Nojoto: Largest Storytelling Platform

ଶେଷ ଯଦି ହୋଇ ଯାଏ ମୋର ବାକ୍ ଶକ୍ତି କେବେ ମୋ ଆଖିର ଇଶାରା

ଶେଷ ଯଦି ହୋଇ ଯାଏ ମୋର ବାକ୍ ଶକ୍ତି କେବେ 
ମୋ ଆଖିର ଇଶାରାରେ ବୁଝି ନେବ ମୋର ମନକଥା ।

ଶେଷ ଯଦି ହୋଇ ଯାଏ ମୋର ଦୃଷ୍ଟି ଶକ୍ତି କେବେ 
ବୁଝିବ, ତୁମ ଦୁଇ ଆଖିରେ ମୁଁ ଦେଖିବି ଦୁନିଆ ।

ଶେଷ ଯଦି ହୋଇ ଯାଏ ମୋର ରୂପ ଆଉ ଯୌବନ 
କଥା ଦିଅ, ତଥାପି ରଖିବ ମନରେ ମୋତେ କରି ଅପରୂପା ।

ଶେଷ ଯଦି ହୋଇ ଯାଏ ମୋର ବଞ୍ଚିବାର ଇଚ୍ଛା 
ଜାଣି ରଖ, ତୁମେ ହିଁ ଜଗାଇ ପାରିବ ମୋ ମନରେ ଜୀଇଁବା ଲାଳସା ।

ଶେଷ ଯଦି ହୋଇ ଯାଏ ମୋର ହାଡ-ମାଂସ ର ପାର୍ଥିବ ଶରୀର 
ଭୁଲିବନି କେବେ, ତୁମ ନାମରେ କରିଥିଲି ମୋର ଏ ଜୀବନ । #ଶେଷଜୀବନ #yqbaba #YQdidi #YQBhaina #YQOdia #MunOdia #yourquoteodia #odiapoetry