Nojoto: Largest Storytelling Platform

ତୁମକୁ ମୋ ଆଖିର ଚମକ ବୋଲି କହିବି ନା ମୋ ଆଖିର କଜ୍ଜଳ ବୋଲି

ତୁମକୁ ମୋ ଆଖିର ଚମକ ବୋଲି କହିବି
ନା ମୋ ଆଖିର କଜ୍ଜଳ ବୋଲି,
ଯାହା ବି କହିଲେ ବୁଝିବ,
ଶୟନେ ସପନେ ଜାଗରଣେ 
ତୁମେ ଦିଶୁଛ ବୋଲି ।

ତୁମକୁ ମୋ ସିନ୍ଥି ରେ ସାଜିଥିବା ସିନ୍ଦୁର ବୋଲି କହିବି 
ନା ମୋ ମଥାର କୁଙ୍କୁମ ବୋଲି,
ଯାହା ବି କହିଲେ ବୁଝିବ,
ତୁମ ସ୍ପର୍ଶ ପାଇ ମୁଁ 
ପାଷାଣୀ ରୁ ଅହଲ୍ଯା ହେଲି ବୋଲି ।

ତୁମକୁ ମୋ ରାତିର ସପନ ବୋଲି କହିବି 
ନା ମୋ ସପନର ବଣିକ ବୋଲି,
ଯାହା ବି କହିଲେ ବୁଝିବ,
ତୁମେ ମୋ ମରଣଶୀଳ ଶରୀରରେ 
ଜୀବନ ସଞ୍ଚାର କରୁଥିବା 
ପ୍ରତି ଟି ନିଶ୍ବାସ ବୋଲି ।

ତୁମକୁ ମୋ କାହାଣୀ ବୋଲି କହିବି 
ନା ମୋ ଜୀବନ କାହାଣୀ ର ନାୟକ ବୋଲି,
ଯାହା ବି କହିଲେ ବୁଝିବ,
ମୁଁ ତୁମର
ଆଉ ତୁମେ ମୋର ବୋଲି । #200thquote
#yqbaba #YQdidi #YQBhaina #YQOdia #MunOdia #ମୁଁ #ତୁମେ
ତୁମକୁ ମୋ ଆଖିର ଚମକ ବୋଲି କହିବି
ନା ମୋ ଆଖିର କଜ୍ଜଳ ବୋଲି,
ଯାହା ବି କହିଲେ ବୁଝିବ,
ଶୟନେ ସପନେ ଜାଗରଣେ 
ତୁମେ ଦିଶୁଛ ବୋଲି ।

ତୁମକୁ ମୋ ସିନ୍ଥି ରେ ସାଜିଥିବା ସିନ୍ଦୁର ବୋଲି କହିବି 
ନା ମୋ ମଥାର କୁଙ୍କୁମ ବୋଲି,
ଯାହା ବି କହିଲେ ବୁଝିବ,
ତୁମ ସ୍ପର୍ଶ ପାଇ ମୁଁ 
ପାଷାଣୀ ରୁ ଅହଲ୍ଯା ହେଲି ବୋଲି ।

ତୁମକୁ ମୋ ରାତିର ସପନ ବୋଲି କହିବି 
ନା ମୋ ସପନର ବଣିକ ବୋଲି,
ଯାହା ବି କହିଲେ ବୁଝିବ,
ତୁମେ ମୋ ମରଣଶୀଳ ଶରୀରରେ 
ଜୀବନ ସଞ୍ଚାର କରୁଥିବା 
ପ୍ରତି ଟି ନିଶ୍ବାସ ବୋଲି ।

ତୁମକୁ ମୋ କାହାଣୀ ବୋଲି କହିବି 
ନା ମୋ ଜୀବନ କାହାଣୀ ର ନାୟକ ବୋଲି,
ଯାହା ବି କହିଲେ ବୁଝିବ,
ମୁଁ ତୁମର
ଆଉ ତୁମେ ମୋର ବୋଲି । #200thquote
#yqbaba #YQdidi #YQBhaina #YQOdia #MunOdia #ମୁଁ #ତୁମେ