ମୁଁ ଜାଣି ଥିଲି ତୁମେ ଫେରିବ ନିଶ୍ଚୟ ଆଉ ନ ଫେରିବାର ପ୍ରତିଶ୍ରୁତି କୁ ଭାଙ୍ଗି ଦେଇ । ନ ହେଲେ, ଏତେ ସବୁ ମୂହୁର୍ତ୍ତ କୁ ଆମର କେତେ ଦିନ ବା ଧରି ରଖି ପାରିଥାନ୍ତା, ତୁମ ମସ୍ତିଷ୍କ ର ସୂକ୍ଷ୍ମ ତନ୍ତୁ ଗୁଡିକ, ସାରା ଜୀବନ ପାଇଁ ପାଥେୟ କରିବାକୁ । କେତେ ରାତି ଅବା ତୁମେ କାଟି ପାରିଥାନ୍ତ ଅନିଦ୍ରା ହୋଇ, କାଳେ ଭୁଲ ବଶତଃ ମୁଁ ଆସି ଯାଇଥାନ୍ତି ତୁମ ସ୍ୱପ୍ନ ରେ । କେତେ ଦିନ ଅବା ତୁମେ ବାନ୍ଧି ରଖି ପାରିଥାନ୍ତ, ନିଜ ସହ ସଂଗ୍ରାମ କରି କରି କ୍ଳାନ୍ତ, ଅବଶ ଏ ମନ କୁ, କାଳେ ପୁଣି ଥରେ ମୁଁ, ତୁମ ଦ୍ୱନ୍ଦ ର ଫାଇଦା ଉଠାଇ, ଗଢିନେଇ ଥାନ୍ତି ମୋ ଦ୍ବାରା ପୂର୍ବାଧିଭୋଗ ତୁମର ସେ ମନ ଭିତରେ ଛୋଟ ଏକ ବାଇଆ ବସା । ସେଥିପାଇଁ, ମୁଁ ଜାଣିଥିଲି, ତୁମେ ଫେରିବ ନିଶ୍ଚୟ । #yqbaba #YQBhaina #YQOdia #MunOdia #yourquoteodia #odiakavita