Nojoto: Largest Storytelling Platform

White *ବାପା* ପ୍ରାଚୀନ ଦୁର୍ଗପ୍ରାଚୀର ଅବା ବିଶାଳ ଦ୍ରୁମ

White *ବାପା*

ପ୍ରାଚୀନ ଦୁର୍ଗପ୍ରାଚୀର ଅବା ବିଶାଳ ଦ୍ରୁମ ପରି
ସୁରକ୍ଷା ଦେଇଛ ପୁଣି ଛାଇ ଭି ଦେଇଛି ଶୀତଳତା ଯେତେ ଭରି ।
ସ୍ୱେଦବିନ୍ଦୁ ମୋର ବୋହିଗଲା ବେଳେ କରେ ତୁମ ଜୟଗାନ
ତୁମରି ଚରଣେ ମିଳିଗଲେ ଜାଗା ଲୋଡା ନାହିଁ ତୀର୍ଥସ୍ଥାନ ।
କର୍ତ୍ତବ୍ୟ ପଥରେ ଘୁମେଇ ପଡ଼ିଲେ ସଜାଗ କର ଯେ ମୋତେ
ତୁଳା ପରି ଉଡ଼େ ଅଲକ୍ଷ୍ୟ ଭାବରେ ବସାହୀନ ପକ୍ଷୀ ସତେ ।
କଲମରେ ମୋର ନାହିଁ ଯେ ସାମର୍ଥ୍ୟ ସଜାଇ ହେବ କି ଶବ୍ଦରେ
କେତେ ଶିହରଣ କେତେ ଯେ ଆବେଗ ଭରି ରହିଛି ଏ ଡାକରେ ।
ମାଂସ ପିଣ୍ଡୁଳାଯେ ଶୈଶବ ଦେଖିଲେ ଲୋଡ଼ା ନାହିଁ ହୀରା ମୋତି
ଶାଳଗ୍ରାମେ ନୁହେଁ ତୁମ୍ଭ ପାଦ ତଳେ ଆମ୍ଭେ ଜଣାଉ କୋଟି ପ୍ରଣତି  ।
କରୁଣା ତୁମର ବିଛାଇ ଦେଇଛ ଗମ୍ଭୀର ମନକୁ ହଟାଇ
ମୋ ଜୀବନ ରଥ ସମ୍ଭାଳିବ ବାପା ସାରଥୀ ସାଜିଣ ଯାଇ ।
ଆୟୁଷ କୁ ମୋର କରି ଆୟୁଷ୍ମାନ ନିଜେ କରି ଲୁହପାନ
ସୁଝି ପାରିବିନି ସାତ ଜନ୍ମେ ସୁଦ୍ଧା ହେଲେ ହେଉ ମୋର ଅବସାନ  ।
ହେଲେ ହେଉ ମୋର ଅବସାନ ।

©Dunia Priyadarsani
  #fatherdaughterlove