Nojoto: Largest Storytelling Platform

ସେଦିନ ରାତିରେ ବୋଉ କଥା ଭାବିକି ବହୁତ କାନ୍ଦିଛି (ଅନୁଶୀର୍

ସେଦିନ ରାତିରେ ବୋଉ କଥା ଭାବିକି
ବହୁତ କାନ୍ଦିଛି
(ଅନୁଶୀର୍ଷକ ରେ ପଢନ୍ତୁ ସମ୍ପୂର୍ଣ୍ଣ କାହାଣୀ) ଆମେ ଭାଇ ଭଉଣୀ ମିଶି ୪ ଜଣ। ବାପା ସରକାରୀ ଚାକିରୀ ଘରେ କମ ବାହାରେ ବେଶୀ ରହୁଥିଲେ। ସେଥିପାଇଁ ବୋଧେ ବୋଉ କୁ ମୁଁ ଟିକେ ବେଶୀ ଭଲପାଉଥିଲି। ଏବେ ମୁଁ ନିଜ ପଢା ପାଇଁ ବାହାରେ ରହୁଛି। ବାପାଙ୍କର ଭାରି ଇଚ୍ଛା ମୁଁ ବି ତାଙ୍କ ପରି ସରକାରୀ ଚାକିରୀ ଖଣ୍ଡେ କରେ। ଆଉ ମୋର ବି ବାପାଙ୍କୁ ଦେଖି ଦେଖି ତାଙ୍କ ପରି ହବାକୁ ଭାରି ଇଚ୍ଛା। 

ମୁଁ ଭୁବନେଶ୍ୱର ରେ ଗୋଟେ ଛୋଟ ଭଡ଼ାଘର ନେଇକି ଏକା ରହେ। ଦିନ କୁ ୨ ଥର ନିଜେ ରୋଷେଇ କରିକି ଖାଏ। ଆଉ ସକାଳେ ବାହାରେ ଟିଫିନ୍ କରି ନିଏ। ସେଦିନ ଗୁରୁବାର ଥାଏ। ବୋଉ କଥା ମାନି ମୁଁ ଗୁରୁବାର ଆମିଷ ଖାଏନି। ସେଦିନ ଖରାବେଳେ କଣ ଇଚ୍ଛା ହେଲା ଆଉ ଭାତ ନ ରାନ୍ଧି ରୁଟି ଆଉ ଡାଲମା କରିକି ଖାଇଲି। ୫ ଟା ରୁଟି ରୁ ୪ ହିଁ ଖାଇ ପାରିଲି ଆଉ ଗୋଟେ ବଳି ଗଲା। 
ରାତିରେ ସେଦିନ ପଢା ସରୁ ସରୁ ୧୨ଟା ପାଖାପାଖି ହେଇ ଯାଇଥିଲା। ଭାବିଲି ଆଉ କଣ ରୋଷେଇ କରିବି ସେଇ ଗୋଟେ ରୁଟି କୁ ମିକ୍ସଚର ସାଙ୍ଗରେ ଖାଇକି ଶୋଇ ପଡ଼ିଲି।
ରାତି ପ୍ରାୟ ଅଢ଼େଇଟା ବେଳେ ନିଦ ଭାଙ୍ଗିଗଲା। ସେତେବେଳକୁ ଭୋକ ପ୍ରବଳ। କଣ ଗୋଟେ ଖାଇବି ବୋଲି ଭାବିଲି। ଅବଶ୍ୟ ଜଳଖିଆ ସବୁ ବେଳେ ଥାଏ। ବୋଉ ତାଗିଦ କରି କହେ "ଦୁଃଖନ, ସବୁବେଳେ ଜଳଖିଆ ରଖିଥିବୁ କେତେବେଳେ ଅବେଳ ରେ ଭୋକ କଲେ ଖାଇ ଦବୁ।"
ଚୁଡା ଥିଲା ଛତୁଆ ବି ଥିଲା। ତାପରେ ହଠାତ ଚିନି ଡବା କୁ ଦେଖିକି ମନେ ପଡ଼ିଲା ସନ୍ଧ୍ୟାବେଳେ ଦୋକାନ ରୁ ଚିନି ଆଣିବାର ଥିଲା। ମୁଁ ପୁରାପୁରି ଭୁଲି ଯାଇ ଥିଲି। ବିନା ଚିନି ରେ କଣ ଗୋଟେ ଖାଇବି ଛାଡ଼। ରୁମ ରେ ଗୋଟେ ପ୍ୟାକେଟ କୁରକୁରି ଥିଲା। ବସିକି ତାକୁ ଚୋବେଇଲି। କିଛି ସମୟ ବହି ଖୋଲିକି ପଢ଼ିଲି। ପଢି ସାରିକି ସେଇ ମିକ୍ସଚର ଡବା ଧରିଲି ପୁଣି।
ଆଉ ନିଦ ଅସୁନଥାଏ। ବୋଉ କଥା ବହୁତ ମନେ ପଡୁଥାଏ। ଘରେ ଥିଲେ ଖାଇଲା ବେଳେ ମୋର ଯେତିକି ବଦମାସି ସବୁ ଗୋଟେ ଗୋଟେ କରିକି ମନେ ପଡୁଥାଏ।
ଏଇଟା ଖାଇବିନି ସେଇଟା ଖାଇବିନି ଏମିତି ଖାଇବିନି ସେମିତି ଖାଇବିନି। ମୋତେ ଏମିତି କରିକି ଦେ ସେମିତି କରିକି ଦେ ନ ହେଲେ ମୁଁ ଖାଇବିନି। ଉଫ୍ କେତେ ଡ୍ରାମା ନ କରୁଥିଲି।