Nojoto: Largest Storytelling Platform
sk3896966879341
  • 84Stories
  • 22Followers
  • 1.2KLove
    0Views

Subrat Kanungo

  • Popular
  • Latest
  • Video
9e2ed943b1d42588950317ccc7c6f56e

Subrat Kanungo

"ବାପା "
------------
ଗୋଟେ ଶବ୍ଦ ନୁହେଁ 
ବରଂ ଶବ୍ଦକୋଷ ଟିଏ 
ତମାମ ଜୀବନର...
ଖୁବ ସହଜରେ ମିଳିଯାଏ ତାଙ୍କ ପାଖେ 
ସମାଧାନ ସବୁ ସମସ୍ୟାର...
ସେ ତ ଖୁବ ନିପୁଣ ଯୋଦ୍ଧା ଟିଏ 
ସଂସାର ରାଣାକ୍ଷେତ୍ରରେ...
ନିଜ ଦୁଃଖ କଷ୍ଟ ଭୁଲି ସେ ଯାଆନ୍ତି 
ଥାଆନ୍ତି ସଦା ସାଥିରେ...
ବେସ ଜଣା ତାଙ୍କୁ 
ଯେତେ ଦୁଃଖ ଆସୁ 
ଆକଣ୍ଠ ପାନ କରିବାର କଳା...
ସେ ଗଲା ପରଠୁ 
ସେମିତି ଝୁରୁଛି 
ସ୍ମୃତି ତାଙ୍କ ସ୍ନେହବୋଳା...
   
********

©Subrat Kanungo #lonely  life quotes images

#lonely life quotes images #Life

9e2ed943b1d42588950317ccc7c6f56e

Subrat Kanungo

White 💔💔"ବେଇମାନି ପ୍ରିୟା"💔💔
-------------------------------------
ଏକୁଟିଆ ଥିଲା କାଲି ମୋ ଦୁନିଆ
ଲାଗିଥିଲା ହସ ଖୁସି
ମାୟାମୃଗ ପରି ଆସିଲୁ ଜୀବନେ
ହୋଇ ମୋ ଜୀବନ ସାଥି
କହି ମିଠା କଥା କଲୁ ଆପଣାର
କୋଳରେ ମୋର ବସି
ତୋ ମାୟାଜାଲରେ ଫସେଇ ମତେ
ଦୁଃଖ ଦେଲୁ ହସି ହସି
ଭୁଲି ପାରୁନାହିଁ ତୋତେ ମୁଁ ଆଜି
ମନେ ତୁ ପଡୁଛୁ ବେଶି
ମୋତେ ଦୁଃଖଦେଇ କେମିତି କହ
ପାରିଲୁ ଆଜିତୁ ହସି
ଦୂରେଇ ଯାଇତୁ ଖୁସିରେ ଅଛୁ ଲୋ
ମୁଁ ଝୁରି ମରୁଛି ନିତି
କେଉଁ ଜନମର ପ୍ରତିଶୋଧ ନେଲୁ
ଦେଲୁ ଏତେ ବଡ଼ ଶାସ୍ତି
ଦେଉ ନାହିଁ ତୋତେ ଅଭିଶାପ ପ୍ରିୟା
ଦେଉ ନାହିଁ ତୋତେ ଗାଳି
ଏଇ ମୋ ଜୀବନେ ନ ଭେଟନ୍ତୁ କେହି
ପ୍ରିୟା ଲୋ ତୋହରି ଭଳି
*********

©Subrat Kanungo #Sad_Status  life quotes images

#Sad_Status life quotes images #Life

9e2ed943b1d42588950317ccc7c6f56e

Subrat Kanungo

White "Happy perfume day"
-------------------------------

ବଜାରକୁ ଯାଇ ଆଣିଛି ଲୋ ପ୍ରିୟା
ଅତର ତୋ ପାଇଁ କିଣି..
ଅତର ଦିବସେ ଉପହାର ଦେଇ
ପାରିବି ତୋ ମନ ଜିଣି..

ରଜନୀଗନ୍ଧା ଓ ଗୋଲାପ ସାଥେ
ଆଣିଛି ମଲ୍ଲୀ ଅତର..
ଷ୍ଟବେରୀ ସାଥେ ଚକେଲେଟ ପୁଣି
ଆଣିଛି ସାତ ପ୍ରକାର..

ମଲ୍ଲୀ ମାଳତି ବାସିବୁ ତୁ ନୀତି
ଅତର ମାଖି ଦେହେ..
ପ୍ରେମରେ ତୋର ମନଟି ମୋର
ପଡିଥିବ ଲୋ ମୋହେ..

ତୋ ପାଇଁ ସିନା ସୁନ୍ଦର ଏଇ
ପ୍ରେମ କୁଞ୍ଜଟି ମୋର..
ଶେଷରେ କହେ ଭଲ ମୁଁ ପାଏ
ମୁଁ ଏକା ତୁମର ..

ଅତର ଦିବସ ର ହାର୍ଦିକ ଶୁଭେର୍ଚ୍ଚା

©Subrat Kanungo #love_shayari  life quotes images

#love_shayari life quotes images #Life

9e2ed943b1d42588950317ccc7c6f56e

Subrat Kanungo

White 💋💋 Happy kiss day 💋💋
-------------------------------------

ମୋ ବାହୁ ବନ୍ଧନେ ଥାଅ ଚାପି ହୋଇ 💋
ସାଜି ମୋର ପ୍ରିୟତମା 💋
ନାଲି ଗୁଲୁ ଗୁଲୁ ଗୋଲାପି ଓଠରୁ 💋
ଦେଉଥାଅ ଖାଲି ଚୁମା 💋

ମୋ ପ୍ରେମ ବଗିଚାର ତୁମେ ଫୁଲଟିଏ 💋
ମୁଁ ଯେ ଦୁଷ୍ଟ ମହୁମାଛି 💋
ଯେତେ ଚୁମିଲେ ବି ଶୋଷ ମରୁ ନାହିଁ 💋
ବୁଝି ପାରୁ ନାହିଁ କିଛି 💋

ଅବୁଝା ମନକୁ  ବୁଝାଇ ଦେବ ଗୋ 💋
ଦେଇ ପ୍ରେମ ପ୍ରୀତି ଢାଳି 💋
ଚୁମ୍ବନ ଦିବସେ  ତୁମ ପାଇଁ ପ୍ରିୟା 💋
ଶୁଭେଚ୍ଛାଟି ପଠାଇଲି 💋

💋💋 Happy kiss day 💋💋 

@Good morning all of you.

©Subrat Kanungo #good_night  positive life quotes

#good_night positive life quotes #Life

9e2ed943b1d42588950317ccc7c6f56e

Subrat Kanungo

White 🤝"Happy promise day"🤝
---------------------------------
ଛୁଇଁ ତୁମ ମଥା ଦେଉଛି ମୁଁ କଥା
ପ୍ରତିଜ୍ଞା ଦିବସେ ଆଜି 🤝
ବୋହୂ କରି ନେବି ତୁମକୁ ସଜନୀ
ଯଦି ହେବ ତୁମେ ରାଜି 🤝

ସିନ୍ଥିରେ ସିନ୍ଦୂର ଭରିବି ତୁମର
କରି ମୋ ଜୀବନ ସାଥି 🤝
ସୁଖରେ ଦୁଃଖରେ ଥିବି ଛାଇ ହୋଇ
ହେଉ ଦିନ ଅବା ରାତି 🤝

ହାତ ଧରି ମୋର ଚାଲୁଥିବ ପ୍ରିୟା
ଗାଇ ଜୀବନର ଗୀତି 🤝
ବୀରହ ବେଦନା ଛୁଇଁ ପାରିବନି
ଦେଉଛି ମୁଁ ପ୍ରତିଶ୍ରୁତି 🤝

🤝"Happy promise day"🤝 
Good.morning.friends

©Subrat Kanungo #sad_qoute  positive life quotes

#sad_qoute positive life quotes #Life

9e2ed943b1d42588950317ccc7c6f56e

Subrat Kanungo

White 🧸"Happy Teddy Day"🧸
-------------------------------
ରୂପ ରାଇଜର ରାଜ କୁମାରୀ 
ଲାଗୁଛ ସ୍ୱର୍ଗର ପରି👩‍❤️‍👨
ସ୍ବର୍ଗରୁ ଆସିଲେ ରମ୍ଭା ମେନକା ବି
ହେବେ ନାହିଁ କେହି ସରି👩‍❤️‍👨
ରୂପରେ ତୁମର ପଟ୍ଟାନ୍ତର ନାହିଁ
ଗୁଣରେ ଯେ ଗୁଣବତୀ👩‍❤️‍👨
ଦେଖିଦେଲେ ଥରେ ତୁମରି ଚେହେରା
ମନ ରହିଯାଏ ଲାଖି👩‍❤️‍👨
ମୁକୁଳି ପାରୁନି ତୁମରି ପାଖରୁ
ଯାଇଛି ପ୍ରେମରେ ଫସି👩‍❤️‍👨
ମୋ ମନ ଆକାଶେ ତୁମେ ମୋ ଚାନ୍ଦିନୀ
ସତେ ଯେ ସରଗ ଶଶୀ👩‍❤️‍👨
ମୁଁ ଏକା ତୁମର  ହୃଦୟର ରାଜା
ତୁମେ ମୋ କଣ୍ଢେଇ ରାଣୀ👩‍❤️‍👨
କଣ୍ଢେଇ ଦିବସେ କଣ୍ଢେଇ ମୋ ନେଇ
ଓଠେ ହସ ଦିଅ ବୁଣି👩‍❤️‍👨

🧸🧸"Happy teddy day"🧸🧸
 🧸🧸"Good morning"🧸🧸

©Subrat Kanungo #Sad_shayri  in life quotes

#Sad_shayri in life quotes #Life

9e2ed943b1d42588950317ccc7c6f56e

Subrat Kanungo

🍫"Happy chocolet day"🍫
--------------------------------------

ଆଣିଛି ମୁଁ ଆଜି ଚକେଲେଟ କିଣି
କର ନାହିଁ ଜମା ଡେରି 🍫
ସହଳେ ଆସ ମୋ ମନର ମାନସୀ
ଜମା ରୁ ଡେରି ନକରି 🍫
ଗୋଟେ ଚକେଲେଟ୍ ଦୁଇ ପାଖୁ ଆମେ
ମିଶିକି ଯେବେ ଖାଇବା 🍫
ତେବେ ଯାଇ ଏଇ ପ୍ରେମର ମଜାଟି
ନିଶ୍ଚୟ ଆମେ ପାଇବା 🍫
ଚକେଲେଟ ଡେ ବିତାଇବା ପ୍ରିୟା
ଚକେଲେଟ୍ ଆମେ ଖାଇ 🍫
ପ୍ରେମର ବର୍ଷାରେ ଭିଜି ଯିବା ଆମେ
ମିଳନର ଗୀତ ଗାଇ 🍫
ସାକ୍ଷୀ ରହିଥିବ ପ୍ରେମ ଋତୁ ଏଇ
ତୁମେ ନାୟିକା ମୋହର 🍫
ଲେଖି ଦେଇ ଯିବା ନୂଆଁ କାହାଣୀଟେ 
ତୁମେ ମୋର ମୁଁ ତୁମର 🍫

******

🍫🍫🍫_"ଶୁଭ ସକାଳ"_🍫🍫🍫

©Subrat Kanungo #InternationalTeaDay  in life quotes
9e2ed943b1d42588950317ccc7c6f56e

Subrat Kanungo

🌹"Happy propose day"🌹

କାଲି ଦେଇଥିଲି ଗୋଲାପ ପ୍ରିୟାକୁ 
ଆଜି ଦେଉଅଛି ମନ 🌹
ଏଇ ଯେ ମୋର ମନ ଆକାଶରେ
ତୁମେ ମୋ ପୁନେଇଁ ଜହ୍ନ 🌹

ଦ୍ବିତୀୟ ଦିବସେ ପ୍ରସ୍ତାବ ଟେ ପ୍ରିୟା
ଆଣିଛି ମୁଁ ତୁମ ପାଇଁ 🌹
ରାଗ-ରୁଷା-ମାନ-ଅଭିମାନ ଭୁଲି
ଥିବା ଦୁହେଁ ସାଥି ହୋଇ 🌹

ସ୍ନେହ ଶ୍ରଦ୍ଧା ପ୍ରୀତି ମାଖି ଜୀବନରେ
ନିତି ହେଉଥିବା ଭେଟ 🌹
ପାଦରେ ପାଦକୁ ମିଶେଇ ଗୋ ପ୍ରିୟା
ଚାଲିବା ଜୀବନ ବାଟ 🌹

❤️❤️❤️"ଶୁଭ ସକାଳ"❤️❤️❤️ 
@Good.morning.all.of.you

©Subrat Kanungo #lonely  in life quotes

#lonely in life quotes #Life

9e2ed943b1d42588950317ccc7c6f56e

Subrat Kanungo

Unsplash ମନେ ପଡେ ଯଦି କେବେ 
ମୋ କଥା ସାଥି ଗୋ,
ଭାବିବ ଯାଇଛି ମରି ମୁଁ 
ଅନେକ ଦିନରୁ,
ଲିଭିଛି ମୁଁ ମଲା ଜହ୍ନ 
ତୁମ ମନ ଆକାଶରୁ।
ଜାଣି ଜାଣି ପିଇଛି ମୁଁ 
ମିଠା ବିଷ ପୀରତିରୁ,
ସେଲାଗି ଜଳୁଛି ସିନା 
ଢାଳି ଲୁହ ନୟନରୁ।
ତୁମେ ଯଦି ହସି ପାର 
ଏଇ ନଇ ଆର ପାରେ 
ଢାଳିବିନି ଲୁହ ମୁଁ ବି 
କାଚ କାନ୍ଥ ଏ ପାରିରେ ।

©Subrat Kanungo #Book  life quotes

#Book life quotes #Life

9e2ed943b1d42588950317ccc7c6f56e

Subrat Kanungo

Unsplash "ଦିବା ସ୍ବପ୍ନ"
**************
ଶୟନ ଶଯ୍ୟାକୁ ଯାଏ ଯେତେବେଳେ
ଶୁଣେ ମୁଁ ତୁମରି ସ୍ୱର 👌
ଆଲୁଅ ଜଳାଇ କୋଠରୀ ଭିତରେ
ଖୋଜେ ହୋଇ ତର ବର 👌
ଖୋଜିବା ସିନା ହେ ହୋଇଥାଏ ସାର
ତୁମକୁ ମୁଁ ପାଏ ନାହିଁ 👌
ତୁମ ସ୍ୱର କିନ୍ତୁ ମୋ କର୍ଣ୍ଣ ରେ ସଦା
ରାତି ଦିନ ବାଜୁ ଥାଇ 👌
ମୋ ଖୋଜିବା ଦେଖି ହସୁଛ କି ପ୍ରିୟେ
ଭାବିଣ ପାଗଳ ମନେ 👌
ତୁମେ ଯଦି ମୋତେ ପାଗଳ ଭାବିବ
କି ଭାବିବେ ଲୋକ ମାନେ 👌
ଭାବୁ ଅଛି ମନେ ସତ ହୋଇବ କି
ଦିବା ସ୍ବପ୍ନ ମୋର ଦିନେ 👌
ପାଖକୁ ସତରେ ଫେରି ଆସିବକି
ରହିଛି ଯିଏ ମୋ ମନେ 👌

©Subrat Kanungo #snow  life quotes

#snow life quotes #Life

loader
Home
Explore
Events
Notification
Profile