ମୁଁ ନଥିବି ଆଉ ସବୁକିଛି ଥିବ । ମହକ ଥିବ ସେଇ ସକାଳ ରେ ଏମିତି ପରିଜନଙ୍କୁ ଛୁଞ୍ଚି ପରି ଫୋଡି ଯାଉଥିବ । ହାଏ ହାଏ କରୁଥିବେ ସାଙ୍ଗ ସାଥି ମୋର ଛାଡି ମୁଁ ସଭିଙ୍କୁ ସେବେ ହେଇଯିବି ପର । କାଲି ଯେଉଁମାନେ ଆଲିଙ୍ଗନ କରୁଥିବେ ସେଦିନ ଛୁଇଁଲା ପରେ ନଦୀରେ ଗାଧେଇବେ । ରୀତି ଇଏ ଜଗତର ସତ୍ୟ-ଶିବ-ସୁନ୍ଦର ହସଖୁସି ବାଣ୍ଟୁଥିବା ଲୋକଟି ଦିନେ ଚାଲିଯାଏ ବହୁଦୂର । ଏମିତ ସକାଳ ଦିନେ ହେବ ମୁଁ ନଥିବି ଆଉ ସବୁକିଛି ଥିବ । ମହକ ଥିବ ସେଇ ସକାଳ ରେ ଏମିତି ପରିଜନଙ୍କୁ ଛୁଞ୍ଚି ପରି ଫୋଡି ଯାଉଥିବ । ହାଏ ହାଏ କରୁଥିବେ ସାଙ୍ଗ ସାଥି ମୋର ଛାଡି ମୁଁ ସଭିଙ୍କୁ ସେବେ ହେଇଯିବି ପର ।