Nojoto: Largest Storytelling Platform

।।। ତୁମ ପାଇଁ ଚିଠି ।।। ପ୍ରିୟତମ ମୋର, ଗ୍ରହଣ କରିବ ପ୍

।।। ତୁମ ପାଇଁ ଚିଠି ।।।


ପ୍ରିୟତମ ମୋର,
ଗ୍ରହଣ କରିବ ପ୍ରେମ ଅପାର ।
କହିଥିଲ ତୁମେ ଫଗୁଣେ ଆସିବ,
ମୋ ସାଥିରେ ତୁମେ ଫଗୁ ଖେଳିବ ।
ଫଗୁଣରେ କାହିଁ ଆସିଲ ନାହିଁ,
ଶ୍ରାବଣ ଆସିଲାଣି ଦେଖ ନିଦାଘ ଯାଇ ।
କଥା ଦେଇ କଥା ରଖିଲ ନାହିଁ,
କାଟୁଛି ମୁଁ ଦିନ, ତୁମ ବାଟ ଚାହିଁ ।
କେଉଁ ଦୂର ଦେଶେ ରହିଲ ଯାଇ,
ଦେଖିବାକୁ ଚାହିଁ ମଧ୍ୟ ଆଖି ପାଏ ନାହିଁ ।
ମୋ କଥା କି ସତେ ଭୁଲି ଗଲଣି,
ଡର ଲାଗେ, କାଳେ ଅଧା ରହିଯିବ ଆମ କାହାଣୀ ।
ସଭିଏଁ ଝୁରନ୍ତି ଏଠି ତୁମକୁ,
ସେଇ ନଈ କୂଳ, ଆମ୍ବ ତୋଟା ମାଳ,
ଗାଆଁ ମୁଣ୍ଡ ବରଗଛ ବି ଯେମିତି ଖୋଜେ ତୁମକୁ ।
ଆସିବ ଏଥର ନିଶ୍ଚେ ରହିଲା ରାଣ,
ଜଗିଥିବି ତୁମ ବାଟ ମୁଁ ରାତି ଦିନ ।
ମନ ମୋ କହୁଛି ଭଲ ରେ ଥିବ,
ଚିଠି ପାଇ ତାର ଉତ୍ତର ଦେବ ।
ଇତି,
ତୁମର, ମୁଁ । #ପ୍ରେମ #ଚିଠି #YQdidi #yourquote #YQBhaina #YQOdia #MunOdia #YoPoWriMo #Poem #poetry #BoostThyself #odia #yqbaba #letter
।।। ତୁମ ପାଇଁ ଚିଠି ।।।


ପ୍ରିୟତମ ମୋର,
ଗ୍ରହଣ କରିବ ପ୍ରେମ ଅପାର ।
କହିଥିଲ ତୁମେ ଫଗୁଣେ ଆସିବ,
ମୋ ସାଥିରେ ତୁମେ ଫଗୁ ଖେଳିବ ।
ଫଗୁଣରେ କାହିଁ ଆସିଲ ନାହିଁ,
ଶ୍ରାବଣ ଆସିଲାଣି ଦେଖ ନିଦାଘ ଯାଇ ।
କଥା ଦେଇ କଥା ରଖିଲ ନାହିଁ,
କାଟୁଛି ମୁଁ ଦିନ, ତୁମ ବାଟ ଚାହିଁ ।
କେଉଁ ଦୂର ଦେଶେ ରହିଲ ଯାଇ,
ଦେଖିବାକୁ ଚାହିଁ ମଧ୍ୟ ଆଖି ପାଏ ନାହିଁ ।
ମୋ କଥା କି ସତେ ଭୁଲି ଗଲଣି,
ଡର ଲାଗେ, କାଳେ ଅଧା ରହିଯିବ ଆମ କାହାଣୀ ।
ସଭିଏଁ ଝୁରନ୍ତି ଏଠି ତୁମକୁ,
ସେଇ ନଈ କୂଳ, ଆମ୍ବ ତୋଟା ମାଳ,
ଗାଆଁ ମୁଣ୍ଡ ବରଗଛ ବି ଯେମିତି ଖୋଜେ ତୁମକୁ ।
ଆସିବ ଏଥର ନିଶ୍ଚେ ରହିଲା ରାଣ,
ଜଗିଥିବି ତୁମ ବାଟ ମୁଁ ରାତି ଦିନ ।
ମନ ମୋ କହୁଛି ଭଲ ରେ ଥିବ,
ଚିଠି ପାଇ ତାର ଉତ୍ତର ଦେବ ।
ଇତି,
ତୁମର, ମୁଁ । #ପ୍ରେମ #ଚିଠି #YQdidi #yourquote #YQBhaina #YQOdia #MunOdia #YoPoWriMo #Poem #poetry #BoostThyself #odia #yqbaba #letter