Nojoto: Largest Storytelling Platform

ରଙ୍ଗ କେବେ ଅଳସୀ ନଦୀ ର ନୀଳ ଢେଉ ତ କେବେ ମା ମଥା ର ଗାଢ

ରଙ୍ଗ କେବେ 
ଅଳସୀ ନଦୀ ର ନୀଳ ଢେଉ ତ 
କେବେ ମା ମଥା ର ଗାଢ଼ ଲାଲ  ରଙ୍ଗ 

କେବେ ତୋଫା ଚନ୍ଦ୍ରମା ର ସ୍ୱଚ୍ଛ କିରଣ ତ 
କେବେ ରୁପସୀ ର ଆଖି କଜଳ ରେ 
ଲୁକ୍କାୟିତ ଅସୁମାରୀ ଜୀବନ ଢେଉ .

କେବେ ଘନ ନୀଳ ଆକାଶ ରେ 
ଭାସୁଥିବା ଯାଯାବର ବାଦଲ ଖଣ୍ଡ ତ 
କେବେ କଁଅଳ ଶିଶୁ ଓଠ ରୁ ଫୁଟୁଥିବା 
ଗୋଲାପ କଢି ପରି ସତେଜ ସୁନ୍ଦର 
କେବେ ଅମା ଆକାଶ ରେ ହଜା 
ସ୍ବପ୍ନ ଖଣ୍ଡ ପରି ଅଧୁରା ,ଅନ୍ଧକାରମୟ 
କେବେ ଗାଢ଼ ,କେବେ ଫିକା 
କେବେ ସତେଜ କେବେ ମଳିନ 

ଭିନ୍ନ ଭିନ୍ନ ରଙ୍ଗ ରେ ରଙ୍ଗୀନ 
ଏ ଜୀବନ ରଙ୍ଗମଞ୍ଚ !!🤗

©Nibedita behera #Happy_holi  Lipsita Palei
ରଙ୍ଗ କେବେ 
ଅଳସୀ ନଦୀ ର ନୀଳ ଢେଉ ତ 
କେବେ ମା ମଥା ର ଗାଢ଼ ଲାଲ  ରଙ୍ଗ 

କେବେ ତୋଫା ଚନ୍ଦ୍ରମା ର ସ୍ୱଚ୍ଛ କିରଣ ତ 
କେବେ ରୁପସୀ ର ଆଖି କଜଳ ରେ 
ଲୁକ୍କାୟିତ ଅସୁମାରୀ ଜୀବନ ଢେଉ .

କେବେ ଘନ ନୀଳ ଆକାଶ ରେ 
ଭାସୁଥିବା ଯାଯାବର ବାଦଲ ଖଣ୍ଡ ତ 
କେବେ କଁଅଳ ଶିଶୁ ଓଠ ରୁ ଫୁଟୁଥିବା 
ଗୋଲାପ କଢି ପରି ସତେଜ ସୁନ୍ଦର 
କେବେ ଅମା ଆକାଶ ରେ ହଜା 
ସ୍ବପ୍ନ ଖଣ୍ଡ ପରି ଅଧୁରା ,ଅନ୍ଧକାରମୟ 
କେବେ ଗାଢ଼ ,କେବେ ଫିକା 
କେବେ ସତେଜ କେବେ ମଳିନ 

ଭିନ୍ନ ଭିନ୍ନ ରଙ୍ଗ ରେ ରଙ୍ଗୀନ 
ଏ ଜୀବନ ରଙ୍ଗମଞ୍ଚ !!🤗

©Nibedita behera #Happy_holi  Lipsita Palei