Nojoto: Largest Storytelling Platform
sk3896966879341
  • 52Stories
  • 17Followers
  • 714Love
    0Views

Subrat Kanungo

  • Popular
  • Latest
  • Video
9e2ed943b1d42588950317ccc7c6f56e

Subrat Kanungo

⭕❗⭕"ସୁ ପ୍ରଭାତ"⭕❗⭕

ବିନତି ଶୁଣିବା ହେବକି ପ୍ରଭୁହେ
ଅଭିଳାଷ କିଛି ଅଛି
ତବପାଦ ତଳେ ଆସରା ଦେଇକି
ପଥ ଦିଅ ମୋର ବାଛି
ଯେତେ ଦୁଃଖ ସୁଖ ଜୀବନେ ଦେଇଛ
ମଥା ପାତି ସହି ଅଛି
ସେ ସବୁକୁ ତବ ପଦେ ସମରପି
କରମ କରି ଚାଲିଛି
କେଉଁ ଜନମର କରମର ଫଳ
ଏ ଜନମେ ଭୋଗୁ ଅଛି
ତଥାପି ମନେମୋ ଦୁଃଖ ଟିକେ ନାହିଁ
ମାଗୁଅଛି ଆଉ କିଛି
ସଂସାର ଜଞ୍ଜାଳ ସରି ଆସିଲାଣି
ଆଉ ବେଶି ବେଳ ନାହିଁ
ବେଳ ଥାଉ ଥାଉ ଗୁହାରି କରୁଛି
ଶୁଣ ଆହେ ଭାବଗ୍ରାହୀ
ହାତଗୋଡ ମୋର ଚାଲୁ ଥାଉ ଥାଉ
ନେଇ ଯାଅ ବିଶ୍ଵପତି
ଉତ୍ତମ ମରଣ ଦେବାକୁ ପ୍ରଭୁହେ
ଏଇ ମୋ ଶେଷ ବିନତି

⭕❗⭕"ଜୟ ଜଗନ୍ନାଥ ସ୍ୱାମୀ"⭕❗⭕

©Subrat Kanungo #lonely
9e2ed943b1d42588950317ccc7c6f56e

Subrat Kanungo

ସାତସିଆଁ ଲୁଗା ମାଆ ପିନ୍ଧୁଅଛି     
ବାପା କୁଲିକାମ କରୁଛି
ଝାଟି ମାଟିଘରେ ବାପାମା' ଅଛନ୍ତି
          ଅଭାବରେ  ଦିନ କଟୁଛି.......
ପୁଅ ସହରରେ ଚାକିରୀ କରୁଛି
ପିଲା ଛୁଆ ଧରି ରହୁଛି
ଛଅ ତୁଣ ସଙ୍ଗେ ନଅ ଭଜା ଖାଇ
         ବିଳାସ ବସନେ ରହିଛି........
ବାପା ମାଆ ଅଟେ ଚଳନ୍ତି ଠାକୁର
ପୁଅ ତା ପାଠରେ ପଢ଼ିଛି
ଚଳନ୍ତି ଠାକୁର କଥା ଭୁଲିଯାଇ
          ପୁଅ ମନ୍ଦିର କୁ ଯାଉଛି.........
ମନ୍ଦିର କୁ ଯାଇ ପୂଜାବିଧି କରି 
ସ୍ୱାର୍ଥପାଇଁ ପୂଜା କରୁଛି 
ଜନ୍ମ ଦେଇଥିବା ଠାକୁର ଙ୍କୁ ପୁଅ
         ଗାଁ ମୂଳେ ଛଡି ଦେଇଛି.........
ମନ୍ଦିରକୁ ଯିବା କିଏ ମନକଲା
ଏତ ଆଧ୍ୟାତ୍ମିକ କଥା
ବାପା ମାଆ ଙ୍କର ସେବା କରିବା ଟା
           ଏହାହିଁ ବାସ୍ତବ କଥା.........
ବାସ୍ତବ ଠାକୁର ବାସ୍ତବେ ରହିଲା
ସନ୍ତାନ ଚିହ୍ନିଲା ନାହିଁ
କାଷ୍ଠ ପାଷାଣରେ ଠାକୁର ଖୋଜୁଛି
           ନାନା ଭୋଗ ରାଗ ଦେଇ........
ବାସ୍ତବ କଥା କୁ ପଛରେ ପକେଇ
ଅବାସ୍ତବ ପଛେ ଗଲେ
କେଉଁ ଠାକୁର ବି ଡାକ ଶୁଣିବେନି
            କେତେ ପୂଜା ବିଧି କଲେ.......
ବାପା ମାଆ ଙ୍କର ଯିଏ ହେଲା ନାହିଁ
କାହାର କେମିତି ହେବ
ଭଗବାନ ବି ମୁହଁ ମୋଡ଼ିଦେବେ
            କହିଛନ୍ତି ଗୁରୁଦେବ.......

©Subrat Kanungo #AloneInCity
9e2ed943b1d42588950317ccc7c6f56e

Subrat Kanungo

White ବାପା ସୋଇଥିଲେ ଖଟିଆ ଉପରେ 
ଆଖିରୁ ଝରୁଛି ଲୁହ 
ବାପାଙ୍କ ଆଖିରେ ଲୁହ କାହିଁ ପାଇଁ 
   ବୁଝିପାରିଲାନି ପୁଅ ।
ମା ପାଖେ ଯାଇ ପ୍ରଶ୍ନ କଲା ପୁଅ 
     ଆଶ୍ଚର୍ଯ୍ୟ ଲାଗୁଛି ମୋତେ 
ବାପାଙ୍କ ଭଳିଆ ସାହସୀ ମଣିଷ 
     କାନ୍ଦୁଛନ୍ତି କିଆଁ ଏତେ।
ପୁଅ କଥା ସୁଣି କହିଲେ ମା
   ଘରର ମୁରବି ସେହି 
ଘର ଚଳାଇବା ସଂଘର୍ଷ ଭିତରେ 
ଲୁହ ଆସେ ଏଥି ପାଇଁ ।
ନିଜର ଲୋକଙ୍କୁ ସୁଖ ଦେବା ପାଇଁ 
ନିଜେ ପିଉଛନ୍ତି ଲୁହ 
ଅତ୍ୟଧିକ ଶ୍ରମ ବ୍ୟତିବେସ୍ତ କରେ 
ଏଇଟା ତାଙ୍କର କୋହ।

©Subrat Kanungo #good_night
9e2ed943b1d42588950317ccc7c6f56e

Subrat Kanungo

a-person-standing-on-a-beach-at-sunset ଭାରି ମନେପଡେ ପିଲାଦିନର 
ସେ ଧାନକଟା ଓ ବଡ ଦିନ ଛୁଟି..
ଯାହା ଏଵେ ବଦଳି ଯାଇ 
Christmas ଛୁଟି ହୋଇଯାଇଛି...
Greeting card ଟା ଏଵେ
 whatsapp ରେ ଅଟକି ଯାଇଛି...
ମୋ ଗାଁ ର ଅନେକ ପିଲା ସହର ରୁ ଗାଁ କୁ ଆସି
 ଗାଁ ରେ ବଣ ଭୋଜି କରୁଛନ୍ତି...
କିନ୍ତୁ ସନିଆ ଭାଇ ର ପୁଅଟା 
ସହରୀ ସାଙ୍ଗ ମାନଙ୍କ ସହ ମିଶି 
ଦେଶୀ ସଙ୍ଗେ ବିଦେଶୀ ପିଇ 
ଘରେ ମାଡପିଟ କରୁଛି...
ଅନେକ ସନିଆ ଭାଇ ଙ୍କ ଘରେ 
ନୁଆ ବର୍ଷରେ ଚୁଲି ଜଳେନା..
ଯା ଘରେ ମଦୁଆ ପୁଅ ଅଛି 
ତାକୁ ପଚାର ତା'ର କି ନୂଆବର୍ଷ....
ଏଵେ ନୁଆ ବର୍ଷ ଭୋଜି କହିଲେ 
ମଦ ମାଂସ ର ସୁଅ ଛୁଟୁଛି..
ଭୋଜି ତ ଆମେ କରୁଥିଲେ 
ଖଳା ବାଡ଼ିରେ...
ସିମେଇ ପୁରୀ 
ନ ହେଲେ ଅତି ବେଶୀରେ 
ଭାତ ଡାଲି କୋବି ତରକାରୀ...
50ପଇସା ରେ greetings card କିଣି 
ତା ପଛପଟେ ନବ ବର୍ଷର ଅଭିନନ୍ଦନ ଲେଖି 
ସାଙ୍ଗ ମାନଙ୍କୁ ଦେବାରେ ଯୋଉ ମଜା, 
ତା ଏଵେ ଆଉ ନହିଁ...

©Subrat Kanungo #SunSet
9e2ed943b1d42588950317ccc7c6f56e

Subrat Kanungo

a-person-standing-on-a-beach-at-sunset "ସ୍ବପ୍ନ ସୁନ୍ଦରୀ"
*************
ଥିଲି ମୁହିଁ ଏକା ହେଲ ତୁମେ ଦେଖା
କିଣିଲ ମନକୁ ମୋର 
ଅଳପ ଦିନର ଗପସପ ପରେ
ଲାଗିଲ ତୁମେ ନିଜର।
କଳାରଙ୍ଗ ଶାଢ଼ୀ ପାଦରେ ପାଉଁଜୀ
ଆଖିରେ କଜଳ ଗାର 
ପାଦରେ ଅଳତା ନାଇ ଯେବେ ଚାଲ
ଲାଗ ପରୀ ସରଗର।
ସମୟ ପାଇଲେ ହାତେ ଆଙ୍କିଦିଅ 
ଖିଆଲି ମନର ଭାବ 
ହୃଦୟର କଥା କହୁଛି ତୁମକୁ
ଉତ୍ତର ନିଶ୍ଚୟ ଦେବ।
ଥିଲ ତୁମେ ଦୂରେ ମନ ଆଜି ଝୁରେ
କରିବାକୁ ହୃଦରାଣୀ 
ରାଜି ହେବ ଯଦି ଆଗକୁ ବଢିବି
ଲେଖିବି ନୂଆ କାହାଣୀ।
ସ୍ୱପ୍ନ ମୁଁ ଦେଖିଛି ମନ ଅଗଣାରେ
ତୁମକୁ ନେଇ ମୋ ମନେ 
ମନ ମୋର ଚୋରି କରି ଅଛି କିଏ
ତମେ ହିଁ ତ ଅଟ ଜଣେ।

©Subrat Kanungo #SunSet
9e2ed943b1d42588950317ccc7c6f56e

Subrat Kanungo

ଏଇ ଚାଲ ଆଜି ସବୁ ଭୁଲି ଯିବା 
ନୂଆ କରି ଆମ ସମ୍ପର୍କକୁ ଆଉ ଥରେ ଗଢିବା...
ଦୁହେଁ ଦୁହିଙ୍କ ହାତ ଧରି ଏକ ଅସରନ୍ତି ବାଟରେ 
ଚାଲିବା ଆରମ୍ଭ କରିବା..
ପ୍ରୀତିର ଖୋଲା ଆକାଶରେ ପ୍ରେମର ମୁକ୍ତ ବିହଙ୍ଗ ସାଜିବା..
ଇନ୍ଦ୍ରଧନୁ ଠୁ କିଛି ରଙ୍ଗ ଉଧାର ଆଣି 
ଆମେ ମିଳନର ହୋଲି ଖେଳିବା..
ପ୍ରାପ୍ତିର ବର୍ଷାରେ ସବୁ ବନ୍ଧନର ଡୋରି ଛିଡ଼େଇ ଆସ ଭିଜିଯିବା..
ଦୁନିଆର ଏଇ ନୀତି ନିୟମର ଭିଡ଼ଠୁ ଦୁରେଇ 
ଆମେ ଆମ ସ୍ଵପ୍ନର ମହଲ ତୋଳିବା..
ଅପୂର୍ଣ୍ଣ ରହି ଯାଇଥିବା ସେଇ କାହାଣୀକୁ 
ପୁଣି ଆଉ ଥରେ ଆରମ୍ଭ କରିବା..
ଚାଲ ନା ସବୁ କିଛି ଭୁଲି ତମେ ଆଉ ମୁଁ 
ଆଉ ଥରେ ଆମେ ହେଇ ଯିବା...

©Subrat Kanungo #GreenLeaves
9e2ed943b1d42588950317ccc7c6f56e

Subrat Kanungo

କେହି ଦେହକୁ ନେବେନି
------------------------------
ଆଜିର ଯୁଗରେ ନୂଆବୋହୂ ଆସେ
ଭେନିଟ୍ ହାତରେ ଧରି
ମୁହେଁ ଲିପିଷ୍ଟିକ ଆଖିରେ ଚଷମା
ମୋବାଇଲ୍ କଲ୍ କରି
ଶାଶୁ ମା'କୁ ଡାକେ ହାଏ ମୋ ମଦର
କାମ କରି ଦିଅ ଘରେ
ଆମେ ପରା ଯିବୁ ତୁମ ପୁଅ ସାଥେ
ପାର୍କ ଆଜି ସଞ୍ଜରେ
କୁଳାଙ୍ଗାର ପୁଅ କିଛି କୁହେ ନାହିଁ
ନୂଆବୋହୂ ପ୍ରେମେ ପଡି
ପିନ୍ଧିବାକୁ ଦିଏ ନିଜ ମାଇପକୁ
ବନାରସୀ ପାଟ ଶାଢ଼ୀ
ଚୀରା ଲୁଗା ଖଣ୍ତେ ମାଆଟା ପିନ୍ଧୁଛି
ପୁଅ ଜାଣି ରୁହେ ତୁନେ
ମାଇପ ଦେହରେ ବନାରସୀ ପାଟ
ଦେଖି ହସେ ମନେ ମନେ
କି କରିବ ହାଏ କୁଳାଙ୍ଗର ପୁତ୍ର
ରହିଛି ମାଇପ ଡରେ
ମୁହଁ ଖୋଲିଦେଲେ ମହାଭାରତ ଲୋ
ନିଆଁ ଜଳେ ଘରେ ଘରେ
"ଶୁଭ ସନ୍ଧ୍ୟା"
*******

©Subrat Kanungo #Newyear2025
9e2ed943b1d42588950317ccc7c6f56e

Subrat Kanungo

ନୁଆ ବର୍ଷ 
*********
ଏଇ ଡ଼ିସେମ୍ବର ସହ କିଛି ପୁରୁଣା
ପଛରେ ରହିଯିବ...
କିଛି ନୂଆ କୁ ଏ ବର୍ଷ ଆପଣେଇ ନେବ...
ସବୁ କିଛି ଆମ ହିସାବରେ ହେବନି...
କିଛି ଭଲ ହେଵତ କିଛି ଖରାପ ହେବ...
ଭାଙ୍ଗି ଯାଇଥିବା ମନ
ବୋଧ ହୁଏ ଏ ବର୍ଷ ପୁଣି ଯୋଡି ହୋଇଯିବ...
ଯଦି କିଏ ତୁମକୁ କଷ୍ଟ ଦେଇଥିବ,
ତାହେଲେ ହୁଏତ ସେ କଷ୍ଟରେ 
ମଲମ ବୋଳିବାକୁ ଆଉ କିଏ ଆସିଯିବ...
କିଏ ନିଜର କରି ଆପଣେଇ ନେବ ତ,
କିଏ ଦଗା ଦେଇ 
ଅଧା ରାସ୍ତାରେ ଛାଡି ଚାଲିଯିବ...
ଆଶା କରି ନଥିବା ଖୁସି ବି ଆମ
ଦାଣ୍ଡ ପିଣ୍ଡାରେ ଠିଆ ହେଇ ଆମ
କବାଟ ଖଟ ଖଟ କରିବ...
*****

©Subrat Kanungo #NewYear2024-25
9e2ed943b1d42588950317ccc7c6f56e

Subrat Kanungo

ଧାନ କଟା ଛୁଟି
***************
ଏଇ ଶୁଣୁଛ........
ତୁମ କୁ ନୀରବତା 
ଭଲ ଲାଗେ ବୋଲି.....
ଆଜି ନିଃଶବ୍ଦ ରେ
 ତୁମ କୁ ପଢ଼ି ପଢ଼ି
କାଟି ଦେଲି ଛୁଟି କୁ......

ଏଇ ଧାନ କଟା ଛୁଟି କୁ.........

 କିନ୍ତୁ ଘଣ୍ଟା ଘଣ୍ଟା 
ଗପ କରୁଚି ଏଇ ତୁମ 
 ଦୁଷ୍ଟ ଶବ୍ଦ ମାନ ଙ୍କ ସହ 
ପ୍ରଗଲଭ ହେଇ ଖୁବ୍ ନୀରବରେ 
ଆଜି ରବିବାର ଟାରେ।।

©Subrat Kanungo #newyearresolutions
9e2ed943b1d42588950317ccc7c6f56e

Subrat Kanungo

ଅର୍ଦ୍ଧରାତ୍ର ଆସି ଛୁଇଁ ଦେଇଗଲା
କିଏ ସେ ସ୍ବପ୍ନ ସୁନ୍ଦରୀ 
ସତେ ସେ ଯେପରି ରାବଣ ସକାଶେ
ଆସିଥିଲା ମନ୍ଦୋଦରୀ।
ପ୍ରେମ ସରୋବରେ ଜାଳିଲା ଆଲୋକ 
ଭରିଗଲା ମନେ ଆଶା 
ଭଅଁର ପରିକା ଘୁରିବୁଲେ ମାତ୍ର 
ପାଉନାହିଁ ତାର ବସା।
ସପନ ଶୟନେ ହାତ ଠାରି ଡାକେ 
ପାଉନାହିଁ ତାର ରାସ୍ତା 
ରାତି ଦିନ ତାକୁ ଝୁରୁଛି ମୋ ମନେ 
ଶୋଚନୀୟ ମୋ ଅବସ୍ଥା।
ପକ୍ଷୀ ରାବ ଶୁଣି ନିଦ୍ରା ଭଙ୍ଗ ହେଲା 
ନଥିଲେ ନିକଟେ କେହି 
କେହି ନୁହେଁ ସେତ ମିଛ ସ୍ବପ୍ନ ଥିଲା 
ଥିଲା ହିଁ ମିଛେଇ ପ୍ରିୟା।।

©Subrat Kanungo #newyearresolutions
loader
Home
Explore
Events
Notification
Profile