Nojoto: Largest Storytelling Platform

ଏଇ ସମୂଦ୍ର ର ଚଞ୍ଚଳତା, ମାଟି ସାଂଗେ ତା'ର ମିଳନ ପାଇଁ ସେଥ

ଏଇ ସମୂଦ୍ର ର ଚଞ୍ଚଳତା, ମାଟି ସାଂଗେ ତା'ର ମିଳନ ପାଇଁ
ସେଥିପାଇଁ ସାଗର ସର୍ବଦା ଚଞ୍ଚଳମୟ କୂଳ ପାଖରେ, 
କିନ୍ତୁ ଯେମିତି ମାଟି ତାର ନିଜ ସତ୍ୟତା କୁ ଜାଣେ, 
ସେ ଜାଣେ ତାର ଏଇ ଅସ୍ତିତ୍ୱ ପାଣି ପାଇଁ ହିଁ , ସେ ଜାଣେ ଏଇ ପାଣି ଉପରେ ହିଁ ସେ ଭାସମାନ, 
ସେଥିପାଇଁ ମାଟି ର ଖନନ ରୁ ପାଣି ଆସିଥାଏ । 
ସେହିପରି ଯେବେ ଏଇ ଗଭୀର ସମୂଦ୍ର ତା ର ନିଜ ପରିଚୟ ପାଇଯାଏ, 
ସେ ନିଜ ଗଭୀରତା ର ଗର୍ଭ ରେ ଯେବେ ମାଟି କୁ ହିଁ ଦେଖେ ମାଟି କୁ ହିଁ ପାଏ, 
ସେ ଜାଣେ ଏଇ ମାଟି ଉପରେ ହିଁ ତା ର ଅସ୍ତିତ୍ୱ, 
ଯେମିତି ଭୂମି ତା ଉପରେ ଭାସମାନ , ସେମିତି ସେ ଭୂମି ଉପରେ ବିଦ୍ୟମାନ, 
ସେ ଜାଣିବାକୁ ପାଏ ସେ ହିଁ ମାଟି, ସେ ହିଁ ପାଣି.. 
ସେବେ ତା ଚଞ୍ଚଳତା ର ଅବସାନ ହୁଏ, 
ସେଥିପାଇଁ ଦୂର ମାଟି ର ଗର୍ଭ ରେ ଏଇ ବିଶାଳକାୟ ସମୂଦ୍ର ନିଜକୁ ସର୍ବଦା ଶାନ୍ତ ପାଏ ।।

©Amlan Sourav Dash
  #ସମୂଦ୍ରମାଟି #odia #Odisha #Quotes #Love #Meaning #nogoto #writer

#ସମୂଦ୍ରମାଟି #odia #Odisha #Quotes Love #Meaning #nogoto #writer #Poetry

51,463 Views