।।। କୁନି ମନର ଇଚ୍ଛା ।।। ମନରେ ଉଁକେ ତା ଇଚ୍ଛା ଅସୁମାରୀ, ଆଖିରେ ସାଜେ ତା ସ୍ୱପ୍ନ । ଛୋଟ ଛୋଟ ତାର କଅଁଳ ହାତରେ, ମନ ହୁଏ ତୋଳି ଆଣିବାକୁ ଜହ୍ନ ।। କିଏ କହେ ତାକୁ ଡାକ୍ତର ହେବ ସେ, କେ କହେ ଇଂଜିନିୟର । ଆଉ କିଏ କହେ ହେବ ସେ ଶିକ୍ଷକ, ବାଣ୍ଟିବ ଶିକ୍ଷାର ଉପହାର ।। କେହି ଜଣେ ଯାଇ ତାକୁ ତ ପଚାର, ତା'ର ଯେ ଇଚ୍ଛା କଅଣ । ବାନ୍ଧ ନାହିଁ ତାକୁ ଜମା ଶିକୁଳିରେ, ହେଉ ସେ ମୁକ୍ତ ବିହଙ୍ଗ ।। ଉଡି ଉଡି ତାକୁ ନିଜ ପରିଚୟ, ନିଜେ ଖୋଜିବାକୁ ଦିଅ। ମନର ଇଚ୍ଛା କୁ ଦବାଇ ନ ଦେଇ, ଭଲ ବାଟ ତାକୁ ଦେଖାଅ।। This is not a mere poem. This is an appeal to all the parents and relatives who imposes their wishes on children. Let the child fly by his/her own abilities. #ମନ #ଇଚ୍ଛା #ଶିକ୍ଷା #yqbaba #YQdidi #yourquote #YQBhaina #YQOdia #MunOdia #YoPoWriMo #Poem #poetry #ichha #BoostThyself #tpmd ।।। କୁନି ମନର ଇଚ୍ଛା ।।। ମନରେ ଉଁକେ ତା ଇଚ୍ଛା ଅସୁମାରୀ,