍ୟ!
ରାସ୍ତାକଡ଼ ଛାୟାବିହୀନ, ନ ଥିବାରୁ ବୃକ୍ଷ।
ଏ ମଣିଷର ସ୍ୱାର୍ଥ ପାଇଁ ଧରା ମାନହୀନ,
ପ୍ରତିକ୍ଷଣେ ଅନୁଭୂତ ପ୍ରକୃତିର କମ୍ପନ।
ବାସ ଆଶେ କରେ ନାଶ ସତ୍ୟ-ପୂଣ୍ୟ-ଧର୍ମ।
ଯଶ ଲୋଡ଼େ କୁପ୍ରବୃତ୍ତି, କରେ ଦୁଷ୍ଟ କର୍ମ।
ଧନ ଆଶେ କୃର ବେଶେ କରେ ପ୍ରତାରଣା।
ପର-କ୍ଷତି ଅନିଷ୍ଟ ଭକ୍ତି, ନ କରେ କରୁଣା।
ରାକ୍ଷସ ର ରୂପ ନେଇ ଆସିଅଛି ସେହି,
ତା'ଠାରୁ ସଂସାରରେ ହୀନ ନୁହେଁ କେହି।
ଯିଏ ଚିନ୍ତେ ପ୍ରକୃତିର କ୍ଷୟ ପ୍ରତିକ୍ଷଣେ,
ସିଏ ଏକା ସମାଜର କଳୁଷିତ ଜଣେ। #କଳୁଷ_ମଣିଷ #ମାନବିକତା #ସ୍ୱାର୍ଥପରମଣିଷ #mankind #humanity #nature #life #odiawritings