ମକର ସଂକ୍ରାନ୍ତି ମକର ଆସିଛି ଉତ୍ସାହ ନେଇ ଖୁସିରେ ନାଚୁଛି ଭାରତ ଭୂଇଁ। ବାରଟି ମାସରେ ବାର ସଂକ୍ରାନ୍ତି ମକର କୋଳକୁ ସୂର୍ଯ୍ୟଙ୍କ ଗତି। ଉତ୍ତରାୟଣରେ ସୂର୍ଯ୍ୟ ଚଳନ ଅଟଇ ଅତୀବ ପବିତ୍ର ଦିନ। ମକର ଦିନଟି ଶୁଭ ଅଟଇ ମକରଠୁ ବେଳ ବକର ହୋଇ। ରାତି ହୁଏ ଛୋଟ ଦିନ ତ ବଡ଼ କମି କମି ଆସେ ବାଘୁଆ ଜାଡ଼। କୃଷିଭିତ୍ତିକ ଏ ପରବ ଆମ ବିଭିନ୍ନ ସ୍ଥାନରେ ବିଭିନ୍ନ ନାମ। କିଏ ପାଳେ 'ଟିସୁ' କିଏ 'ପୋଙ୍ଗଲ' ଖୁସି ବାଣ୍ଟିଥାଏ ପଲ୍ଲୀ, ନଗର। ପୂଜା ଯେ ହୋଇଥାନ୍ତି ଦିବାକର ସକଳ ଶକ୍ତିର ସେ ଯେ ଆଧାର। ପ୍ରତ୍ୟୁଷରୁ ଉଠି କରି ସ୍ନାହାନ ସୁରୁଜ ଦେବଙ୍କୁ କଲେ ଦର୍ଶନ। ସକଳ ପାପରୁ ମୁକ୍ତି ମିଳଇ ସୂର୍ଯ୍ୟ ପୂଜା କଲେ ଅଭିଷ୍ଟ ପାଇ। ମକର ଆମର ଅମଳ ପର୍ବ ପ୍ରତି ଓଡ଼ିଆଙ୍କ ଗର୍ବ ଗୌରବ। ନୂଆ ଚାଉଳରେ କ୍ଷୀର, କଦଳୀ ଘୃତ, ମହୁ, ଅଦା, କର୍ପୁର ପଡ଼ି। ମକର ଭୋଗ ଯେ ହୁଏ ପ୍ରସ୍ତୁତ ବାଣ୍ଟି ଖାଇଥାନ୍ତି ତାକୁ ସର୍ବତ୍ର। ଆନନ୍ଦେ ବୁଲନ୍ତି ମକର ମେଳା ଗୁଡ଼ିକୁ ଉଡ଼ାଇ ଖେଳନ୍ତି ପିଲା। ବ୍ୟାସକବିଙ୍କର ଏ ଜନ୍ମ ତିଥି ଗଙ୍ଗାକୁ ଆଣିଲେ ଯେ ଭଗିରଥୀ। ମକର ସଂକ୍ରାନ୍ତି ପାଳିବା ଆସ ଭାଇଚାରା ବାଣ୍ଟି ହେବା ହରଷ। ସରୋଜିନୀ ବେହେରା ପାଳଲହଡ଼ା, ଅନୁଗୁଳ ©SAROJINI BEHERA #makarsankranti