Nojoto: Largest Storytelling Platform

ଆସ ଭିଜିବା ବାରିଦ ର ଏ ନିରବଛିନ୍ନ ବରଷା ଧାରାରେ, ଧୋଇଦେବା

ଆସ ଭିଜିବା
ବାରିଦ ର ଏ ନିରବଛିନ୍ନ ବରଷା ଧାରାରେ,
ଧୋଇଦେବା ତନୁମନରେ ଲାଗିଥିବା 
ରୋଷ ଅଭିମାନର ଦାଗ ତକ,
ଛପିଯାଇଥିବା କିଛି ଅପମାନର ଚିହ୍ନ; 
ଆସ ଭିଜିବା
ପ୍ରକୃତି ପରି ପ୍ରେମ ର ବର୍ଷା କରି,
ସ୍ନେହ ସୌହାର୍ଦ୍ଦ୍ୟର ଅନ୍ତହୀନ ଲଘୁଚାପ ସୃଷ୍ଟି କରି;
ଆସ ଭିଜିବା
ତୁମେ ଆଉ ମୁଁ ,
ସମଗ୍ର ଧରା କୁ ଭିଜାଇବାର ଅଭିଳାଷ ନେଇ,
ଭିଜା ମାଟିର ବାସ୍ନା ପରି
ନିଜ କର୍ମର ଅଦିପ୍ତ ସୁଗନ୍ଧ ରେ
ଚତୁର୍ଦ୍ଦିଗ ଚହଟେଇବା ପାଇଁ  ।। #rain #lovetherain #wetty #nojoto #nojotocuttack #odia #writinglove #poetry