ଯାଦୁଗର ମୋ ଦେହରେ ବିଚିତ୍ର ବର୍ଣ୍ଣ, ଜାଣେନି କେମିତି ଅଚାନକ ତିଆରି ହେଲା, ମୁଁ ଶବ୍ଦ ଖୋଜିଲି, ତମେ ଭାଙ୍ଗିଦେଲ ମୋ ପ୍ରଶ୍ୱାସ, ଝୁଣ୍ଟି ପଡିଲି , କେହି ଉଠାଇଲେ ନାହିଁ, ତମେ କିନ୍ତୁ ମୁରୁକି ହସିଲ । ସର୍ବଶ୍ରେଷ୍ଠ ଯାଦୁଗର ତମେ! ଦୁନିଆ ଖୋଜିଛି ତମକୁ, ପାଇନାହିଁ, କେବେ କେବେ କେହି ଦେଖିପାରିଛି ତମକୁ ହୃଦୟର ସ୍ପନ୍ଦନରେ, ଦେହ ତ ଭଗ୍ନ ଶିଳା ପରି, ତମେ ମୋତେ ତିଆରି କରୁଛ ଆଉ ବଦଳି ଯାଉଛି ଧୀରେ ଧୀରେ, ଶିଶୁରୁ ଯୁବକ, ପୁଣି ବୃଦ୍ଧ ହେବାଯାଏ ଗତି ମୋର। ପ୍ରିୟ ଯାଦୁଗର! କେବେ ଅଦୃଶ୍ୟ ହେଇଯିବି ତୁମ ଯାଦୁ ବାଡ଼ିରେ।