Nojoto: Largest Storytelling Platform
manoranjanpanda8220
  • 28Stories
  • 311Followers
  • 325Love
    74.2KViews

Dr. Manoranjan Panda

Writer , Actor & Teacher

  • Popular
  • Latest
  • Video
eb6ee649850f4493dd0f4022e7000efd

Dr. Manoranjan Panda

ଦୁଇଟି ଆତ୍ମାର ଆତ୍ମକଥା 
                      (  ସୁଶାନ୍ତ -ଆଦିତ୍ୟ )
                                   ଡ. ମନୋରଞ୍ଜନ ପଣ୍ଡା 

ମହମହ ଵାସ ଵିଞ୍ଚି 
ବିମୋହିତ କର୍ମଭୂଇଁ, ଆସକ୍ତ ଆକାଶ
ମଧୁସ୍ମିତେ କୋଳେଇ ରଖିଲେ 
ଆମ ସ୍ଵପ୍ନ, ସ୍ମୁତି ,ଵର୍ତ୍ତମାନ
ଅତୀତ ଆଉ ଭବିଷ୍ୟ ।

ଗଢୁଥିଲୁ ଯାହାପାଇଁ ପଲଙ୍କ
ସେ ଉପହାର ଦେଲେ
ଶ୍ମଶାନର ବାଟ ,ଦିଖଣ୍ଡ ଚନ୍ଦନ କାଠ 
ଦାହ ଆଉ କୋହ ।
ରଙ୍ଗ ଓଠେ ରହସ୍ୟ ଛଦ୍ମରେ 
ପଲ୍ଲଵୀ -କରବୀ ହେଲେ ଏକ ପକ୍ଷ
ବିପରୀତେ ଆମ୍ଭେ ଦୁହେଁ
ସୁଶାନ୍ତ - ଆଦିତ୍ୟ ।।

ମିଛ ସଙ୍ଖା ସିନ୍ଦୁର ପିନ୍ଧି 
ଵଳକା ଯୈ।ଵନରୁ ଉଧାର ଦେଲେ ପ୍ରେମ 
ପଣଥିଲା ,ଶୁଝିଦେଵୁସଵୁ 
ଅଜାଡିଦେଵୁ ସ୍ଵର୍ଗୀୟ ଐଶ୍ଵର୍ଯ୍ୟ
ଆଗାମୀ ଵୈଶାଖରେ ଆତ୍ମୀୟ ପଣରେ ।

ହେଲେ , 
କଥାପରେ  ପାହିଗଲା ରାତି 
ଦର୍ପଣରେ ଦେଖିଲୁ ସକାଳ 
ପାପର ପୃଥିଵୀ ମୁଖରୀତ 
ଛଳନାର ପବନ , ଵିଭତ୍ସ , ଵିକୃତ 
କ୍ଷତାକ୍ତ ଆତ୍ମା ଆଉ ଶରୀର ।
ମହୋଦଧି ର ଵେଳାରେ 
ସ୍ଵର୍ଗଵାସ ହେଲା  ସହଵାସ 
ନୁହେଁ ସେସଵୁ ଗୋଟିଏ ପୂଣ୍ୟ 
ଗୋଟିଏ ରଙ୍ଗର ଆରକ୍ତ 
ସତରେ ,ମୃତ୍ୟୁ ପରି ପ୍ରେମ ଵି ଗୋଟିଏ ସତ୍ୟ । #meltingdown
eb6ee649850f4493dd0f4022e7000efd

Dr. Manoranjan Panda

ବନ୍ଧୁ   (ଏକ ସ୍ଵତନ୍ତ୍ର କଵିତା )
.........................................
                           ଡ. ମନୋରଞ୍ଜନ ପଣ୍ଡା 

ବନ୍ଧୁଠୁ ଵନ୍ଧୁକ ଆପଣାର ଏଠି
ଵନ୍ଧୁ ହୁଏ ସାତପର 
ସ୍ଵାର୍ଥ ସରିଗଲେ ଵନ୍ଧୁ ହୁଏ ପର 
ଛଳନାର ଦେଖ କେତେ ଆଦର ।

ଵନ୍ଧୁଟିଏ କରେ ବନ୍ଧୁତ୍ଵର ହତ୍ୟା
ଅପମୃତ୍ୟୁ ହୁଏ ବିଶ୍ବାସ ର 
ଅନୁତାପ , ପଶ୍ଚାତାପ ଯେତେ ବି କରିଲେ
କ୍ଷମା ଦେଵେ କି ଇଶ୍ବର ???

ଵନ୍ଧୁ , ଛଳନା ନୁହେଁ , ସ୍ଵାର୍ଥ ନୁହେଁ
ନିଶ୍ଵାସେ, ବିଶ୍ଵାସେ  ଭରିରହୁ ଵନ୍ଧୁତାର ମନ୍ତ୍ର
ଦୃଢହେଉ ଵନ୍ଧନର ସୂତ୍ର 
ଵଦଳିବ ଜୀବନର ମାନଚିତ୍ର ।।। #Yaari

11 Love

eb6ee649850f4493dd0f4022e7000efd

Dr. Manoranjan Panda

କି ଦୋଷ ମୋର ....
               (ଦାଦନ ପୁଅ ଖୋଜୁଛି ଉତ୍ତର  )
                   ଡ. ମନୋରଞ୍ଜନ ପଣ୍ଡା

ମେ ' ମଧ୍ୟାହ୍ନ ରେ 
ଧୁ ଧୁ ଖରାରେ
ରତାକ୍ତ , କ୍ଷତାକ୍ତ ଶରୀର 
ଜଳିଜଳି ସ୍ବପ୍ନ ତକ ନିଲାମ କରୁଛି 
ସୁରତ , ତାମିଲନାଡୁ ଆଉ ମୁମ୍ଵାଇ ରୁ ଓଡିଶା ରାଜରାସ୍ତାରେ ।
କୁହ ସରକାର , କି ଦୋଷ ମୋର ?

କେତେ ସଵୁ ଖିଆଲି ସପନକୁ ଗୁନ୍ଥି 
ଅସଜଡା ଜୀବନକୁ ସଜାଡୁ ସଜାଡୁ 
ଵିଧାତାର ଏ କି ନିଷ୍ଠୁରତା 
ସୁଖରେ ଭିଜିଵାର ସ୍ବପ୍ନତକ 
ଆଜି ଦୁଖର ନିଆଁରେ ଜଳୁଛି  ।।
ଥରେ ଖାଲି କୁହ ସରକାର , ଏଠି କି ଦୋଷ ମୋର ??

  ଦାଦନ ଯନ୍ତ୍ରଣା ରେ ଜର୍ଜରିତ ଵାପା ମୋର 
କିଂକର୍ତ୍ତବ୍ୟମୁଢ , ନୈରାଶ୍ୟ ଭରା ସୁଖିଲା ସମବେଦନା ଭିତରେ 
ରାଜରାସ୍ତାର ପଥିକ 
ରାତି ରାତିର  ।
ହେଲେ , କି ଦୋଷ ମୋର ???

ସୁରକ୍ଷା ଦେଵାକୁ କହି 
ହସ ମୋର ପୋଛି ନେଲ 
ଵଞ୍ଚିବାର ଆଶା ନେଇଗଲ 
ଆଖିଭରା ଲୁହଦେଇ ପଥରଟେ କରିଦେଲ 
ମୁଁ ଏମିତି ହତଭାଗା ଯେ ,
ମୋ ପାଇଁ ଝରଣା ଵି ସୁଖିଗଲା
ଢେଉ ମାନେ ଘୁଞ୍ଚିଗଲେ 
ତାରାମାନେ ଲୁଚିଗଲେ 
ଫଗୁଣ ଆସିଵ ତ ???
ନା ମୋ ଆଶା ଆଶାରେ ରହିଯିଵ ???
ହଁ , ମୁଁ ଏଵେ ଵୁଝି ସାରିଛି 
ଏ ସରକାର କାହାର ନୁହଁ
ଜୀଵନ ଏଠି ଟୋପାଏ ଲୁହଛଡା ଆଉ  କିଛି ନୁହେଁ 
ସଵୁକିଛି ସଜାଡିଵାକୁ ହେଵ ମୋତେ 
ଵଞ୍ଚିଵାକୁ ହେଵ 
ଯେମିତି ହେଉ ପଛେ 
ମଣିଷ ପଣିଆ ସହ 
ଚାଲିବାକୁ ହେଵ 
ଅଵଶିଷ୍ଟ ବାଟ 
ସହି ସହି ଭୋକର ଜ୍ଵାଳା ଆଉ ଦାଦନର କଷ୍ଟ ।
ତଥାପି କୁହ ସରକାର ,
 ମୁଁ ଦାଦନର ପୁଅ ,ଚାରି ଵର୍ଷର 
ମତେ ଯଵାଵ ଦରକାର 
ଏଠି କି ଦୋଷ ମୋର ???????? #expression
eb6ee649850f4493dd0f4022e7000efd

Dr. Manoranjan Panda

ବାପା 
ଡ. ମନୋରଞ୍ଜନ ପଣ୍ଡା 
ଵାପା ,
 ତୁମକୁ ଶବ୍ଦରେ ଵାନ୍ଧିବାର କ୍ଷମତା କାହାର ଵା ଅଛି 
ତୁମେ ତ ମାନଵ , ତୁମେ ଇଶ୍ଵର ,ତୁମେ ପରମେଶ୍ଵର 
ତୁମେ ସୁଖ , ତୁମେ ଶାନ୍ତି , 
ତୁମଠି ଜୀଵନ ,ତୁମଠି ମରଣ 
ତୁମେ ହିଁ ଵିଶ୍ଵାସ ତୁମେ ହିଁ ନିଶ୍ଵାସ 
ତୁମେ ସ୍ରଷ୍ଟା ଆଉ ସୃଷ୍ଟି 
ଏ ସଂସାର ତୁମଠୁ ଆରମ୍ଭ ,ତୁମଠି ଵିଲୟ 
ତୁମେ ଏସାରା ସୃଷ୍ଟିକୁ ଵାନ୍ଧି ରଖିଥିଵା ଜଣେ ଇଶ୍ଵର ନିଶ୍ଚୟ
 ଅତୁଳନୀୟ , ଅବର୍ଣ୍ଣନୀୟ ତୁମେ
ଶଵ୍ଦ ରେ  ତୁମକୁ ଵନ୍ଦୀ କରିଵାକୁ ସକ୍ଷମ କି ଆମେ ???? #commonman

13 Love

eb6ee649850f4493dd0f4022e7000efd

Dr. Manoranjan Panda

ବାପା 
--------------------–
ଡ. ମନୋରଞ୍ଜନ ପଣ୍ଡା 
ଵାପା ,
 ତୁମକୁ ଶବ୍ଦରେ ଵାନ୍ଧିବାର କ୍ଷମତା କାହାର ଵା ଅଛି 
ତୁମେ ତ ମାନଵ , ତୁମେ ଇଶ୍ଵର ,ତୁମେ ପରମେଶ୍ଵର 
ତୁମେ ସୁଖ , ତୁମେ ଶାନ୍ତି , 
ତୁମଠି ଜୀଵନ ,ତୁମଠି ମରଣ 
ତୁମେ ହିଁ ଵିଶ୍ଵାସ ତୁମେ ହିଁ ନିଶ୍ଵାସ 
ତୁମେ ସ୍ରଷ୍ଟା ଆଉ ସୃଷ୍ଟି 
ଏ ସଂସାର ତୁମଠୁ ଆରମ୍ଭ ,ତୁମଠି ଵିଲୟ 
ତୁମେ ଏସାରା ସୃଷ୍ଟିକୁ ଵାନ୍ଧି ରଖିଥିଵା ଜଣେ ଭଗଵାନ ନିଶ୍ଚୟ
 ଅତୁଳନୀୟ , ଅବର୍ଣ୍ଣନୀୟ ତୁମେ
ଶଵ୍ଦରେ ତୁମକୁ ଵାନ୍ଧିଵାକୁ ସକ୍ଷମ କି ଆମେ ???? #FathersDay
eb6ee649850f4493dd0f4022e7000efd

Dr. Manoranjan Panda

କୁଳାଙ୍ଗାର
------------------------------
            ଡ. ମନୋରଞ୍ଜନ ପଣ୍ଡା

ଜରାନିବାସରୁ ଵାପାମାନଙ୍କ ଆଖିର ଲୁହ 
ଛାତିର କୋହ 
ଆଉ ପୋଡା ଭାଗ୍ୟର ବାସ୍ନା 
ଵନ୍ଦ ଝରକା ଦେଇ ଵାହାରି ଆସୁଛି 
ଶ୍ବଶୁର ଘର କିନ୍ତୁ ଆଜି ମାଛ , ମାଂସ ,ସଂସ୍କାର,ସଂସ୍କୃତି
ପିତୃଭକ୍ତି ରେ ପଡୁଚି ଉଠୁଚି ।

ଆମ ଵୁଢା ଆଉ କାନ୍ଦୁଚି କି ନାହିଁ
କୁଳାଙ୍ଗାର ପୁଅ ପଚାରି ବୁଝୁଛି 
ଦରଜୀ ପାଖରୁ ଶ୍ବଶୁର ବାପାଙ୍କ ସାର୍ଟ ଆଣି ଆଟାଚି ରେ ସାଇତିଚି 
ପତ୍ନୀଙ୍କ ନିର୍ଦ୍ଦେଶେ ଗଜରା ମାଳଟେ ଵି ଆଣିଚି 
ପିତୃପୂଜା ପାଇଁ ଜ୍ବାଇଁ ଙ୍କ ଅଫିସ ଆଜି  ଛୁଟି ପଡିଛି ।।

ଜନ୍ମଦାତାଙ୍କ ଆଖିଲୁହ ର ଫରକ କିଛି ନାହିଁ
ଶ୍ବଶୁର ଘରୁ ବଜାର ଯାଏ ଵାଇକ ଗଡୁଛି ଘାଇଁ ଘାଇଁ ।।।
ବାପା ମାଆ ଙ୍କୁ ଡାକୁଛି 'ଆମ ଵୁଢା -ଵୁଢୀ ''
ଶ୍ବଶୁର ଶାଶୁଙ୍କୁ ଡାକେ ଡାଡି-ମମି/ ଵାପା-ବୋଉ 
ହଇରେ କୁଳାଙ୍ଗାର , ତୁମ ପିତୃଭକ୍ତି ସେତିକି ଥାଉ ।।।। #FathersDay
eb6ee649850f4493dd0f4022e7000efd

Dr. Manoranjan Panda

TEACHER , A NATION BUILDER.
_______________________________
                                                       Dr.Manoranjan Panda

He is a teacher, a candle like 
Consumes himself completely 
Gives someone light 
making a life bright .

He is a melancholic song ,
if sung with care 
Tears of sympathy will roll down 
be it sure .

Son ,Daughter ,wife and old parents ,
He is  IGNORANT
Pays himself , prays 
And  the one sans demand .

He is the one termed as the Nation builder
An architect 
skilled and perfect 
Making the human destiny easier and stronger .

A role model is he 
A day dreamer of his own fate 
No rush ,no  race 
No definite limit of tolerance 
No anger ,no fear ,no favour 
One in a million ,
He is a teacher ,a Nation  builder .

He lives on self respect ,honour and pride 
Unlike the UNTEACHERLY  TEACHERS
He barks ,brakes ,growls and dies 
If the above fails .

With his fall ,falls the Nation ,hope and Humanity 
So , respect him ,honour and retain his pride .
For a safe ,secure and happy land .
Let's make him happy and spread 
the fragrance of happiness 
As he ,being our teacher ,mentor and guide . #veins

10 Love

eb6ee649850f4493dd0f4022e7000efd

Dr. Manoranjan Panda

ଏମିତି ତ ସର୍ତ୍ତ ନଥିଲା .....
                    ଡ. ମନୋରଞ୍ଜନ ପଣ୍ଡା 

ଜୀଵନର ଦନ୍ତୁରା ରାସ୍ତାରେ ଏକାଏକା ଚାଲୁଚାଲୁ 
ତୁମେ ହାତ ଧରିନେଲ ,ସ୍ନେହଁ ଦେଲ 
ପ୍ରେମ ଆଉ ପ୍ରତିଶ୍ରୁତି ରେ ମୋ ଆଶାର ଆକାଶକୁ ଭରିଦେଲ ।।

ହେଲେ , ଏମିତି ତ କିଛି ସର୍ତ୍ତ ନଥିଲା 
ଵେଦୀରେ ଦୀପଟେ ଜଳିବ 
ଆଉ ନିସ୍ତଵ୍ଦ ରାତିର ଵନ୍ଦ କୋଠରୀ  ଭିତରେ 
 ମୋ ଦେହଟା କିରୋସିନ ଅଵା ପେଟ୍ରୋଲ ରେ ।
ଵାସର ରାତିରେ ଆତ୍ମୀୟତା ର ପଦଧ୍ଵନୀ
ଆଉ ଵାତ୍ସଲ୍ୟ ସକାଳଟା ରକ୍ତ ରଞ୍ଜିତ ଵେଳାଭୂମି ,
ଏମିତି ତ କିଛି  ସର୍ତ୍ତ ନଥିଲା ।।।

ସେଦିନ ତୁମ ପ୍ରେମର ସ୍ପର୍ଷରେ 
ଗୋଟାପଣ ଶୀହରି ଉଠିଥିଲା 
ମୋ ଦେହର ଭୂଗୋଳ 
ଆଜିକିନ୍ତୁ ମୋ ସର୍ଵାଙ୍ଗ ସଞ୍ଚରି ଯାଉଛି 
ତୁମପ୍ରତି ଅହେତୁକ ଘୃଣା ଆଉ କ୍ଷୋଭର କୋଳାହଳରେ 
ତୁମ ଭୀରୁତା ଆଉ ଅମଣିଷ ପଣର ପରାକାଷ୍ଠା ରେ 
ହେଲେ ଏମିତି ତ କିଛି ବି ସର୍ତ୍ତ ନଥିଲା ।।।। #Hope

12 Love

eb6ee649850f4493dd0f4022e7000efd

Dr. Manoranjan Panda

ଏମିତି ତ ସର୍ତ୍ତ ନଥିଲା .....
                    ଡ. ମନୋରଞ୍ଜନ ପଣ୍ଡା 

ଜୀଵନର ଦନ୍ତୁରା ରାସ୍ତାରେ ଏକାଏକା ଚାଲୁଚାଲୁ 
ତୁମେ ହାତ ଧରିନେଲ ,ସ୍ନେହଁ ଦେଲ 
ପ୍ରେମ ଆଉ ପ୍ରତିଶ୍ରୁତି ରେ ମୋ ଆଶାର ଆକାଶକୁ ଭରିଦେଲ ।।

ହେଲେ , ଏମିତି ତ କିଛି ସର୍ତ୍ତ ନଥିଲା 
ଵେଦୀରେ ଦୀପଟେ ଜଳିବ 
ଆଉ ନିସ୍ତଵ୍ଦ ରାତିର ଵନ୍ଦ କୋଠରୀ  ଭିତରେ 
 ମୋ ଦେହଟା କିରୋସିନ ଅଵା ପେଟ୍ରୋଲ ରେ ।
ଵାସର ରାତିରେ ଆତ୍ମୀୟତା ର ପଦଧ୍ଵନୀ
ଆଉ ଵାତ୍ସଲ୍ୟ ସକାଳଟା ରକ୍ତ ରଞ୍ଜିତ ଵେଳାଭୂମି ,
ଏମିତି ତ କିଛି  ସର୍ତ୍ତ ନଥିଲା ।।।

ସେଦିନ ତୁମ ପ୍ରେମର ସ୍ପର୍ଷରେ 
ଗୋଟାପଣ ଶୀହରି ଉଠିଥିଲା 
ମୋ ଦେହର ଭୂଗୋଳ 
ଆଜିକିନ୍ତୁ ମୋ ସର୍ଵାଙ୍ଗ ସଞ୍ଚରି ଯାଉଛି 
ତୁମପ୍ରତି ଅହେତୁକ ଘୃଣା ଆଉ କ୍ଷୋଭର କୋଳାହଳରେ 
ତୁମ ଭୀରୁତା ଆଉ ଅମଣିଷ ପଣର ପରାକାଷ୍ଠା ରେ 
ହେଲେ ଏମିତି ତ କିଛି ବି ସର୍ତ୍ତ ନଥିଲା ।।।। #Eyes

11 Love

eb6ee649850f4493dd0f4022e7000efd

Dr. Manoranjan Panda

କି ଦୋଷ ମୋର ....
ଡ. ମନୋରଞ୍ଜନ ପଣ୍ଡା

ମେ ' ମଧ୍ୟାହ୍ନ ରେ 
ଧୁ ଧୁ ଖରାରେ
ରତାକ୍ତ , କ୍ଷତାକ୍ତ ଶରୀର 
ଜଳିଜଳି ସ୍ବପ୍ନ ତକ ନିଲାମ କରୁଛି 
ସୁରତ , ତାମିଲନାଡୁ ଆଉ ମୁମ୍ଵାଇ ରୁ ଓଡିଶା ରାଜରାସ୍ତାରେ ।
କୁହ ସରକାର , କି ଦୋଷ ମୋର ?
କେତେ ସଵୁ ଖିଆଲି ସପନକୁ ଗୁନ୍ଥି 
ଅସଜଡା ଜୀବନକୁ ସଜାଡୁ ସଜାଡୁ 
ଵିଧାତାର ଏ କି ନିଷ୍ଠୁରତା 
ସୁଖରେ ଭିଜିଵାର ସ୍ବପ୍ନତକ 
ଆଜି ଦୁଖର ନିଆଁରେ ଜଳୁଛି  ।।
ଥରେ ଖାଲି କୁହ ସରକାର , ଏଠି କି ଦୋଷ ମୋର ??
  ଦାଦନ ଯନ୍ତ୍ରଣା ରେ ଜର୍ଜରିତ ଵାପା ମୋର 
କିଂକର୍ତ୍ତବ୍ୟମୁଢ , ନୈରାଶ୍ୟ ଭରା ସୁଖିଲା ସମବେଦନା ଭିତରେ 
ରାଜରାସ୍ତାର ପଥିକ 
ରାତି ରାତିର  ।
ହେଲେ , କି ଦୋଷ ମୋର ???
ସୁରକ୍ଷା ଦେଵାକୁ କହି 
ହସ ମୋର ପୋଛି ନେଲ 
ଵଞ୍ଚିବାର ଆଶା ନେଇଗଲ 
ଆଖିଭରା ଲୁହଦେଇ ପଥରଟେ କରିଦେଲ 
ମୁଁ ଏମିତି ହତଭାଗା ଯେ ,
ମୋ ପାଇଁ ଝରଣା ଵି ସୁଖିଗଲା
ଢେଉ ମାନେ ଘୁଞ୍ଚିଗଲେ 
ତାରାମାନେ ଲୁଚିଗଲେ 
ଫଗୁଣ ଆସିଵ ତ ???
ନା ମୋ ଆଶା ଆଶାରେ ରହିଯିଵ ???
ହଁ , ମୁଁ ଏଵେ ଵୁଝି ସାରିଛି 
ତୁମେ କାହାରି ନୁହେଁ
ଜୀଵନ ଏଠି ଟୋପାଏ ଲୁହଛଡା ଆଉ  କିଛି ନୁହେଁ 
ସଵୁକିଛି ସଜାଡିଵାକୁ ହେଵ ମୋତେ 
ଵଞ୍ଚିଵାକୁ ହେଵ 
ଯେମିତି ହେଉ ପଛେ 
ମଣିଷ ପଣିଆ ସହ 
ଚାଲିବାକୁ ହେଵ 
ଅଵଶିଷ୍ଟ ବାଟ 
ସହି ସହି ଭୋକର ଜ୍ଵାଳା ଆଉ ଦାଦନର କଷ୍ଟ 
ତଥାପି କୁହ ସରକାର ,
 ମୁଁ ଦାଦନର ପୁଅ ,ଚାରି ଵର୍ଷର 
ମତେ ଯଵାଵ ଦିଅ ସରକାର 
ଏଠି କି ଦୋଷ ମୋର ???????? #Time

9 Love

loader
Home
Explore
Events
Notification
Profile