ଜାନୁୟାରୀ ଛବିଶି ଆସିଛିରେ ଆସିଛି ଜାନୁୟାରୀ ଛବିଶି ଫର ଫର ହୋଇ ତ୍ରିରଙ୍ଗା ମନ ଖୋଲି ହସୁଛି। ପଲ୍ଲୀରୁ ଆଜି ଦିଲ୍ଲୀ ସାଜ୍ଜସଜ୍ଜାରେ ଝଳି ଭଳିକି ଭଳି ବାଇଦ ବାଜେ ଜାତୀୟ ମନ୍ତ୍ର ଶୁଭୁଛି। ଇଂରେଜର ଅଧୀନ ଭାରତ ସହିଲା କଷଣ ଗୋରାଙ୍କୁ ହଟେଇ ଦେଶରୁ ସ୍ୱାଧୀନତା ମହୁ ଚାଖିଛି। ଶାସନର ଖସଡ଼ା ଆମ୍ବେଦକରଙ୍କ ଗଢ଼ା ଏହିଦିନ ସମ୍ବିଧାନ କାର୍ଯ୍ୟକାରୀ ହୋଇଛି। ତା'ର ନୀତି ଅନୁସରି ଜନ୍ମଭୂମି ସେବା କରି ଦେଶର ସୁରକ୍ଷା ନିମିତ୍ତ ପ୍ରାଣ ଦେବା ହସି ହସି। ଗାନ୍ଧୀ ଓ ସୁବାଷ ଦେଶକୁ କଲେ ମୁକ୍ତ ତାଙ୍କରି ରାମ ରାଇଜ ଗଢିବାରେ ମିଳିମିଶି। ଭାରତ ମାଆ ପାଇଁ ଜୀବନ ଦେବାରେ ଭାଇ ମାତୃଭୂମି, ମାତୃଭାଷାକୁ ପୂଜୁଥିବା ଦିବା ନିଶି। ସଭିଏଁ ଏଠି ସମାନ ଭାରତର ସନ୍ତାନ ଦେଶକୁ ସୁରକ୍ଷା, ସମ୍ମାନ ଦେବାର ବେଳା ଆସିଛି। ଆସିଛିରେ ଆସିଛି ଜାନୁୟାରୀ ଛବିଶି.... ସରୋଜିନୀ ବେହେରା ପାଳଲହଡ଼ା,ଅନୁଗୁଳ ©SAROJINI BEHERA #RepublicDay