Nojoto: Largest Storytelling Platform

ଆସିଲୁ ଯେବେ ତୁ ମୋ କୋଳକୁ ମୋର ଗେଲ୍ହି ରାଜକୁମାରୀ, ଚାହି

ଆସିଲୁ ଯେବେ ତୁ ମୋ କୋଳକୁ 
ମୋର ଗେଲ୍ହି ରାଜକୁମାରୀ,
ଚାହିଁ ଦେଲେ ମୁହଁ ତୋର 
ମୋ ମନ ଯାଏ ତୋ ପୁରି ।
ତତେ ପାଇ, ପାଇଛି ଯେ ମୁଁ 
ସତେ କୁବେର ଧନ,
ତତେ ଟିକେ କୋଳେଇ ନେଲେ 
ଆଉ ତୋ କିଛି ଚାହେଁନି ଏ ମନ ।
ଯିଏ ଆସି ଚାହେଁ ତୋ ମୁହଁ 
ଲାଗେ ତୋ ମୋତେ ଭାରି ଡର, 
କାଳେ କିଏ ସେ ଆସି 
ପକେଇବ ତାର ନଜର ।
ମୋ ମମତା ଅଗଣା ରେ 
ତୁ କସ୍ତୁରୀ ମୋହକ ପରି,
ତୋ ପାଦପଦ୍ମ ପଡ଼ି ଏ କୁଡିଆ ରେ 
ଆଜି ରାଜଉଁଆସ ସୁଖ ଯାଇଛି ଭରି  ।

©Lili Dey
  Baby girl
anuradhadey6723

Lili Dey

New Creator

Baby girl #Poetry

135 Views