Nojoto: Largest Storytelling Platform

// ମୋ ଗାଁ ରେ ସଞ୍ଜ// ଛୋଟିଆ ଗପ ଟାଏ। //ମୋ

// ମୋ ଗାଁ ରେ ସଞ୍ଜ//

           ଛୋଟିଆ ଗପ ଟାଏ। //ମୋ ଗାଁ ରେ ସଞ୍ଜ//

ଗୋଧୂଳି ସମୟ,
ନଖିଆ ଗଉଡ଼ ଗାଈ ଗୋଠ ନେଇ ଆସିଲାଣି। ରାସ୍ତାରେ ତ ସବୁଦିନ ଭଳି ଗାଡ଼ି ମଟର ଯା ଆସ କରୁଥାଏ। ନଙ୍ଗଳା ଅସନା ପିଲାଗୁଡ଼ା ଦାଣ୍ଡରେ ଦଉଡ଼ା ଦଉଡ଼ି ହଉଥାନ୍ତି। ଟୁଙ୍ଗୁରି ଦୋକାନରେ ଭିଡ଼ ଆସ୍ତେ ଆସ୍ତେ ଜମୁଥାଏ। ଷୋଡ଼ଶୀ ଦି ଜଣ ପତଳା ଲୁଗା ପିନ୍ଧି ସଞ୍ଜସଳିତା ଧରି ଗାଁ ମୁଣ୍ଡ ଚଣ୍ଡୀବୁଢ଼ୀ ମନ୍ଦିରକୁ ଯାଉଥାନ୍ତି। ସାହୁ ଘର ଟୋକା ଘରକୁ ଆସିନି ବୋଧେ, ତା ବୋଉ ତାକୁ ସେଥିପାଇଁ ବକିକାଢିବାରେ ବ୍ୟସ୍ତ। ସନିଆ ଆଉ ବଗୁଲା ଭାଙ୍ଗ ଟେଳେ ଖାଇଦେଇ ଗପିବାରେ ବ୍ୟସ୍ତ। ଶିବ ମନ୍ଦିର ରୁ ତୁରୀ ଶବ୍ଦ ଶୁଭିଲା। ସଂକୀର୍ତ୍ତନ ଗୋଷ୍ଟି ଝାଞ୍ଜ ଖୋଳ ସହ ଭଗବତ ଘର ଭିତରେ ପଶିଲେଣି।  ଦାସ ସାରେ ତାଙ୍କ ବାରଣ୍ଡାରେ ବସି ଚା ପିଉଥାନ୍ତି। ଠାଏ ଠାଏ ଟୋକା ବୁଢ଼ା ସବୁ ଏକାଠି ହେଇ ଗପିବାକୁ ଲାଗିଲେଣି।

ଦାଣ୍ଡ ପିଣ୍ଢାରେ ବସି ରହି ଆକାଶ କୁ ଚାହିଁ ରହିଛି  ଛୋଟା ବୁଢ଼ା।
କଣ ଗୋଟାଏ ଭାବୁଛି କି କଣ ସେକଥା ତାକୁ ହିଁ ଜଣା।