Nojoto: Largest Storytelling Platform

ସାହିତ୍ୟ ପୁଲିଙ୍ଗ ନା ସ୍ତ୍ରୀଲିଙ୍ଗ (ଅନୁଶୀର୍ଷକ ରେ ପଢ଼ନ୍

ସାହିତ୍ୟ
ପୁଲିଙ୍ଗ ନା ସ୍ତ୍ରୀଲିଙ୍ଗ
(ଅନୁଶୀର୍ଷକ ରେ ପଢ଼ନ୍ତୁ) ସାହିତ୍ୟ
ଏମିତି ଗୋଟେ ଶବ୍ଦ ଯାହା ସାଙ୍ଗରେ ପ୍ରତି ଓଡ଼ିଆ କୋଉଠି ନା କୋଉଠି ଜଡ଼ିତ। ସେ ସ୍କୁଲ ରେ ପ୍ରଥମ ଭାଷା ହଉ ଅବା କଲେଜ ରେ ଦ୍ୱିତୀୟ ଭାଷା ହଉ। ଆଉ ନ ହେଲେ ସାହିତ୍ୟ କୁ ନିଜର ପେଶା କରିକି ବି ହଉ। କିନ୍ତୁ ବେଳେବେଳେ ମୁଁ ଭାବେ ସାହିତ୍ୟ ଶବ୍ଦଟି ପୁଲିଙ୍ଗ ନା ସ୍ତ୍ରୀଲିଙ୍ଗ? କଣ ସତରେ ଏହି ଶବ୍ଦ କୁ ପ୍ରକୃତରେ କିଏ ବୁଝି ପାରିଛି?
ପିଲା ଦିନେ ଶୁଣି ଥିଲି ସାହିତ୍ୟ ସ୍ତ୍ରୀଲିଙ୍ଗ ବୋଲି।ତା ଛଡ଼ା ସାହିତ୍ୟ ଆଣ୍ଟିଙ୍କ ଠାରୁ ପଢ଼ି ପଢ଼ି ମନରେ ସେମିତି ଗୋଟେ ଧାରଣା ବି ହେଇ ଯାଇଥିଲା।
ସ୍କୁଲ ରେ ବହୁତ ଡରୁ ଥିଲି ସାହିତ୍ୟ କୁ। ଉପର ଶ୍ରେଣୀ ର ଭାଇ ଆଉ ଦିଦି ମାନେ କହୁଥିଲେ ସାହିତ୍ୟ କୁଆଡ଼େ ବହୁତ କଷ୍ଟ ବିଷୟ। ଆଉ ଆଣ୍ଟି ବି କହୁଥିଲେ ସାହିତ୍ୟ ରେ ଭଲ ମାର୍କ ଆଣିବା ବହୁତ କଷ୍ଟ ଆଉ ସାହିତ୍ୟ ରେ ବହୁତ ପରିଶ୍ରମ ବି କରିବାକୁ ପଡ଼େ।
ତା ଛଡ଼ା ଏମିତି ନୁହେଁ କି ସେମାନଙ୍କ କଥା ଶୁଣିକି ଡର ଲାଗୁ ଥିଲା। ପଢିଲା ପରେ ବି ସ୍କୁଲ ରେ ସାହିତ୍ୟ କଷ୍ଟ ଲାଗୁଥିଲା ମୋତେ। 
ଓହୋ!!!!!
କେତେ ଲେଖିବାକୁ ପଡ଼ୁଥିଲା ସେଥିରେ!
ଗଦ୍ୟ, ପଦ୍ୟ, ସରଳାର୍ଥ, ରଚନା, ପତ୍ର ଲିଖନ, ଦରଖାସ୍ତ, ଗଳ୍ପ, ଏକାଙ୍କିକା ଆହୁରି କେତେ କଣ ତାର ହିସାବ ନାହିଁ।