Nojoto: Largest Storytelling Platform

**କଳିଯୁଗ ର ଗାଥା** ଏଠି ସତ୍ୟ ର ନାହିଁ କୌଣସି ମୂଲ, ମି

**କଳିଯୁଗ ର ଗାଥା**
ଏଠି ସତ୍ୟ ର ନାହିଁ କୌଣସି ମୂଲ,
ମିଛ କୁହା ଲୋକ ପାଏ ଆଦର |
ବୁଝିବାକୁ କାହିଁ କରୁ ବିଳମ୍ବ,
ଆରେ ବାୟା କାହିଁ ସାଜିଛୁ ଭଲ ?
ଏଠି କେହି ନୁହେଁ କାହାର, 
ଏଇ ତ ଏ କଳିଯୁଗ ର ଖେଳ |
ଭଲ କରି ଏଠି ଭୂଲ ହୋଇବୁ,
ଖରାପ କରି ବି ମୁକୁଳି ଯିବୁ |
ସମାଧାନ ଏଠି ଦୂରର କଥା,
ଦୁଇପଦ ପାଇଁ କାହିଁ ପାଳୁ ମୁଣ୍ଡବ୍ୟଥା ?
ଛାଡି ନପାରିବୁ କୌଣସି ନିଶା,
ସେହିପରି ଏଠି ହିଂସା ଦୁର୍ଦ୍ଦଶା |
ଭାବକୁ ତୋହର ଅଛି ଭରସା,
କେହି ନବୁଝିବେ କିଛି ଅବସ୍ଥା |
ପେଟ ପାଇଁ ଏଠି ଗରିବ ହତାଶ,
ଧନୀଜନେ ସାହା ହୁଅନ୍ତି ଦାତା |
ଧନ କୁ କରନ୍ତି ସଭିଏଁ ପୂଜା,
ଧନୀ ଙ୍କୁ ମିଳଇ ଉଚ୍ଚ ଦରଜା |
ଧନୀ ଭୋଗକରେ ସବୁ ଶୁଶ୍ରୁଷା,
ଗରିବ ଭାଗ୍ୟରେ ଲାତ ଗୋଇଠା |
ଏଇ ତ ଏ କଳିଯୁଗ ର ଗାଥା !
[ସୌମ୍ୟ ରଞ୍ଜନ ମିଶ୍ର]  #saga of #kaliyuga  #lifequotes #religion #world #time #yourquotebhaina  #yqodia
**କଳିଯୁଗ ର ଗାଥା**
ଏଠି ସତ୍ୟ ର ନାହିଁ କୌଣସି ମୂଲ,
ମିଛ କୁହା ଲୋକ ପାଏ ଆଦର |
ବୁଝିବାକୁ କାହିଁ କରୁ ବିଳମ୍ବ,
ଆରେ ବାୟା କାହିଁ ସାଜିଛୁ ଭଲ ?
ଏଠି କେହି ନୁହେଁ କାହାର, 
ଏଇ ତ ଏ କଳିଯୁଗ ର ଖେଳ |
ଭଲ କରି ଏଠି ଭୂଲ ହୋଇବୁ,
ଖରାପ କରି ବି ମୁକୁଳି ଯିବୁ |
ସମାଧାନ ଏଠି ଦୂରର କଥା,
ଦୁଇପଦ ପାଇଁ କାହିଁ ପାଳୁ ମୁଣ୍ଡବ୍ୟଥା ?
ଛାଡି ନପାରିବୁ କୌଣସି ନିଶା,
ସେହିପରି ଏଠି ହିଂସା ଦୁର୍ଦ୍ଦଶା |
ଭାବକୁ ତୋହର ଅଛି ଭରସା,
କେହି ନବୁଝିବେ କିଛି ଅବସ୍ଥା |
ପେଟ ପାଇଁ ଏଠି ଗରିବ ହତାଶ,
ଧନୀଜନେ ସାହା ହୁଅନ୍ତି ଦାତା |
ଧନ କୁ କରନ୍ତି ସଭିଏଁ ପୂଜା,
ଧନୀ ଙ୍କୁ ମିଳଇ ଉଚ୍ଚ ଦରଜା |
ଧନୀ ଭୋଗକରେ ସବୁ ଶୁଶ୍ରୁଷା,
ଗରିବ ଭାଗ୍ୟରେ ଲାତ ଗୋଇଠା |
ଏଇ ତ ଏ କଳିଯୁଗ ର ଗାଥା !
[ସୌମ୍ୟ ରଞ୍ଜନ ମିଶ୍ର]  #saga of #kaliyuga  #lifequotes #religion #world #time #yourquotebhaina  #yqodia