Nojoto: Largest Storytelling Platform
lipipuspasahoo7181
  • 36Stories
  • 167Followers
  • 641Love
    1.3LacViews

lipipuspa sahoo

love to write....

  • Popular
  • Latest
  • Video
e014820b806204c141657b0f21445b6f

lipipuspa sahoo

#leftalone
e014820b806204c141657b0f21445b6f

lipipuspa sahoo

ବୁଝିବାକୁ ତୋତେ କେହି ବି ନାହାନ୍ତି
               ମନ ତୁ ନିରବୀ ଯାଆରେ
କାହା ପ୍ରତ୍ୟୁତ୍ତରେ ଆଶା ତୁ ବାନ୍ଧିଛୁ
            ଆଶାକୁ ମାରି ତୁ ଦେ ରେ
ସମସ୍ତେ ଏଇଠି ସ୍ୱାର୍ଥର ନାଉରୀ
            ପ୍ରତ୍ୟାଶା ମହଲ ଗଢ଼ନ୍ତି
ବାହୁନି ବାହୁନି କାନ୍ଦିଲେ କି ହେବ
            ଅନ୍ତର କଥା କେ ଶୁଣନ୍ତି
ଆତ୍ମାକୁ ତୋର ବନ୍ଧନରୁ କାଢ଼ି
           ଦୁଃଖର ପଥରେ ହ ବାଟୋଇ
ହାତଭାଗିନୀଟେ ତୁ ଏହି ଜଗତେ
         କି ଲାଭ ମିଳିବ ସେ କଥା କହି

©lipipuspa sahoo 😊😊😊

#Thoughts

😊😊😊 Thoughts #Shayari

17 Love

e014820b806204c141657b0f21445b6f

lipipuspa sahoo

ସମୁଦ୍ର କୂଳରେ ବସିଛି ଆଜି ମୁଁ
                         ଵିନ୍ଦୁଏ ଅମ୍ବୁ ପାଇଁ
ସାଗର ତିଳେବି ବୁଝେନି ମୋ ତୃଷ୍ଣା
                  ତା ପାଖେ ସମୟ କାହିଁ??
କେତେ ଉର୍ମିମାଳା ଭିଡନ୍ତି ତା ପାଶେ
                 ବ୍ୟାପିଛି ତା କାୟା ଦିଗନ୍ତ
ମୁଁ ହିଁ ଯେ ଦୁଃଖିନୀ ଆଶା ଖାଲି ତୋଳେ
                  ପ୍ରେମ ହୃଦେ ରଖି ଅନନ୍ତ |
ଆମ୍ବୁରାଜ ସିଏ କେତେ ସୁକୁମାର
                   ଏ ଦରଦ କି ସେ ବୁଝିବ
ବୁଝିବା ବେଳକୁ ମୁଁ ଯେ ନଥିବି
                କେଉଁଠି ମୋତେ ସେ ଖୋଜିବ |
ସୁଖର ତଟିନୀ ଭେଟନ୍ତୁ ତା କରେ
               ସର୍ବ ଐଶ୍ୱର୍ଯ୍ୟର ନାଥ ସେ ହେଉ
ମୁଁ ହିଁ ଛାର ନାରୀ କି କରି ପାରିବି
                ମୋ ପ୍ରାଣ ତା ପାଦରେ ଥାଉ |
କୋଟି ଆଶୀର୍ବାଦ ବର୍ଷୁ ତା ଦେହରେ
             କୋଟି ଜନଙ୍କର ପ୍ରିୟ ସେ ହେଉ
କୋଟି ମାଧବଙ୍କ ସେବା କରି ସିଏ
          କୋଟି ଜନ୍ମ ପାଇଁ ଅମର ରହୁ |

©lipipuspa sahoo #sagarkinare
e014820b806204c141657b0f21445b6f

lipipuspa sahoo

#GaneshChaturthi
e014820b806204c141657b0f21445b6f

lipipuspa sahoo

ତୁମ ଆଖିରେ ମୋ ପାଇଁ ସ୍ବପ୍ନ
ତୁମ ଓଠରେ ମୋ ପାଇଁ ପ୍ରେମ
ତୁମ ମନରେ ମୋ ପାଇଁ ବିଶ୍ୱାସ 
ଆଉ ତୁମ ଛାତିରେ ମୋତେ ସାରା ଜୀବନ ସମ୍ଭାଳିବାର ଧର୍ଯ୍ୟ ହିଁ
ମୋର ପ୍ରକୃତ ଶକ୍ତି ମୋ ପ୍ରିୟ ❤

©lipipuspa sahoo #Love

13 Love

e014820b806204c141657b0f21445b6f

lipipuspa sahoo

ମୋ ପ୍ରେମ,
ତୁମେ ମୋ କଳ୍ପନାର ସତ୍ୟତା,
ତୁମେ ମୋ ହୃଦୟର ପ୍ରତିମା,
ତୁମେ ମୋ ପ୍ରାଣର ନିଶ୍ୱାସ,
ତୁମେ ମୋ ପ୍ରେମର ପ୍ରକାଶ,
ଏ ସାଧାରଣ ଚକ୍ଷୁରେ ନୁହେଁ,ମୋ ପ୍ରେମର ଦିବ୍ୟ ନେତ୍ରରେ ଦେଖିବାକୁ ଚାହେଁ ତୁମକୁ 
ଏ ଶରୀରର ସୂକ୍ଷ୍ମ ସ୍ପର୍ଶରେ ନୁହେଁ, ମୋ ହୃଦୟର ପବିତ୍ରତାରୁ ସ୍ପର୍ଶ କରିବାକୁ ଚାହେଁ ତୁମକୁ
କାରଣ କେବଳ ତୁମେ ହିଁ ମୋ ପବିତ୍ରତା, ତୁମେ ହିଁ ମୋ ଅସ୍ତିତ୍ବ, ତୁମେ ହିଁ ମୋ ବିଶ୍ୱାସ, ତୁମେ ହିଁ ମୋ ଜୀବନ ❤

©lipipuspa sahoo #Couple

14 Love

e014820b806204c141657b0f21445b6f

lipipuspa sahoo

ଚଞ୍ଚଳ ଭାବନାର ଅନ୍ତରାଳେ କେବେ ତୁମେ ମୋ ମନରେ ଏତେ ସୁନ୍ଦର ନଅର ଟିଏ ତୋଳିଦେଲ ମୁଁ ନିଜେ ବି ଜାଣି ପାରିଲିନି... କିନ୍ତୁ ଯେବେ ମୋ ହୃଦୟର ନିଷ୍ପାପ ଆଇନାରେ ତୁମର ସେଇ ଜୀବନ୍ତ ପବିତ୍ର ପ୍ରତିଛବି ଆଙ୍କିଦେଲି....ସଂଗେସଂଗେ ସେଇ ସୁନ୍ଦର ନଅର ପାଲଟିଗଲା ମୋ ପାଇଁ ଦେବଭୂମି ସ୍ୱର୍ଗ ଆଉ ତୁମେ ପାଲଟିଗଲ ମୋ ହୃଦୟର ପୂଜ୍ୟ ଦେବତା♥️

©lipipuspa sahoo #lovetaj
e014820b806204c141657b0f21445b6f

lipipuspa sahoo

ଆଶା କରିଥିଲି ନାଲି ଗୋଲାପଟେ
           ପାରିଜାତ ଆଣି ଦେଲ ହାତରେ
ନିର୍ଜନ ଜୀବନେ ସାଥୀ ହେଲ ମୋର 
           ଛାଡିବନି ହାତ ଅଧା ବାଟରେ |
 କୋହକୁ ମୋହର ଚୋରି କଲ ତୁମେ
            ଦୁଃଖକୁ ମୋହର ନିଜର କଲ
ନିରାଶାକୁ ମୋର ହୃଦେ ଦୂର କରି
        ଆଶାର କିରଣ ଦେଖେଇ ଦେଲ |
ସ୍ପନ୍ଦନ ସାଜିଛ ତୁମ ମୋ ପ୍ରାଣର
           ଶିରା ପ୍ରଶିରାରେ ତୁମରି ପ୍ରେମ
ସର୍ବଦା ମୋର ହୃଦେ ରହିଥାଅ
           ରକତେ ବୋହୁ ମୋ ତୁମରି ନାମ |

©lipipuspa sahoo #Love

13 Love

e014820b806204c141657b0f21445b6f

lipipuspa sahoo

ତୁମେ...❤
କେବେ ଉଷ୍ମ ଲୁହଟୋପା ହୋଇ ଝରି ଯାଇଛ ମୋ ଝୁରିଲା ଆଖିରୁ, 
ଆଉ କେବେ ମିଠାହସ ହେଇ ଖେଳି ଯାଇଛ ମୋ ଥରିଲା ଓଠରେ...

©lipipuspa sahoo #girl
e014820b806204c141657b0f21445b6f

lipipuspa sahoo

ବୋଧେ ତୁମ ମନର ପ୍ରତିଟି ଅଡୁଆ ପାଠକୁ ଧ୍ୟାନ ଦେଇ ପଢିବା ଆଉ ବୁଝିବା ମୋର ଅଭ୍ୟାସ ଥିଲା...
ଆଉ ମୋ ମନର ଅକୁହା ଅନାବନା ଭାବନାକୁ ଅନ୍ୟମନସ୍କ ହୋଇ ଛକି ମାରି, ଶୂନ୍ୟ ଆକାଶକୁ ଫିଙ୍ଗିଦେଇ ଆନନ୍ଦିତ ହେବା ତୁମର ଅଭ୍ୟାସ ଥିଲା...
#ଏଣୁତେଣୁ_କଥା

©lipipuspa sahoo
loader
Home
Explore
Events
Notification
Profile