ପ୍ରତ୍ୟେକ ବର୍ଷର 'ପିତୃଦିବସ'ର ଅପେକ୍ଷା ରେ ଥାଏ ଶ୍ୱେତା । କାହାର ଜନ୍ମଦିନ ଭୁଲିଯାଇପାରେ ସହଜରେ , ମାତ୍ର ଏଇ ଦିନଟାକୁ ଉହୁଁ ଜମା ନୁହେଁ। ଗୋଟେ ଅଦ୍ଭୁତ ସ୍ମୃତି ର ଅପୂର୍ବ ସ୍ନିଗ୍ଧତା କୁ କେବଳ ଶ୍ୱେତା ହିଁ ହୃଦୟଙ୍ଗମ କରିଛି।ସବୁ ବର୍ଷ ର ଅର୍ଦ୍ଧରାତ୍ରୀ ପୂର୍ବରୁ ଶ୍ୱେତା ତା'ର ସେଇ ହୃଦୟର ମଣିଷ ତା' "ବାବା" ଙ୍କ ସହ ପାଶ୍ଚାତ୍ୟଶୈଳୀ ରେ ଅତି ଆନନ୍ଦେର ପାଳନ କରେ ଏ ସ୍ବତନ୍ତ୍ର ଦିନଟିକୁ। କିନ୍ତୁ ଏ ବର୍ଷ ଅଧରାତି ଯାଇ ଦିନ ସରିବାକୁ ବସିଲାଣି ମାତ୍ର ପୂର୍ବ ପରି ନା ଅଛି ଶ୍ୱେତା ର ସେ ଆନନ୍ଦ ନା ଖୁସି ନା ସେଇ ମାଦକତା! ବୈଠକ ଘରର କୋଣରେ ପଡିଥିବା ସୋଫା ଉପରେ ମନମାରି ବସିଥାଏ ଆଉ ହାତରେ ଧରିଥାଏ ଗୋଟେ ପୁଷ୍ପ_ମାଲ୍ୟାର୍ପିତ ଫଟୋ! ସେ ଫଟୋ ଟି ଥିଲା ତା ସ୍ବର୍ଗତ ଦିବଂଗତ ପିତା ତଥା ତା' ପ୍ରିୟ ର ମଣିଷଙ୍କର! story about father