Nojoto: Largest Storytelling Platform

ଅଦିନିଆ ବର୍ଷା କୁ ଦୂରୁ ଜୁହାର ! ବାଧା ପ୍ରାପ୍ତ କରେ ରୋଜ

ଅଦିନିଆ ବର୍ଷା କୁ ଦୂରୁ ଜୁହାର !
ବାଧା ପ୍ରାପ୍ତ କରେ ରୋଜଗାର |
ଶସ୍ୟ ଉତ୍ପାଦନେ ହୁଏ ଦୁର୍ଭିକ୍ଷ,
କେମିତି ବୁଲିବ ଜୀବନ ଅକ୍ଷ ?
ଚାଷୀ ଆତ୍ମହତ୍ୟା ଯେ ବର୍ଷଯାକ,
ଭୋକ ହିଁ କାରଣ ଏ ସ୍ୱାଭାବିକ |
ଭାଇ ସରକାର ଭାରି ବଢିଆ ଲୋକ,
ସେ କାହିଁ ବୁଝିବେ ଗରିବଙ୍କ ଦୁଃଖ ?
ଶସ୍ୟ ଅଭାବରେ ମୂଲ୍ୟ ବଢ଼ିବ,
ଅନ୍ୟ ରାଜ୍ୟରୁ ଆମଦାନୀ ହେବ |
ଗରିବ ହିଁ ସେହି ଦୁଃଖ ଭୋଗିବ,
ପରିବାର ତାର ଭୋକରେ ଗଡିବ |
ସରକାର ଙ୍କ ରାଜନୀତି ହିଁ ଭୋକ,
ତାଙ୍କ ପାଇଁ ଏହା ସରଗ ସୁଖ |
ନର୍କ ଯନ୍ତ୍ରଣା ଭୋଗେ ଗରିବ ଲୋକ,
ଅନ୍ଧାର ମେଣ୍ଟାଈ ଦିଅ ଆଲୋକ !
ଭୂଲ କେଉଁଠି ହେ କୁହ ଆମର,
ଭୋଟ ପାଇଁ ତ ହୁଅ କୁକୁର ?
ଦାବି ଆମର ସମାଧାନ କର !

- ସୌମ୍ୟ ରଞ୍ଜନ ମିଶ୍ର  #ଅଦିନିଆବର୍ଷା #life #lifequotes #india #odiawritings #yourquotebhaina #yqodia #naturalcalamity
ଅଦିନିଆ ବର୍ଷା କୁ ଦୂରୁ ଜୁହାର !
ବାଧା ପ୍ରାପ୍ତ କରେ ରୋଜଗାର |
ଶସ୍ୟ ଉତ୍ପାଦନେ ହୁଏ ଦୁର୍ଭିକ୍ଷ,
କେମିତି ବୁଲିବ ଜୀବନ ଅକ୍ଷ ?
ଚାଷୀ ଆତ୍ମହତ୍ୟା ଯେ ବର୍ଷଯାକ,
ଭୋକ ହିଁ କାରଣ ଏ ସ୍ୱାଭାବିକ |
ଭାଇ ସରକାର ଭାରି ବଢିଆ ଲୋକ,
ସେ କାହିଁ ବୁଝିବେ ଗରିବଙ୍କ ଦୁଃଖ ?
ଶସ୍ୟ ଅଭାବରେ ମୂଲ୍ୟ ବଢ଼ିବ,
ଅନ୍ୟ ରାଜ୍ୟରୁ ଆମଦାନୀ ହେବ |
ଗରିବ ହିଁ ସେହି ଦୁଃଖ ଭୋଗିବ,
ପରିବାର ତାର ଭୋକରେ ଗଡିବ |
ସରକାର ଙ୍କ ରାଜନୀତି ହିଁ ଭୋକ,
ତାଙ୍କ ପାଇଁ ଏହା ସରଗ ସୁଖ |
ନର୍କ ଯନ୍ତ୍ରଣା ଭୋଗେ ଗରିବ ଲୋକ,
ଅନ୍ଧାର ମେଣ୍ଟାଈ ଦିଅ ଆଲୋକ !
ଭୂଲ କେଉଁଠି ହେ କୁହ ଆମର,
ଭୋଟ ପାଇଁ ତ ହୁଅ କୁକୁର ?
ଦାବି ଆମର ସମାଧାନ କର !

- ସୌମ୍ୟ ରଞ୍ଜନ ମିଶ୍ର  #ଅଦିନିଆବର୍ଷା #life #lifequotes #india #odiawritings #yourquotebhaina #yqodia #naturalcalamity