ଶେଷ ଯଦି ହୋଇ ଯାଏ ମୋର ବାକ୍ ଶକ୍ତି କେବେ ମୋ ଆଖିର ଇଶାରାରେ ବୁଝି ନେବ ମୋର ମନକଥା । ଶେଷ ଯଦି ହୋଇ ଯାଏ ମୋର ଦୃଷ୍ଟି ଶକ୍ତି କେବେ ବୁଝିବ, ତୁମ ଦୁଇ ଆଖିରେ ମୁଁ ଦେଖିବି ଦୁନିଆ । ଶେଷ ଯଦି ହୋଇ ଯାଏ ମୋର ରୂପ ଆଉ ଯୌବନ କଥା ଦିଅ, ତଥାପି ରଖିବ ମନରେ ମୋତେ କରି ଅପରୂପା । ଶେଷ ଯଦି ହୋଇ ଯାଏ ମୋର ବଞ୍ଚିବାର ଇଚ୍ଛା ଜାଣି ରଖ, ତୁମେ ହିଁ ଜଗାଇ ପାରିବ ମୋ ମନରେ ଜୀଇଁବା ଲାଳସା । ଶେଷ ଯଦି ହୋଇ ଯାଏ ମୋର ହାଡ-ମାଂସ ର ପାର୍ଥିବ ଶରୀର ଭୁଲିବନି କେବେ, ତୁମ ନାମରେ କରିଥିଲି ମୋର ଏ ଜୀବନ । #ଶେଷଜୀବନ #yqbaba #YQdidi #YQBhaina #YQOdia #MunOdia #yourquoteodia #odiapoetry