Nojoto: Largest Storytelling Platform

" ମାଁ " ଜନ୍ମ ହେବା ପରେ ମଣିଷ ଯେ କାଇଁ କାନ୍ଦିଉଠେ କଇଁ କ

" ମାଁ "
ଜନ୍ମ ହେବା ପରେ ମଣିଷ ଯେ କାଇଁ କାନ୍ଦିଉଠେ କଇଁ କଇଁ,
ନ ଶୁଭୁଛି ଯହିଁ ଶିଶୁଟିର ରଡ଼ି ମାଁ କାନ୍ଦିଉଠେ ତହିଁ !
ସୃଷ୍ଟିର ଏ ଲୀଳା-ବିଧାନ ଗ୍ରନ୍ଥରେ ବର୍ଣ୍ଣିତ ଜୀବନ-ଲିପି।
ମାଁ ର କୋଳରେ ସର୍ବଶ୍ରେଷ୍ଠ ସୁଖ, ସିଏ ହିଁ ତ ସ୍ୱର୍ଗାଦପୀ।
ଭଗବାନଙ୍କର ଅଦ୍ଭୁତ ଏ ସୃଷ୍ଟି, ସାକ୍ଷ ସବୁ ଯୁଗ-କାଳ।
ଭରିଦିଏ ସ୍ନେହ, ମମତା ଓ ବଳ; ସେହି ତ ମାଁ ର କୋଳ।
ମାଁ ର ସେ କୋଳ ଶିଶୁଟିଏ ପାଇଁ ପାଲଟେ ସରଗପୁରୀ।
ପ୍ରସବ ବେଦନା କିଏ ବା ଜାଣିଛି? ଜାଣେ ସେ ମହାନ ନାରୀ।
ଅପାଣ୍ଡୁକ ତାର ସନ୍ତକ-ସନ୍ତକୀ ହୁଅନ୍ତି ଯଦିଓ ଭବିଷ୍ୟତେ,
ନିତି କାନ୍ଦୁଥାଏ ମାଁ ର ହୃଦୟ ନିଜକୁ ହିଁ ନିନ୍ଦି ଅବିରତେ।
ଯିଏ ଗଢ଼ିଛନ୍ତି ଏ ସୃଷ୍ଟିସମୂହ ସିଏ ହିଁ ତ ସର୍ବଦେଖା।
ଶିଶୁ ମୃତ୍ୟୁ ପାଇଁ ଗର୍ଭକୁ ନିନ୍ଦନ୍ତି ଜାଣି ଏହା ଭାଗ୍ୟଲେଖା।
କେବେ ବୁଝିବ ଏ ମଣିଷ ସମାଜ? ମାଁ ଅଟେ ସ୍ନେହ-ପରାୟଣ।
ତା'ରି ଗର୍ଭରୁ ଜନ୍ମିବାକୁ ଏଠି ଇଚ୍ଛା କରିଥିଲେ ନାରାୟଣ।
ଯଦି ସେ ଈଶ୍ୱର ପଚାରନ୍ତି ମୋର ଇଚ୍ଛା କେଉଁଠି ପୁନର୍ଜନ୍ମ ପାଇଁ,
ସହୃଦୟରୁ କହୁଥିବି ମୁହିଁ ମୋ ମାଁ ର ସେ କୋଳ ଯହିଁ।
ମାଁ ର ବର୍ଣ୍ଣନା କି ଭାବେ କରିବି ପାଇ ପାରେନାହିଁ ଶବ୍ଦ।
ଏଥୁଅନ୍ତେ ପ୍ରେମେ ବିଦାୟ ମାଗୁଛି, କରୁଅଛି ପାଟି ସ୍ତଵ୍ଧ! #ମାଁ #mothersday #happymothersday #yqodia #truelove #heavenlylove #life #love