ମୋ ମନରେ ତୁମରି ଛବି, ମୋ ଆଖିରେ ତୁମ ପାଇଁ ପ୍ରେମ, ଆଉ ଓଠରେ ତୁମ ପାଇଁ ମଧୁ, ଏଇ ଯେ, ମୁଁ ତୁମର କୁଳବଧୂ । ପୁନେଇଁ ଚାନ୍ଦ ପରି ମନ ମୋର, ରାତିର ରଙ୍ଗରେ ଅଙ୍କା ମୋ କଜ୍ଜଳ ଗାର, ତୁମ ହସରେ ମୁଁ ଲାଜକୁଳି ଲତା, ତୁମ କଷ୍ଟରେ ମୋ ଆଖିରେ ସାତ ସିନ୍ଧୁ, ଏଇ ଯେ, ମୁଁ ତୁମର କୁଳବଧୂ । ମୁଁ ସକାଳର ସୂରୁଜ କିରଣ , ବିଞ୍ଚି ହୋଇଯାଏ ତୁମ ଦେହରେ, ସନ୍ଧ୍ୟାରେ ଦୀପ ଟିଏ ହୋଇ, ଜଳୁଥାଏ ମୁଁ ତୁମ ଚଉରା ମୂଳରେ । ତୁମେ ମୋ ଦିନ, ତୁମେ ମୋ ରାତି, ତୁମେ ମୋ ସ୍ୱପ୍ନ, ତୁମେ ମୋ ସାଥୀ , ମୁଁ ତୁମର , ଖାଲି ତୁମର ହେ ବନ୍ଧୁ , ମୁଁ ଯେ, ତୁମର କୁଳବଧୂ । ମୋ ମନରେ ତୁମରି ଛବି, ମୋ ଆଖିରେ ତୁମ ପାଇଁ ପ୍ରେମ, ଆଉ ଓଠରେ ତୁମ ପାଇଁ ମଧୁ, ଏଇ ଯେ, ମୁଁ ତୁମର କୁଳବଧୂ । ପୁନେଇଁ ଚାନ୍ଦ ପରି ମନ ମୋର, ରାତିର ରଙ୍ଗରେ ଅଙ୍କା ମୋ କଜ୍ଜଳ ଗାର, ତୁମ ହସରେ ମୁଁ ଲାଜକୁଳି ଲତା,