ଯେତେବେଳେ ଛୁଆଟିଏ କୁଆଁ କୁଆଁ କାନ୍ଦି ଜନ୍ମ ନିଏ, ସେତେବେଳେ ତା ସହିତ ଜନ୍ମ ନିଅନ୍ତି ଅନେକ ଗୁଡିଏ ସମ୍ପର୍କ । ଯେମିତି କି ବାପା, ମାଆ, ଭାଇ, ଭଉଣୀ, ଦାଦା, ଖୁଡି, ମାମୁଁ, ମାଇଁ, ଅଜା, ଆଈ ଇତ୍ୟାଦି । ଯେଣୁ ଯେଣୁ ପିଲା ବଡ ହୁଏ, ତେଣୁ ତେଣୁ ସମସ୍ତେ ଆସିଥାନ୍ତି ଅଭିଜ୍ଞତା ର ପାହାଡ ତୋଳିସାରି , ସେଥିରୁ କିଛି କିଛି ବାଣ୍ଟିବା ପାଇଁ । ବିଚରା ପିଲାଟି ସମ୍ପର୍କ ର ବନ୍ଧନରେ ଏମିତି ବାନ୍ଧି ହୋଇ ଥାଏ ଯେ ନିଜର ସବୁ ଆଶା ଆକାଙାକ୍ଷା କୁ ଜାଳି ଦେଇଥାଏ । କଣ ପିନ୍ଧିବ, କଣ ଖାଇବ, କଣ ପଢିବ ଏସବୁ ମଧ୍ୟ ସେ ନିର୍ଣ୍ଣୟ କରିପାରେ ନାହିଁ । ପ୍ରତି କଥା ରେ ପାଚେରୀ ହୋଇ ଠିଆ ହୁଏ ସମସ୍ତଙ୍କ ଅଭିଜ୍ଞତା । ସତରେ କଣ ତାର ସ୍ୱାଧୀନତା ନାହିଁ, ନିଜ ଜୀବନ କୁ ନିଜ ସର୍ତ୍ତ ରେ ବଞ୍ଚିବାକୁ ? ପ୍ରତି ଟି ପିଲାର କାହାଣୀ ।। #ଜନ୍ମ #ଅଭିଜ୍ଞତା #ସମ୍ପର୍କ #YQdidi #yourquote #YQBhaina #YQOdia #MunOdia #yqbaba #avignyata #bandhan #ବନ୍ଧନ