ତୁମକୁ ମୋ ଆଖିର ଚମକ ବୋଲି କହିବି ନା ମୋ ଆଖିର କଜ୍ଜଳ ବୋଲି, ଯାହା ବି କହିଲେ ବୁଝିବ, ଶୟନେ ସପନେ ଜାଗରଣେ ତୁମେ ଦିଶୁଛ ବୋଲି । ତୁମକୁ ମୋ ସିନ୍ଥି ରେ ସାଜିଥିବା ସିନ୍ଦୁର ବୋଲି କହିବି ନା ମୋ ମଥାର କୁଙ୍କୁମ ବୋଲି, ଯାହା ବି କହିଲେ ବୁଝିବ, ତୁମ ସ୍ପର୍ଶ ପାଇ ମୁଁ ପାଷାଣୀ ରୁ ଅହଲ୍ଯା ହେଲି ବୋଲି । ତୁମକୁ ମୋ ରାତିର ସପନ ବୋଲି କହିବି ନା ମୋ ସପନର ବଣିକ ବୋଲି, ଯାହା ବି କହିଲେ ବୁଝିବ, ତୁମେ ମୋ ମରଣଶୀଳ ଶରୀରରେ ଜୀବନ ସଞ୍ଚାର କରୁଥିବା ପ୍ରତି ଟି ନିଶ୍ବାସ ବୋଲି । ତୁମକୁ ମୋ କାହାଣୀ ବୋଲି କହିବି ନା ମୋ ଜୀବନ କାହାଣୀ ର ନାୟକ ବୋଲି, ଯାହା ବି କହିଲେ ବୁଝିବ, ମୁଁ ତୁମର ଆଉ ତୁମେ ମୋର ବୋଲି । #200thquote #yqbaba #YQdidi #YQBhaina #YQOdia #MunOdia #ମୁଁ #ତୁମେ