।।। ରୂପାନ୍ତରଣ ।।। ଯୌବନ ର ପ୍ରଥମ ପାହାଚ ରେ ଯେବେ ଶ୍ରାବଣ ର ପ୍ରଥମ ବର୍ଷା ମିଶିଯାଏ, ମନରେ ତୋଳେ ଏକ ନୂତନ ଶିହରଣ, ନିଶ୍ୱାସ ରେ ବି ଭରିଯାଏ ତାତି । ଏମିତି ଲାଗିନଥିଲା କେବେ , ଏକଦା ଚପଳମତି ଥିବା ମନ, ହଠାତ୍ ପାଲଟିଯାଏ ଶୀତଳ ଭଣ୍ଡାର , ସତେ ଅବା ତା ଭିତରେ, ଅନେକ ଭାବନା, ଅନେକ ଅନୁଭୂତି ବରଫ ପରି ଜମାଟ ବାନ୍ଧିଛି । ଚାହିଁ ବି ସେ ଚାହିଁ ପାରେନାହିଁ, ଖୋଲିବାକୁ ତାର ନୀରବ ଓଠ । ସାଇତି ରଖେ ସପନକୁ ତାର ଆଖି ପଲକରେ । ଆଗେ ସରାଗରେ ତୋଳିଥିବା ବାଲିଘର ଆଉ ଲାଗେନା ଭଲ, ହଠାତ୍ ପାଲଟିଯାଏ ସେ ସପନର ତାଜମହଲ । ପୁଣି ପ୍ରେମ ଗୀତ ସବୁ ଭଲ ଲାଗିବାକୁ ଲାଗେ, ଆଉ, ବର୍ଷା ରେ ଭିଜିବାକୁ ବାହାନା ସେ ଖୋଜେ । ଧୀରେ ଧୀରେ ଆଇନା ପାଲଟିଯାଏ ସଖିଟିଏ, ଏଇ ସବୁ ବୋଧ ହୁଏ ଇଙ୍ଗିତ ଦିଏ, ରୁପାନ୍ତରଣର, କଢି ରୁ ଫୁଲଟିଏ ହେବାର । ଚୁଲୁବୁଲି ବାଳିକାଟିଏ ଯୌବନ ରେ ପାଦ ଦେଇ, ତରୁଣୀ ବୋଲାଇବାର । ।।। ରୂପାନ୍ତରଣ ।।। ଯୌବନ ର ପ୍ରଥମ ପାହାଚ ରେ ଯେବେ ଶ୍ରାବଣ ର ପ୍ରଥମ ବର୍ଷା ମିଶିଯାଏ, ମନରେ ତୋଳେ ଏକ ନୂତନ ଶିହରଣ, ନିଶ୍ୱାସ ରେ ବି ଭରିଯାଏ ତାତି । ଏମିତି ଲାଗିନଥିଲା କେବେ ,