Nojoto: Largest Storytelling Platform

ରହି ଉଜାଗର ଜାଳିବି ଜାଗର ରହି ଉଜାଗର ଜାଳିବି ଜାଗର ଆହେ

ରହି ଉଜାଗର ଜାଳିବି ଜାଗର 

ରହି ଉଜାଗର ଜାଳିବି ଜାଗର 
ଆହେ ଉମାପତି ଭୋଳା ମହେଶ୍ୱର।

ସାଗର ମନ୍ଥନୁ ହଳାହଳ ପାନ 
ନୀଳକଣ୍ଠ ନାମ ବୋହିଛ ଆପଣ।

ଫାଲ୍ଗୁନର କୃଷ୍ଣ ଚତୁର୍ଦ୍ଦଶୀ ତିଥି 
ମହା ଶିବରାତ୍ରି ଏହି ମହା ରାତ୍ରି।

ଶିବବ୍ରତ ମଧ୍ୟେ ଏହି ବ୍ରତ ସାର 
ବାବାଙ୍କ ପାଖରେ ଜାଳିବି ଜାଗର।

ଭକତି ସଳିତା ରଖିଛି ଯତନେ 
ଭାବର ଦୀପକୁ ଜଳାଇଛି ମନେ।

ଶରଧା ସୁମନ ତୋଳିଛି ଆଦରେ 
ବେଲ ପତରକୁ ଚଢ଼ାଇବି ଶିରେ।

ଦୁଦୁରା, ଗୟସ, ଚମ୍ପା, ନାଗେଶ୍ୱର 
ସଜାଇ ଦେବି ମୁଁ ଶଶାଙ୍କ ଶେଖର।

ଜପୁଥିବି ବସି ଶିବ ପଞ୍ଚାକ୍ଷର 
ଆହେ ଶୂଳପାଣି ହେ ଡ଼ମ୍ବରୁଧର।

କରିବି ମିନତୀ ହେ ପାର୍ବତୀ ପତି 
ପାପ, ତାପ ହରି ଦିଅ ସୁଖ, ଶାନ୍ତି।

ପ୍ରଭୁ ଆଶୁତୋଷ ତୁମ ମହାଦୀପ 
ହରି ନେଉ ସାରା ସଂସାର ପାତକ।

ମହାଦୀପ ଜ୍ୟୋତି ନାଶୁ ଅମାରାତି 
ତୁମ ଜ୍ଞାନଲୋକେ ଦୀପ୍ତ ହେଉ ପୃଥ୍ଵୀ।

ଏତିକି ଗୁହାରି ହେ ଚନ୍ଦ୍ରଶେଖର 
ନୀଳକଣ୍ଠ ପ୍ରଭୁ ମହା କାଳେଶ୍ଵର।

ମହାଯୋଗୀ ଶମ୍ଭୁ ଭବ ଭୟ ହର 
ପାପ ଦାରିଆରୁ ମୋତେ ପାରି କର।

ହୃଦୟରେ ଜପି ଜୟ ଜୟ ହର 
ରହି ଉଜାଗର ଜାଳିବି ଜାଗର।

             ସରୋଜିନୀ ବେହେରା 
             ପାଳଲହଡ଼ା, ଅନୁଗୁଳ

©SAROJINI BEHERA #ମହାଶିବରାତ୍ରି
ରହି ଉଜାଗର ଜାଳିବି ଜାଗର 

ରହି ଉଜାଗର ଜାଳିବି ଜାଗର 
ଆହେ ଉମାପତି ଭୋଳା ମହେଶ୍ୱର।

ସାଗର ମନ୍ଥନୁ ହଳାହଳ ପାନ 
ନୀଳକଣ୍ଠ ନାମ ବୋହିଛ ଆପଣ।

ଫାଲ୍ଗୁନର କୃଷ୍ଣ ଚତୁର୍ଦ୍ଦଶୀ ତିଥି 
ମହା ଶିବରାତ୍ରି ଏହି ମହା ରାତ୍ରି।

ଶିବବ୍ରତ ମଧ୍ୟେ ଏହି ବ୍ରତ ସାର 
ବାବାଙ୍କ ପାଖରେ ଜାଳିବି ଜାଗର।

ଭକତି ସଳିତା ରଖିଛି ଯତନେ 
ଭାବର ଦୀପକୁ ଜଳାଇଛି ମନେ।

ଶରଧା ସୁମନ ତୋଳିଛି ଆଦରେ 
ବେଲ ପତରକୁ ଚଢ଼ାଇବି ଶିରେ।

ଦୁଦୁରା, ଗୟସ, ଚମ୍ପା, ନାଗେଶ୍ୱର 
ସଜାଇ ଦେବି ମୁଁ ଶଶାଙ୍କ ଶେଖର।

ଜପୁଥିବି ବସି ଶିବ ପଞ୍ଚାକ୍ଷର 
ଆହେ ଶୂଳପାଣି ହେ ଡ଼ମ୍ବରୁଧର।

କରିବି ମିନତୀ ହେ ପାର୍ବତୀ ପତି 
ପାପ, ତାପ ହରି ଦିଅ ସୁଖ, ଶାନ୍ତି।

ପ୍ରଭୁ ଆଶୁତୋଷ ତୁମ ମହାଦୀପ 
ହରି ନେଉ ସାରା ସଂସାର ପାତକ।

ମହାଦୀପ ଜ୍ୟୋତି ନାଶୁ ଅମାରାତି 
ତୁମ ଜ୍ଞାନଲୋକେ ଦୀପ୍ତ ହେଉ ପୃଥ୍ଵୀ।

ଏତିକି ଗୁହାରି ହେ ଚନ୍ଦ୍ରଶେଖର 
ନୀଳକଣ୍ଠ ପ୍ରଭୁ ମହା କାଳେଶ୍ଵର।

ମହାଯୋଗୀ ଶମ୍ଭୁ ଭବ ଭୟ ହର 
ପାପ ଦାରିଆରୁ ମୋତେ ପାରି କର।

ହୃଦୟରେ ଜପି ଜୟ ଜୟ ହର 
ରହି ଉଜାଗର ଜାଳିବି ଜାଗର।

             ସରୋଜିନୀ ବେହେରା 
             ପାଳଲହଡ଼ା, ଅନୁଗୁଳ

©SAROJINI BEHERA #ମହାଶିବରାତ୍ରି