ମେଘ ଯେବେ ରାଗେ ଅଜସ୍ର ବୁନ୍ଦା ଢାଳି ଦିଏ ମୋ ଦେହରେ ବଦମାସ୍ ପବନ କୁ ବି ଡାକି ଆଣେ କହେ ତାକୁ ଉଡାଇ ନେବାକୁ ମୋ ରଂଗୀନ ଛତା ଛତା ଉଡିଯାଏ ଅବା ଭାଙ୍ଗି ଯାଏ ଓଦା ସଡସଡ ହୋଇ ଉଠିଯାଏ ମୁଁ ଯେବେ ପାଖ ପିଣ୍ଡା ଉପରକୁ ଅବା କେଉଁ ଛପର ତଳକୁ ଖୋଜି ନିଏ ସେ କଣା ଟିଏ ପୁଣି ମୋତେ ଓଦା କରିବାକୁ ପଚାରିଲେ ମେଘକୁ କାହିଁକି ଯେ ଏତେ ରାଗ ଖାଲି ମୋ ଉପରେ ନା ଅନ୍ୟ ମାନଙ୍କ ଉପରେ ବି ହେଲେ, ସେ କୁହେନାହିଁ କିଛି ଓଲଟା ବିଜୁଳି ଘଡଘଡି ଡାକି ଆଣି ତାଗିଦ୍ କରେ ମୋତେ ଶ୍ରାବଣ ଚାଲି ଗଲେ ସେ ବି ଚାଲି ଯାଏ ଆଉ ମଝିରେ କେବେ କେମିତି ଆସି ଖାଲି ମନେ ପକାଇ ଦିଏ ଯେ ସେ ରାଗିଛି ଆଉ ମୁଁ, ରହିଯାଏ ଯେଉଁ ବୋକା କୁ ସେଇ ବୋକା କାହିଁକି ନା ତଥାପି ମୁଁ ଠଉରାଇ ପାରେନାହିଁ ତା ରାଗର କାରଣ । #ମେଘ #ଛତା #YQBhaina #munodia #yourquoteodia #YQOdia #yqodiapoetry