Nojoto: Largest Storytelling Platform
subratkanungo6849
  • 22Stories
  • 12Followers
  • 288Love
    0Views

Subrat Kanungo

  • Popular
  • Latest
  • Video
13646e27c8adc5403e150b1be6b7cee2

Subrat Kanungo

ଭଙ୍ଗା ଏଇ ମନକୁ
ରଙ୍ଗାଇଛି ଆଜି
ତୁମ ଲାଗି ସାତ ରଙ୍ଗେ...
ଚାହିଁ ରହିଅଛି
ତୁମ ଫେରିବାର
ପଥକୁ ଗଭିର ଅନୁରାଗେ...
ମନ ଚିନ୍ତଇ ତୁମକୁ ଅନବରତ 
ତୁମ ସ୍ମୁତି ସଦା ଅଲିଭା ଅକ୍ଷତ... 
ପ୍ରତିକ୍ଷା ମୋହର ଅସୀମ ଅନନ୍ତ 
ପୀରତି ଆମର ନିର୍ଲୋଭ ଶାସ୍ୱତ...
ଦିନ ପରେ ଦିନ ବିତେ
ବର୍ଷ ପରେ ବର୍ଷ 
ପାଣି ପରି ବୋହି ଚାଲେ
ସମୟର ଚକ 
ତୁମ ପଥ ଚାହିଁ
ହରାଇଛି ଆଖିର ଚମକ..

©Subrat Kanungo #Moon  positive life quotes

#Moon positive life quotes #Life

13646e27c8adc5403e150b1be6b7cee2

Subrat Kanungo

White ସତରେ କାହିଁକି କେଜାଣି
ପଶ୍ଚିମ ଆକାଶରେ
ଅସ୍ତଗାମୀ ସୂର୍ଯ୍ୟ କିରଣ ଟା
ବେଳେବେଳେ ତୋ ମଥାର ସିନ୍ଦୁର ପରି
ମୋତେ ବାରମ୍ବାର ବିଚଳିତ କରେ..
ଚଢେଇ ମାନଙ୍କ ର
କିଚିରି ମିଚିରି ଶବ୍ଦ କରି
ନିଜ ବସାକୁ ଫେରୁଥିବା
ସେଇ ସନ୍ଧ୍ୟା ର କାଳିମା ଟା ମୋତେ
ତୁମ ଆଖିର କଜଳ ର ଭ୍ରମ ସୃଷ୍ଟି କରେ..
ଆଉ ଠିକ ସେଇ  ମୁହୁର୍ତରେ
ଦଲକାଏ ପବନରେ ଯେତେବେଳେ
ତୁମ ଓଢଣୀ ଟି ଖସିଯାଏ
ସେହି ସମୟରେ ତୁମର ସେ
ତୋଫା ଚାନ୍ଦିନୀ ପରି ମୁଁହ ଟା 
କାହିଁକି କେଜାଣି
ମୋତେ ଠିକ ପୁନେଇ ଜହ୍ନ ର
 ଭ୍ରମ ସୃଷ୍ଟି କରି ମୋତେ
 ଆହୁରି ବିଚଳିତ କରି ପକାଏ...
 || ତା ହେଲେ ସତରେ ଏଇ କଣ ପ୍ରେମ..?||

©Subrat Kanungo #love_shayari
13646e27c8adc5403e150b1be6b7cee2

Subrat Kanungo

Unsplash କିଏ କହିଲା...
କେବଳ ପାଖା ପାଖି ରହିଲେହିଁ ପ୍ରେମ ହୁଏ,
ଦୂରରୁ ଦେଖି ବି ଖୁସି ହେବା କଣ ପ୍ରେମ ନୁହେଁ??
ତୁମକୁ ପାଇବିନି ଜାଣିବି କେବଳ ତୁମକୁ ହିଁ ଚାହିଁବା କଣ ପ୍ରେମ ନୁହେଁ ...!! 
ତୁମ ସ୍ମୃତି ରେ ସାରା ଜୀବନ ବଞ୍ଚିବାର ସଂକଳ୍ପ ନେବା କଣ ପ୍ରେମ ନୁହେଁ ....!! 
ନା ତୁମ ସହ ପ୍ରତିଟି ରାତି ସ୍ବପ୍ନରେ ବିତେଇବା  ପ୍ରେମ ନୁହେଁ ....!!❤️🥺

ଇତି ତୁମର
( ମୁଁ ଏକା ତୁମର )

©Subrat Kanungo #Book
13646e27c8adc5403e150b1be6b7cee2

Subrat Kanungo

❤️❤️"ଇତି ତୁମର"❤️❤️
-----------------------------
ଆଖି ପଲକରେ ସପନ ଅଗଣା
ସପନେ ତୁ ପାଟ ରାଣୀ
ମୁହୂର୍ତ୍ତଟେ ତୋତେ ଦୂରେଇ ପାରେନା
ପ୍ରତି ସ୍ପନ୍ଦନେ ତୋ ବାଣୀ
ଯୌବନ ବନର କଅଁଳ ଫୁଲ ତୁ
ମୁଁ ପରା ତୋର ମାଳି
ତୋଳି ନେଲେ କାଳେ ଝାଉଁଳି ଯିବୁ ତୁ
ଜଗୁଥିବି ସାରା ଓଳି
ରାଜ ମହଲର ଅସରା ସମ୍ପଦ 
କହୁନି ଦେବି ମୁଁ ଆଣି
କହୁଛି ତୋ ପାଇଁ ହୃଦୟ ବେଳାରେ
ପ୍ରୀତି ଝର ଦେବି ଟାଣି।।
(ଇତି ତୁମର )

©Subrat Kanungo #InternationalTeaDay
13646e27c8adc5403e150b1be6b7cee2

Subrat Kanungo

White ନୂଆ ବର୍ଷ
-----------
ଏଇ ଡ଼ିସେମ୍ବର ସହ କିଛି ପୁରୁଣା
ପଛରେ ରହିଯିବ...
କିଛି ନୂଆ କୁ ଏ ବର୍ଷ ଆପଣେଇ ନେବ...
ସବୁ କିଛି ଆମ ହିସାବରେ ହେବନି...
କିଛି ଭଲ ହେଵତ କିଛି ଖରାପ ହେବ...
ଭାଙ୍ଗି ଯାଇଥିବା ମନ
ବୋଧ ହୁଏ ଏ ବର୍ଷ ପୁଣି ଯୋଡି ହୋଇଯିବ...
ଯଦି କିଏ ତୁମକୁ କଷ୍ଟ ଦେଇଥିବ,
ତାହେଲେ ହୁଏତ ସେ କଷ୍ଟରେ ମଲମ ବୋଳିବାକୁ ଆଉ କିଏ ଆସିଯିବ...
କିଏ ନିଜର କରି ଆପଣେଇ ନେବ ତ,
କିଏ ଦଗା ଦେଇ ଅଧା ରାସ୍ତାରେ ଛାଡି ଚାଲିଯିବ...
ଆଶା କରି ନଥିବା ଖୁସି ବି ଆମ
ଦାଣ୍ଡ ପିଣ୍ଡାରେ ଠିଆ ହେଇ ଆମ
କବାଟ ଖଟ ଖଟ କରିବ...

©Subrat Kanungo #love_shayari
13646e27c8adc5403e150b1be6b7cee2

Subrat Kanungo

ମୋ ପ୍ରିୟା
**********

ତାତି ରହିଗଲା ଛାତିରେ
ତୁମେ ଛାଡି ଯେବେ ଆପଣ ଡାକିଲା
ପ୍ରିୟା ମୋ ଚଉଠି ରାତିରେ  ।।   SK ।।

©Subrat Kanungo #teatime
13646e27c8adc5403e150b1be6b7cee2

Subrat Kanungo

White ମୁଁ ଏକା ତୁମର
*************
ଚହଲା ବୟସର କୁମାରୀ ମନ ପରି
ଅଜଣା ଜଙ୍ଗଲଟି ଯେମିତି
ଶିହରୀ ଉଠୁଛି।
ବୃକ୍ଷ ଲତା ଫାଙ୍କରୁ ଭାସି ଆସୁଛି
କାହାର ମିଠା ମିଠା ସ୍ଵନ।
କେହି ଯେମିତି ହୃଦୟର 
ସବୁ ଅନୁରାଗ ଢାଳି ଦେଇ ତୋଳି ଚାଲିଛି
ସାତ ସୁର ଆଠ ଲୟ ର ସଂଗୀତ।
କୁଆଁରୀ ଟି ନିଶ୍ଚୟ ସେଇ ବଂଶୀ ବାଦକର
ପ୍ରେମରେ ପଡିବା ଥୟ।
ଫୁଲ ପାଖୁଡ଼ାରେ ଯେମିତି ମଗ୍ନ ମଧୁପ
ନିଜ ମୁହଁ ଦେଖି ଭାବୁଛି
ଆହା ୟେ ଜଙ୍ଗଲରେ ଅଦିନରେ ଆସିଥିବା
ବସନ୍ତର ନାୟକ କେବଳ ସେ।
ମୁହଁ ରେ ତାର ଫୁଟିଉଠୁଛି 
ଦୁଷ୍ଟାମୀର ହସ ଖିଏ।।
******

©Subrat Kanungo #sad_quotes
13646e27c8adc5403e150b1be6b7cee2

Subrat Kanungo

White ଜ୍ୱଳନ
*******
ରାଧା ବି ଜଳିଛି ଏଠି ମୀରା ବି ଜଳିଛି,
ଅଷ୍ଟପାଟ ମହିଷୀ ଗହଳେ
କୃଷ୍ଣ ବି ଜଳିଛି।
ହିର ବି ଜଳିଛି ଏଠି ରଞ୍ଝା ବି ଜଳିଛି,
ଲେଇଲା ର ସାଥେ ମଜନୁ ବି ଜଳିଛି।
ମୁଁ ବି ତ ଜଳୁଛି ଆଜି,
ପ୍ରେମ କରିବାର ସାହସ ଯା' କରିଛି।।
***

©Subrat Kanungo #Sad_Status
13646e27c8adc5403e150b1be6b7cee2

Subrat Kanungo

Unsplash ପ୍ରତାରଣା
*********
ମନେ ପଡେ ଯଦି କେବେ
ମୋ କଥା ସାଥି ଗୋ,
ଭାବିବ ଯାଇଛି ମରି ମୁଁ
ଅନେକ ଦିନରୁ,
ଲିଭିଛି ମୁଁ ମଲାଜହ୍ନ
ତୁମ ମନ ଆକାଶରୁ।
ଜାଣି ଜାଣି ପିଇଛି ମୁଁ
ମିଠା ବିଷ ପୀରତିରୁ
ସେଲାଗି ଜାଳୁଛି ସିନା
ଢାଳି ଲୁହ ନୟନରୁ।।

©Subrat Kanungo #Book
13646e27c8adc5403e150b1be6b7cee2

Subrat Kanungo

ଶେଷ ଚିଠି
***********
ମୋ ଆଖି ଲୁହରେ ଲେଖୁଛି ମୁଁ ଆଜି
ତୁମପାଇଁ ପ୍ରେମର ଏ ଶେଷଚିଠି
ମୋରାଣ ତୁମକୁ ରହିଲା ପ୍ରିୟା ଗୋ ପଢିସାରି
ଫିଙ୍ଗିବନି ଯମା ଏଠି ସେଠି
ମୋ ପ୍ରେମର ପରା ଶେଷ ସନ୍ତକଟେ ତୁମ ପାଇଁ
ଆଶାକରେ ହୃଦୟେ ରଖିବ ସାଇତି
ଏଠି ସେଠି ଫିଙ୍ଗି ଦେଲେ ତୁମେ କୁହ ତ ପ୍ରିୟା 
ମୋର ଏ ଜୀବନ ସହିବ କେମିତି
ଦିନେ ଭଲ ପାଉଥିଲ ତୁମେ ବି ତ ପରା ମତେ
ତୁମେ ତୁମ ନିଜ ଜୀବନଠୁ ବେଶି
ଅକାରଣେ ତୁମେ ତ ମୋ ହାତ ଛାଡି ଚାଲିଗଲ
କୁହ ଏବେ କେମିତି ରହୁଛ ଖୁସି
ସେ ଯାହା ଘଟିଗଲା ସେ ସବୁରେ ତ ମୁଁ ଖୁସି 
କେବଳ ରୁହ ଖାଲି ସୁଖଶାନ୍ତିରେ
ତୁମଖୁସିରେ ତ ମୋଖୁସି ପ୍ରିୟା ଏକଥା ତୁମଠୁ 
ଆଉ କିଏ ବା ବେଶି ଭଲ ବୁଝିପାର।।
*****

©Subrat Kanungo #GoldenHour
loader
Home
Explore
Events
Notification
Profile