ଚିଠି ମୋ ଅନିଦ୍ରା ଆଖିର ତମାମ ସ୍ୱପ୍ନକୁ ପ୍ରୀତିକୁଞ୍ଜର ସେ ଠିକଣାରେ ପଠେଇ ଦେଇଛି ମନର ଲଫାପା ସିଞ୍ଚି ଦେଇଛି ତୁମ ଦେହର ପରଫ୍ୟୁମ ଯାହା ସାଇତି ରଖିଛି ଏ ଯାଏ ମୋ ଛାତିର ନିବୁଜ କୋଠରୀରେ। ପଢ଼ି ନେବ ଥରେ ଦରଭଙ୍ଗା ଶବ୍ଦସବୁ ପ୍ରେମର ମହାନୁଭବ ଥିଲା ନା ଛଳନାର କାରିଗରୀ ଥରେ ବି ହେଉ ନିଶ୍ଚୟ ପଢ଼ିବ ବିକ୍ଷିପ୍ତ ଚନ୍ଦ୍ରଲୋକରେ ଲିଭିଯିବା ଆଗରୁ ଅନ୍ତତଃ ଚିତ୍ରଲେଖା ଜୀବନର ଦୀପାଶିଖା। ସରୋଜିନୀ ବେହେରା ପାଳଲହଡ଼ା, ଅନୁଗୁଳ ©SAROJINI BEHERA #booklover