....ମୋର ଶେଷ ଇଚ୍ଛା .... ଖରା ଛାଇ ର ଏହି ରାସ୍ତା ରେ ଅଜଣା ବାଟୋଇ ଟିଏ ମୁଁ, ଯଦି କେବେ ତୁମରି ଦୁଆରେ ଆସି ପହଞ୍ଚେ, ଆଶ୍ରା ଟିକେ ଦେବ କି ମୋତେ । କ୍ଷୁଧା ତୃଷ୍ଣା ର ଦ୍ୱାହି ଦେଇ ଯଦି କିଛି ମାଗେ, ମୁହଁ ନ ଫେରାଇ, ମୋର କ୍ଷୁଧା ନିବାରଣ କରିବ କି । ଦୁଃଖ ର ବୋଝ ମୁଣ୍ଡାଇ ଚାଲି ଚାଲି କ୍ଳାନ୍ତ ହୋଇ ଗଲେ, ମୋ ଦୁଃଖ ରୁ ଦୁଇ ଧାଡି ଶୁଣି ନେଇ, ଲୁହ ଟୋପାଏ ଗଡାଇ ଦେବ କି ମୋ ପାଇଁ । ଯନ୍ତ୍ରଣାର କୋହ ସହି ନ ପାରି ଶେଷ ହୋଇଯାଏ ମୁଁ ଯଦି, ତୋଳାଇ ଦେବ କି ମୋ ପାଇଁ ସମାଧି ଟିଏ, ମୋର ଶେଷ ଇଚ୍ଛା ମନେ କରି । #BoostThyself #yqbaba #YQdidi #yourquote #life #lastwish ....ମୋର ଶେଷ ଇଚ୍ଛା .... ଖରା ଛାଇ ର ଏହି ରାସ୍ତା ରେ ଅଜଣା ବାଟୋଇ ଟିଏ ମୁଁ, ଯଦି କେବେ ତୁମରି ଦୁଆରେ ଆସି ପହଞ୍ଚେ, ଆଶ୍ରା ଟିକେ ଦେବ କି ମୋତେ ।