White ନିର୍ଦ୍ଦୟ ଜୀବନ ଅଟଇ ଦି'ଦିନର ବନ୍ଧୁ ସେନେହ ରଜ୍ଜୁକୁ ଧରି ପରକୁ ଆପଣା କରି ଚଳୁଥିବା ମୁକୁତା ପଡ଼ିବ ଝରି।। ଦୟା, ବିନୟର ମମତାର ମଧୁ ବିତରି ଯିବା ସଂସାରେ ସତ୍ୟ, ତ୍ୟାଗ, ବଳିଦାନର ମନ୍ତର ଜପୁଥିବା ଜୀବନରେ।। ଦୟା ରଖିଥିବା ସବୁ ଜୀବଠାରେ ମାନବ ଜୀବନାଦର୍ଶ ନିର୍ଦ୍ଦୟ ନୋହିବ କେବେ କାହା ପରେ ମିଳିବ ଅନେକ ଦୁଃଖ।। ନିର୍ଦ୍ଦୟ ଅଟଇ ପାଶବ ପ୍ରକୃତି ସମାଜରେ ନାହିଁ ସ୍ଥାନ ନିର୍ଦ୍ଦୟୀ ଭାବନା ଥାଏ ଯା ମନରେ ପାଇଥାଏ ଅସମ୍ମାନ।। ପାଶବ ପ୍ରୟାସ ନାଶ ନିଜ ହୃଦୁ ଦୟାଭାବ ହୃଦେ ବହି ପର, ଆପଣାର ଭେଦ ଭୁଲି ଯିବା ଏକତାର ମନ୍ତ୍ର ଗାଇ।। ନିର୍ଦ୍ଦୟ କୃପାଣ ଫିଙ୍ଗି ଦେବା ଦୂରେ ଏକ ସୂତ୍ରେ ହେବା ଗୁନ୍ଥି ନିଃସ୍ୱ,ଅସହାୟେ ହୋଇବା ସହାୟ ସେବା ଭାବେ ହେବା ବ୍ରତୀ।। ଦୁଃଖୀଜନ ସେବା କରୁଥିବା ସଦା ପରମେଶ୍ୱରଙ୍କୁ ଧ୍ୟାୟୀ ସଭିଙ୍କ ହୃଦୟେ ବିରାଜିତ ପରା ଭକ୍ତବନ୍ଧୁ ଭାବଗ୍ରାହୀ।। ସରୋଜିନୀ ବେହେରା ପାଳଲହଡ଼ା, ଅନୁଗୁଳ ©SAROJINI BEHERA #sad_quotes