Nojoto: Largest Storytelling Platform

ମୁଁ ସେଇ ହୃଦୟ କାନନେ ଅମିୟ ଭରା ପରଜାପତି, ତମେ ଝରିଯିବା ଆ

ମୁଁ ସେଇ ହୃଦୟ କାନନେ
ଅମିୟ ଭରା ପରଜାପତି,
ତମେ ଝରିଯିବା ଆଗରୁ
ସାଉଁଟିବି ତୁମଠୁ ମଧୁପୀରତି।।
ତୁମ ସୁରଭି ମୋତେ କରେ ତନ୍ଦ୍ରାୟିତ,
ଆଉ କିଏ ଦେଖିବା ଆଗୁ ମୁଁ ହୁଏ
ତୁମ ପାଖୁଡ଼ାରେ ଲୁକ୍କାୟିତ।।

ତମେ କେତକୀ ହୁଅ କି ଗଙ୍ଗଶିଉଳି,
ମୁଁ ଆଜି ଉନ୍ମନା ଯାଅନା ତୁମେ ଝରି
ଏଇ ମୋର ଅଳି।।
ନୀରବି ଯାଏ ମୋ ନୀରବତା,
ଫୁଲ ରୁ ଫଗୁଣ ଯାଏଁ ଯେତିକି ଦୂରତା।।
ପ୍ରୀତି ମନ୍ଦାକିନୀ ସଲିଳେ ଶିହରାଇ
ମୋ ତନୁ ମନ,
ତମେ ମୋ କବି କୀର୍ତ୍ତି ର ଅଛିଡ଼ା
ଭଗ୍ନାଂଶ ର ପୂର୍ଣ୍ଣ ଚିନ୍ତନ।।
 #କାହାଣୀ_ସେଦିନର 
#ମୁଁ_ହଜି_ଯିବିନି_ତ
#ବିବାହବାର୍ଷିକୀ
ମୁଁ ସେଇ ହୃଦୟ କାନନେ
ଅମିୟ ଭରା ପରଜାପତି,
ତମେ ଝରିଯିବା ଆଗରୁ
ସାଉଁଟିବି ତୁମଠୁ ମଧୁପୀରତି।।
ତୁମ ସୁରଭି ମୋତେ କରେ ତନ୍ଦ୍ରାୟିତ,
ଆଉ କିଏ ଦେଖିବା ଆଗୁ ମୁଁ ହୁଏ
ତୁମ ପାଖୁଡ଼ାରେ ଲୁକ୍କାୟିତ।।

ତମେ କେତକୀ ହୁଅ କି ଗଙ୍ଗଶିଉଳି,
ମୁଁ ଆଜି ଉନ୍ମନା ଯାଅନା ତୁମେ ଝରି
ଏଇ ମୋର ଅଳି।।
ନୀରବି ଯାଏ ମୋ ନୀରବତା,
ଫୁଲ ରୁ ଫଗୁଣ ଯାଏଁ ଯେତିକି ଦୂରତା।।
ପ୍ରୀତି ମନ୍ଦାକିନୀ ସଲିଳେ ଶିହରାଇ
ମୋ ତନୁ ମନ,
ତମେ ମୋ କବି କୀର୍ତ୍ତି ର ଅଛିଡ଼ା
ଭଗ୍ନାଂଶ ର ପୂର୍ଣ୍ଣ ଚିନ୍ତନ।।
 #କାହାଣୀ_ସେଦିନର 
#ମୁଁ_ହଜି_ଯିବିନି_ତ
#ବିବାହବାର୍ଷିକୀ