Nojoto: Largest Storytelling Platform
sonoftirthabasin2822
  • 4Stories
  • 15Followers
  • 17Love
    0Views

Son Of Tirthabasini

ମନ ଥିଲେ, ପ୍ରେମ ଅଛି।

  • Popular
  • Latest
  • Video
10bcb1ef6fe18f158471dec61b91f2f4

Son Of Tirthabasini

-- ବୋଉ --

ବୋଉ,
ତୁମେ ଯଦି ଫେରିଯିବାର ଥିଲା 
ମୋ ହାତ ଛାଡି ଅଧାବାଟରୁ,
ଅନ୍ୟ ଏକ ଫୃଥିବି କୁ
ଅପହଞ୍ଚ ଇଲାକାରେ ଶତ ଚେଷ୍ଟା ପରେ ବି
 ପହଞ୍ଚି ପାରୁନଥିଲା
ମୋ ପାଦ,
ତେବେ,
ମତେ ଆଣୁଥିଲ କାହିଁକି ତୁମ ଗର୍ଭର ଜରାୟୁରେ?
ତୁମ ଆଖିର ସୁନେଲି ସପନରେ,
ଜୀବନର ଆତ୍ମିକ ପ୍ରାର୍ଥନା ରେ,
ପୃଥିବୀର ତତଲା ବାଲିରେ ପାଦ ରଖି 
ମୁଁ ଆଉ ମୁଁ ହେଇ ନାହିଁ,
ପ୍ରିୟଜନଙ୍କ ଅବିଶ୍ୱାସ ର ଚାଵୁକ୍ ପ୍ରହାରରେ
ମୁଁ ଏବେ କ୍ଷତ ବିକ୍ଷତ,
ସାରା ଶରୀର ରକ୍ତାକ୍ତ
ତୁମେ ଫେରି ଯିବା ପରେ
ଅନ୍ୟ ଏକ ନୂଆ ଫୃଥିବି କୁ।

                                         -- ଅଂଶୁମାନ ବିଶ୍ଵାଳ #footsteps
10bcb1ef6fe18f158471dec61b91f2f4

Son Of Tirthabasini

ତମେ ଏବେ କେମିତି ଅଛ
ଅଳକା !
ହଁ, ହଁ ତମେ ସେଇ ଝିଅ
ନିରୋଳାରେ,ନୀରବରେ ଭାବେ ଯାହା କଥା
ଯେବେ
ବୃନ୍ଦାବତୀ ପାଦ ତଳେ ସଞ୍ଜ ଆସେ ନଇଁ
ସୁରୁଜ ଚାଲି ଯାଏ
 ପୁଣି ନୂଆ ଏକ ସକାଳ ଅପେକ୍ଷା ରେ ରହି।

ସବୁ ଥର ପରି ଏଥର ବି
ମତେ ଠକି ଚାଲିଛ,ବାରମ୍ବାର
ହେଲେ ଆଉ କେତେ ଦିନ 
ଏମିତି,ନ ଗଢି ଭାଙ୍ଗି ଚାଲୁଥିବ ସମ୍ପର୍କର ବାଲିଘର
ତଥାପି, ଅପେକ୍ଷା
ଅମାବାସ୍ୟା ର ମେଞ୍ଚାଏ ଅନ୍ଧାର ଭର୍ତ୍ତି ଆକାଶ ରେ
ତୁମେ ମୋ ପାଇଁ 
 ପୂର୍ଣ୍ଣମୀ ର ସେଇ ଫୁଲେଇ ଜହ୍ନ 
ପ୍ରେମ ବଞ୍ଚେ, ପ୍ରେମ ଜିତେ ଆଶା ଆଉ ବିଶ୍ଵାସରେ ।

  
_ ଅଂଶୁମାନ ବିଶ୍ଵାଳ #feather
10bcb1ef6fe18f158471dec61b91f2f4

Son Of Tirthabasini

ତୁ 

ସ୍ବପ୍ନ ହଜେଇଥିବା ଆଖିଟେ

ମୁଁ

ରାତି ଖୋଜୁଥିବା ନିଦଟେ ।



- ଅଂଶୁମାନ ବିଶ୍ଵାଳ #street  Subrat Jena

#street Subrat Jena

10bcb1ef6fe18f158471dec61b91f2f4

Son Of Tirthabasini

ଏ ସମ୍ପର୍କ ଏମିତି ଥାଉ
ଟିକେ କରୋନା ଯାଉ

ପୁଣି ଦେଖା ହେବ। #Love


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile