Nojoto: Largest Storytelling Platform
shraddhamayinaik5487
  • 56Stories
  • 26Followers
  • 1.4KLove
    23.5KViews

ଶ୍ରଦ୍ଧାଶିଷ୍......

NaiK ShraddhA......

  • Popular
  • Latest
  • Video
46cfecf6201eb1f0e3c2f55e4cde4bae

ଶ୍ରଦ୍ଧାଶିଷ୍......

କାର୍ତ୍ତିକେ କାର୍ତ୍ତିକର୍ ପୁନି ସଜନୀ ରେ....
କାର୍ତ୍ତିକେ କାର୍ତ୍ତିକର୍ ପୁନି ସଜନୀ ରେ....
ଅଧାରାତୁ ଯିମା ପଞ୍ଚୁକ ଗାଧି...
ବାଲି ଗଢ଼ିଦେମା ଘର୍ କେ ବେଦି..
ମହାଲକ୍ଷୀ କେ କରି ଦୟିନୀ ସଜନୀ ରେ....

ହଉରେ ହଉରେ
କେନ୍ ଯୁଗୁ ଅଛେ ଇ କଥାଟା
ଆଗ୍'କେ ବି ରହିଥାଉ ରେ...

                      ପାନ ପତର୍ ଥି ଗୁଆ ସୁପାରି ସଜନୀ ରେ....
                      ପାନ ପତର୍ ଥି ଗୁଆ ସୁପାରି ସଜନୀ ରେ....
                      ଗଙ୍ଗା ମାଁ ଠାନେ ମୁଡ଼ିଆ ମାରି...
                      ପିତୃପିତାକୁ ଯେ ମନେ ସୁମରି...
                      ଭସେଇଦେମା ଘି ସଏଲ୍'ତା ଜାଲି ସଜନୀ ରେ....

                      ହଉରେ ହଉରେ
                      କେନ୍ ଯୁଗୁ ଅଛେ ଇ କଥାଟା
                      ଆଗ୍'କେ ବି ରହିଥାଉ ରେ...

ଚତୁର୍ଦ୍ଦଶୀ ଥି ଅଏଁଲା ତଲ ସଜନୀ ରେ..
ଚତୁର୍ଦ୍ଦଶୀ ଥି ଅଏଁଲା ତଲ ସଜନୀ ରେ..
ବାଏଚ୍ ନାଇଁ ହୁଏ ଜାତି ଆର୍ କୁଲ....
ଗାଁ ଯାକ ସବେ ଠାନେକେ ଠୁଲ...
ଭୁଜି ଖାଏମା ଦେଇ ହରିବୋଲ ସଜନୀ ରେ...

©ଶ୍ରଦ୍ଧାଶିଷ୍...... କାର୍ତ୍ତିକ୍ ପୁନି

କାର୍ତ୍ତିକ୍ ପୁନି #Bhakti

46cfecf6201eb1f0e3c2f55e4cde4bae

ଶ୍ରଦ୍ଧାଶିଷ୍......

ତୋର୍ ଆଗମନେ ଗାଁ ସାରା ମାଁ 
ଲାଗୁଥିଲା ଗହ ଗହ,
ଆଜି ତୋତେ ମାଁ ବିଦା ଦେଇଦେଲିଁ
 ଆଁଖି ଯାଁକି ଆଁଖେ ଲହ।











ଗୁହାରି ଗୋ ମାଁ ପନତ୍ ତଲେ ତୋର୍ 
ସେନେହରେ ରଖିଥିବୁ,
ଟାକିଛେ ମାଁ ଗୋ ଆରେ ବଛରକେ 
ଅଶିନେ ତୁଇ ଆଏବୁ।

©ଶ୍ରଦ୍ଧାଶିଷ୍...... ମାଁ

ମାଁ #Love

46cfecf6201eb1f0e3c2f55e4cde4bae

ଶ୍ରଦ୍ଧାଶିଷ୍......

କେଡେ କଠୋର କେଡେ ନିର୍ମମ ନି ଲାଗ୍'ଲା ଟିକେ ଦୟା..
ମୁନୁଷ୍ ରୁପି ଅସୁର୍ ଠାନେ ବଲି ପଡ଼ିଗଲା ଆର୍ ଗୁଟେ ନିର୍ଭୟା.
ଡାକ୍ତର ହେମି ବଲିକରି ତାର୍ ସପନ୍ ଥିଲା ଯେତେ....
ଭାଙ୍ଗିଗଲା ସେ ସପନ୍ ସବୁ ଅନ୍'ମୁନୁଷ୍'ର୍ ହାତେ ।
ଥରି ଯାଉଛେ ଗୁଡ଼ୁ ମୁଡ଼୍ ତକ୍ ସେ କଥା କେ ଦଲେ ଭାବି...
ହେତିଲାଗି ଇ ଗୁଟେ ପ୍ରଶ୍ନ...
ସ୍ୱାଧୀନ୍ ଭାରତ୍ ଥି ନାରୀ ସୁରକ୍ଷିତ୍ ତ ଆଜି ???

©ଶ୍ରଦ୍ଧାଶିଷ୍...... #Stoprape
46cfecf6201eb1f0e3c2f55e4cde4bae

ଶ୍ରଦ୍ଧାଶିଷ୍......

#Emotional
46cfecf6201eb1f0e3c2f55e4cde4bae

ଶ୍ରଦ୍ଧାଶିଷ୍......

Blue Moon ପର୍ ଆୟେତେ ପଡ୍'ଲେ ପୁତା ଘର୍ 
ହେବା ତୋର୍ ଭାଗ୍ ,
ନିଜ୍ ବୁଦ୍ଧିଥି କର୍ବୁ ବିଚାର୍ 
ଭାବିକିରି ପଛ୍ ଆଗ୍ ।
ଘର୍'ଭଙ୍ଗା ଲୋକ୍ ଅଭାବ ନାଇଁ 
ଯୁଡ୍'ବାର୍ ଲୋକ୍ ଥୁରେ ,
ଶୁନ୍'ବୁ‌ ସିନେ ପରର୍ କଥା 
ନି ଯିବୁ ତାର୍ ସୁରେ ।

©ଶ୍ରଦ୍ଧା...... #bluemoon
46cfecf6201eb1f0e3c2f55e4cde4bae

ଶ୍ରଦ୍ଧାଶିଷ୍......

ମାତୃ, ଭଗ୍ନୀ, ଜାୟା , 
କନ୍ୟା ରୁପେ ମୋତେ
ଦେଇଛ ଦୁର୍ଲଭ ଜନ୍ମ,
ଦୁହିତା ବୋଲି ମୁଁ ପରିଚିତା
ପୁଣି
ଦୁଇ କୁଳେ  କରି କର୍ମ।
ନାରୀ ଜନ୍ମ ପାଇ ଗର୍ବିତା 
ମୁଁ ଆଜି
ତୁମ ଗଢ଼ା ଏଇ ମର୍ତ୍ୟେ ,
ତୁମ ଦୟାବହି କର୍ତ୍ତବ୍ୟ ସାଧିବି
ଆଜୀବନ ଶୁଦ୍ଧ ଚିତ୍ତେ।

©ଶ୍ରଦ୍ଧା...... ..
46cfecf6201eb1f0e3c2f55e4cde4bae

ଶ୍ରଦ୍ଧାଶିଷ୍......

ମନ ର୍ ଧନୀ ସୁଖ୍ ବାସିନି
ନାଇଁ ଥିଲେ ବ ଧନ୍,
ଆର୍ 
ଧନର୍ ଧନୀ ଗରବ୍ କରି 
 ଉନା କରୁଛେ ମନ୍।
ଗରବ୍ କଲେ ଖରବ୍ ପୁତା
ଜୀବନ୍ ହେସି ଫଁପା,
ଭଲ୍ ଲୁକେ ତୋର୍ ଗନତି 
ହେବା ହୁରୁଦ୍ ଥିଲେ ସଫା।

©ଶ୍ରଦ୍ଧା...... ...
46cfecf6201eb1f0e3c2f55e4cde4bae

ଶ୍ରଦ୍ଧାଶିଷ୍......

#tumhidekhona
46cfecf6201eb1f0e3c2f55e4cde4bae

ଶ୍ରଦ୍ଧାଶିଷ୍......

ନା ହୋ ...
ମେରା ୟାର୍ ହସ୍'ରାହା ହେ 
ଵାରିଷ୍ କି ଯାଏ ବଲ୍'ସ କାଏଁ ଯେ
କେନ୍'କେନ୍ ଆଡ଼େ କାର୍'କାର୍ ୟାର୍ ମାନେ ହଁସୁଛନ୍ ତାଲି ବେଲେ......
କହିଦିଅ ଟିକେ ତାକର୍ ହଁସିର୍ ମାଡ଼୍'କେ ଆମର୍ ଇଆଡ଼େ ବନେକରି କୁଟୁଛେ ନ ବର୍ଷା......
କଲିଆ ବାଦଲ୍ ଢାପି ଦେଇଛେ ହୋ.......
କିଛି ନି ଦିଶ୍'ବାର୍ ନ।

©ଶ୍ରଦ୍ଧା...... ha ha ha

ha ha ha #Memes

46cfecf6201eb1f0e3c2f55e4cde4bae

ଶ୍ରଦ୍ଧାଶିଷ୍......

ଜୀବନ ମରଣ ଦୁଇଟି ଶବଦ ,,,
 ସତେ ଅବା ଦୁଇ ସଖୀ
ଜଣକର ଅନ୍ତେ ଆରେକ ଆରମ୍ଭ  
ବିଧାତା ଦେଇଛି ଲେଖି....।
ସେଇ ପରି ପୁଣି ସୁଖ ଆଉ ଦୁଃଖ 
ଅଟନ୍ତି ଯେ ଦୁଇ ଭଉଣୀ,,,
ଜଣେ ଫେରିଗଲେ ଆରେକ ଆସଇ 
ସଖା ସହୋଦର ଆଣି।
ସୁଖ , ଦୁଃଖ ଆଉ ଜୀବନ, ମରଣ
 ଏଇ ଯେ ଦୁନିଆଁ ରୀତି,
ଯୁଗ ସରିଯିବ , ରୀତି ଚାଲିଥିବ 
ଏଥିରେ ନୋହିବ ତୃଟି।
ଯେ କର୍ମ କରିଲେ ତତ୍ ପ୍ରକାର
ଫଳ ନିଶ୍ଚିତ ‌ମିଳିବ ତାର,
ପରିଣାମ ଆଶେ ନ ରହି
ନିଜର କର୍ମେ ଧ୍ୟାନ ଦେବା ସାର।।

©ଶ୍ରଦ୍ଧା...... #କର୍ମ

#କର୍ମ #Quotes

loader
Home
Explore
Events
Notification
Profile