Nojoto: Largest Storytelling Platform

ରାଜା ****† ରାଜା ମାନେ ତ ରାଜା ଖେଳ ହେଉ ବା ଯୁଦ୍ଧ । କି

ରାଜା
****†
ରାଜା ମାନେ ତ ରାଜା
ଖେଳ ହେଉ ବା ଯୁଦ୍ଧ ।

କିଛି କିଛି ନିରବ ମୁହୂର୍ତ୍ତ ବିତି ଯାଏ
ଚାଲରେ, ଗୋଟି ଚାଳନାରେ
ଗୁପ୍ତ ମନ୍ତ୍ରଣାରେ ।

ରାଜା ନିରବ ସିଂହାସନରେ
ମନ୍ତ୍ରୀ, ସେନାପତି ସୈନିକ, ଦେହରକ୍ଷୀ
ଜୋଡ ହସ୍ତରେ ବ୍ୟସ୍ତ ଆଦେଶ ପାଳନରେ।

ଯୁଦ୍ଧ ଚାଲେ, ଖେଳ ବି
ବଳିପଡନ୍ତି ଖେଳାଳୀ, ସୈନିକ

ରାଜା କିନ୍ତୁ ମାହୀର ଶବ୍ଦ ଯୁଦ୍ଧରେ।
ହାରିବା ଜିତିବା ଚାଲି ଥାଏ
ଯୁଦ୍ଧ ଚାଲୁଥାଏ, ଖେଳ ବି ।

ଶେଷ ଅସ୍ତ୍ର ଥାଏ ରାଜାର
ଧୀରେ ଧୀରେ ପଦପାତ ପଡ଼େ
ମସ୍ତିଷ୍କ ଭିତରେ ନଥାଏ ବିଶ୍ରାମ ।

ଘାତ ବାଣରେ କିଏ ନିପାତ
କିଏ ଜାଣେ, ଶହୀଦ କିଏ
କେବେ ସନ୍ଧିର ମୁହୂର୍ତ୍ତ ।

କିଏ ବି ମରନ୍ତୁ ଯୁଦ୍ଧ କ୍ଷେତ୍ରରେ
ରାଜା ଜିତେ, ରାଜା ହାରେ ।

*††***†*********
ରାଜା
****†
ରାଜା ମାନେ ତ ରାଜା
ଖେଳ ହେଉ ବା ଯୁଦ୍ଧ ।

କିଛି କିଛି ନିରବ ମୁହୂର୍ତ୍ତ ବିତି ଯାଏ
ଚାଲରେ, ଗୋଟି ଚାଳନାରେ
ଗୁପ୍ତ ମନ୍ତ୍ରଣାରେ ।

ରାଜା ନିରବ ସିଂହାସନରେ
ମନ୍ତ୍ରୀ, ସେନାପତି ସୈନିକ, ଦେହରକ୍ଷୀ
ଜୋଡ ହସ୍ତରେ ବ୍ୟସ୍ତ ଆଦେଶ ପାଳନରେ।

ଯୁଦ୍ଧ ଚାଲେ, ଖେଳ ବି
ବଳିପଡନ୍ତି ଖେଳାଳୀ, ସୈନିକ

ରାଜା କିନ୍ତୁ ମାହୀର ଶବ୍ଦ ଯୁଦ୍ଧରେ।
ହାରିବା ଜିତିବା ଚାଲି ଥାଏ
ଯୁଦ୍ଧ ଚାଲୁଥାଏ, ଖେଳ ବି ।

ଶେଷ ଅସ୍ତ୍ର ଥାଏ ରାଜାର
ଧୀରେ ଧୀରେ ପଦପାତ ପଡ଼େ
ମସ୍ତିଷ୍କ ଭିତରେ ନଥାଏ ବିଶ୍ରାମ ।

ଘାତ ବାଣରେ କିଏ ନିପାତ
କିଏ ଜାଣେ, ଶହୀଦ କିଏ
କେବେ ସନ୍ଧିର ମୁହୂର୍ତ୍ତ ।

କିଏ ବି ମରନ୍ତୁ ଯୁଦ୍ଧ କ୍ଷେତ୍ରରେ
ରାଜା ଜିତେ, ରାଜା ହାରେ ।

*††***†*********
aswinidash2349

ASWINI DASH

New Creator