Nojoto: Largest Storytelling Platform

କୃଷକର ଆତ୍ମକାହାଣୀ ନା ନା ........

କୃଷକର ଆତ୍ମକାହାଣୀ
                   ନା ନା ........

                   ମୃତ କୃଷକର ଆତ୍ମକାହାଣୀ!! ଭାଗ (୧)
ପିଲାଟିଦିନୁ ସେ ଦେଖିଆସିଛି ତା ଜେଜେ, ବାପାଙ୍କୁ ଗାଁ ପ୍ରଧାନ ଘରେ ଖଟିବାର। ତାଙ୍କ ଘରର ବୋଲହାକ କରିବାର। କେବେ କେବେ ସିଏ ବି ତାଙ୍କ ସହ ପ୍ରଧାନଘର ବିଲକୁ ଯାଏ, ଯୋଉଠି ଅନ୍ୟ ଲୋକଙ୍କ ସହ ଏମାନେ ଖଟନ୍ତି।
ଭାରି ଖୁସିଲାଗେ ତାକୁ ସବୁ କିଛି ଦେଖି। ଖାଲିପାଦ ଆଉ ଫୁଙ୍ଗୁଳା ଦେହରେ ସେ ଏ ବିଲରୁ ସେ ବିଲ ଦଉଡୁଥାଏ। ଆରେ "ଦିନା" ଗେଣ୍ଡା ଗୋଡ଼ରେ ଗଳିଯିବରେ.... କାଇଁ ଏମିତି ହଉଛୁରେ ବଗୁଲିଆଟା। ସେ କିନ୍ତୁ ତା ଖୁସିରେ ମସଗୁଲ ଥାଏ, କାହା କଥା ଶୁଣେନି। 
ସିଏ "ଦିନା" ଘରର ଗୋଟିଏ ବୋଲି ପୁଅ ତେଣୁ ଭାରି ଗେଲ୍ହାରେ ବଢିଛି। ପରିବାରରେ ଦୁଃଖ କଷ୍ଟ ଯନ୍ତ୍ରଣା ସତ୍ତ୍ୱେ ତା ବାପା ମାଆ ନିଜର ଲୁହକୁ ତା' ଆଗରେ କେବେ ବୋହିବାକୁ ଦେଇନାହାନ୍ତି।
ଝାଟିମାଟିର ଛୋଟିଆ ଘର ଦି'ବଖରା ଆଉ ଘରକୁ ଲାଗି ଚେନାଏ ଜମି। ସେଠି ସେମାନେ ଶାଗ ପନିପରିବା କରି ଯାହା ଚଳନ୍ତି।
ପରିବାର ତାର ଖୁବ ଖୁସିରେ ଜୀବନ ନିର୍ବାହ କରୁଥାଏ, ଆଉ ଏ ଖୁସିକୁ ଦଇବ ସହିପାରିଲା ନାହିଁ... ହଠାତ ଦିନେ ତାର ଜେଜେ ଚାଲିଗଲେ ଆରପାରିକୁ। ଦଶ କର୍ମ ଯାଏଁ ସବୁ ଖର୍ଚ୍ଚ କେମିତି ଯେ ହବ ସେଇ ଚିନ୍ତାରେ ତା' ବାପା ସାହାଯ୍ୟ ପାଇଁ ପ୍ରଧାନ ଘରେ ହାତ ପାତିଲେ ଆଉ ସେଠୁ ସାହାଯ୍ୟ ବି ମିଳିଗଲା। ତା' ଜେଜର ସବୁ କାମ ଭଲରେ ହେଇଗଲା।
ପରିବାରର ମୁଖିଆକୁ ହରେଇ ସେମାନେ ନିଜକୁ ପୁଣିଥରେ ସୁଦୃଢ଼ ହେଇ ଛିଡ଼ା ହେବାର ପ୍ରୟାସ ରେ ପ୍ରାୟ ଦୁଇ ମାସ ଅତିକ୍ରମ କରିସାରିଥାଏ
ଦିନେ ଦିନାକୁ ଜ୍ୱର ହେଲା.............!!